Site icon ଦ କୁଇଭର୍ – ପରିବର୍ତ୍ତନର କମ୍ପନ!

ପରାଜୟ ଧାରା ଭାଙ୍ଗିଲା କୋଲକାତା, ରାଜସ୍ଥାନକୁ ୭ ୱିକେଟରେ କଲା ପରାସ୍ତ

ମୁମ୍ବାଇ (ଦ କୁଇଭର): ପରାଜୟର ଧାରା ଭାଙ୍ଗିଲା କୋଲକାତା । କ୍ରମାଗତ ପଞ୍ଚମ ପରାଜୟ ପରେ ଶେଷରେ ବିଜୟର ସ୍ଵାଦ ଚାକିଛି କେକେଆର । ଉଭୟ ବ୍ୟାଟିଂ ଓ ବୋଲିଂରେ ଦମଦାର ପ୍ରଦର୍ଶନ ଫଳରେ ରାଜସ୍ଥାନକୁ ୭ ୱିକେଟରେ ପରାସ୍ତ କରିଛି କୋଲକାତା ନାଇଟ୍ ରାଇଡର୍ସ । ଦଶମ ମ୍ୟାଚରୁ କେକେଆର ଚତୁର୍ଥ ବିଜୟ ହାସଲ କରିଥିବା ବେଳେ ରାଜସ୍ଥାନ ରୟାଲ୍ସ କ୍ରମାଗତ ଦ୍ଵିତୀୟ ପରାଜୟ ହାସଲ କରିଛି।

ଗତକାଲି ଖେଳାଯାଇଥିବା ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ରାଜସ୍ଥାନ ୧୫୨ ରନ କରିଥିଲା । ରାଜସ୍ଥାନ ପକ୍ଷରୁ ସଞ୍ଜୁ ସାମସନ ୫୪ ରନ ଏବଂ ହେଟମାୟର ଦ୍ରୁତ ୨୭ ରନ କରିଥିଲେ । ସେହିପରି କେକେଆର ତରଫରୁ ଟିମ୍ ସାଉଦି ୨ଟି ୱିକେଟ ଅକ୍ତିଆର କରିଥିଲେ ।

୧୫୩ ରନର ବିଜୟ ଲକ୍ଷ୍ୟ ପିଛା କରିଥିବା କୋଲକାତା ଆରମ୍ଭରୁ ଦୁଇ ଓପନର ଆରୋନ ଫିଞ୍ଚ ଓ ବାବା ଇନ୍ଦ୍ରଜିତଙ୍କ ୱିକେଟ ହରାଇ ବ୍ୟକପୁଟରେ ଥିଲା । କିନ୍ତୁ ଅଧିନାୟକ ଶ୍ରେସୟ ଆୟର ଧୈର୍ଯ୍ୟର ସହ ବ୍ୟାଟିଂ କରି ୩୪ ରନ କରିଥିଲେ। ସେ ନୀତିଶ ରାଣାଙ୍କ ସହ ତୃତୀୟ ଓ୍ଵିକେଟରେ ୬୦ ରନ ଯୋଡି ଦଳ ବିଜୟରେ ମୂଳଦୁଆ ପକାଇଥିଲେ। ଆୟର ଆଉଟ୍ ହେବା ପରେ ପାଲି ସମ୍ଭାଳିଥିଲେ ନୀତୀଶ ରାଣା ଏବଂ ରିଙ୍କୁ ସିଂହ । ଉଭୟ ଦମଦାର ବ୍ୟାଟିଂ କରି ଚତୁର୍ଥ ଓ୍ଵିକେଟରେ ୬୬ ରନ ଯୋଡି ଦଳକୁ ବିଜୟୀ କରାଇଛନ୍ତି। ନୀତୀଶ ୩୭ ବଲରୁ ୪୮ ରନ କରିଥିବାବେଳେ ରିଙ୍କୁ ସିଂହ ୨୩ ବଲରୁ ଦ୍ରୁତ ୪୨ ରନ କରିଥିଲେ । ଯାହାଫଳରେ ଏହି ମ୍ୟାଚରେ କୋଲକାତା ୧୯.୧ ଓଭରରେ ୩ ଓ୍ଵିକେଟ୍‌ ହରାଇ ବିଜୟ ଲକ୍ଷ୍ୟ ହାସଲ କରିଛି ।

Exit mobile version