ବଢିଲା ରେପୋ ରେର୍ଟ

ନୂଆଦିଲ୍ଲୀ (ଦ କୁଇଭର): ଦୀର୍ଘ ୨ ବର୍ଷ ପରେ ରେପୋ ରେଟ୍ ବଢାଇଲା ଆରବିଆଇ। ରେପୋ ରେଟ୍ ଏବେ ୦.୪୦ ପ୍ରତିଶତ ବୃଦ୍ଧି ପାଇ ୪.୪୦ ପ୍ରତିଶତ ହୋଇଯାଇଛି। ରିଜର୍ଭ ବ୍ୟାଙ୍କ୍ର ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଏନେଇ ଘୋଷଣା କରିଛନ୍ତି। ଶେଷ ଥର ପାଇଁ ୨୦୨୦ ମେ ମାସରେ ରେପୋ ରେଟ୍ ବୃଦ୍ଧି କରାଯାଇଥିଲା। ତେବେ ଜୁନ୍ ମାସରେ ପୁଣି ଥରେ ରେପୋ ରେଟ୍ ବଢିପାରେ ବୋଲି ଆକଳନ କରାଯାଉଥିଲା। ହେଲେ ତାହା ପୂର୍ବରୁ ଆରବିଆଇ ଗଭର୍ଣ୍ଣର ଝଟ୍କା ଦେଇଛନ୍ତି।

ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କହିଛନ୍ତି ଯେ, ବିଶ୍ଵ ବଜାରରେ ଦରବୃଦ୍ଧି ଏବଂ ପେଟ୍ରୋଲ୍-ଡିଜେଲ୍ ସମେତ ଅନ୍ୟ ଇନ୍ଧନ ଗୁଡ଼ିକରେ ଦର ବୃଦ୍ଧି କାରଣରୁ ରେପୋ ରେଟ୍ ବୃଦ୍ଧି କରାଯାଇଛି। କେନ୍ଦ୍ରୀୟ ବ୍ୟାଙ୍କର ମୌଦ୍ରିକ ନୀତି ସମିତି ବର୍ତ୍ତମାନର ଅର୍ଥନୈତିକ ସ୍ଥିତିକୁ ନେଇ ଏକ ବୈଠକ ଡାକିଥିଲେ। ଏହି ବୈଠକରେ ଏମପିସିର ସଦସ୍ୟମାନେ ଏକମତ ହୋଇ ୦.୪୦ ପ୍ରତିଶତ ରେପୋ ରେଟ୍ ବଢାଇବାକୁ ନିଷ୍ପତ୍ତି ନେଇଛନ୍ତି।

ପ୍ରକାଶ ଥାଉକି, ଏପ୍ରିଲ୍ ୮ରେ ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ଆରବିଆଇ ପ୍ରଥମ ମନିଟାରୀ ପଲିସି ରିଭ୍ୟୁ ମିଟିଂ କରିଥିଲା। ଏହି ସମୟରେ ରେପୋ ରେଟ୍ ବୃଦ୍ଧି ପାଇପାରେ ବୋଲି ଆରବିଆଇ ସଙ୍କେତ ଦେଇଥିଲା।

Leave a Reply

Your email address will not be published. Required fields are marked *