Site icon ଦ କୁଇଭର୍ – ପରିବର୍ତ୍ତନର କମ୍ପନ!

ନେପାଳରେ ଭାରତର ନୂତନ ରାଷ୍ଟ୍ରଦୂତ ଭାବରେ ନିଯୁକ୍ତ ହେବେ ନବୀନ ଶ୍ରୀବାସ୍ତବ !

ନୂଆଦିଲ୍ଲୀ (ଦ କୁଇଭର): ନବୀନ ଶ୍ରୀବାସ୍ତବ ନେପାଳରେ ଭାରତର ନୂତନ ରାଷ୍ଟ୍ରଦୂତ ହୋଇପାରନ୍ତି। ସେ ବିନୟ କ୍ବାତ୍ରାଙ୍କ ସ୍ଥାନ ନେବେ, ଯିଏକି ବର୍ତ୍ତମାନ ଭାରତ ନୂତନ ବୈଦେଶିକ ସଚିବ ରହିଛନ୍ତି। ମେ ’ମଧ୍ୟଭାଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନେପାଳ ଗସ୍ତ କରିପାରନ୍ତି । ଏହି ଗସ୍ତର ଠିକ୍ ପୂର୍ବରୁ ଭାରତ ନବୀନ ଶ୍ରୀବାସ୍ତବଙ୍କୁ ନେପାଳର ରାଷ୍ଟ୍ରଦୂତ ଭାବରେ ପ୍ରସ୍ତାବ ଦେଇଛି।

ନବୀନ ଶ୍ରୀବାସ୍ତବ କିଏ?

୧୯୯୩ ବ୍ୟାଚ୍ର ଅଧିକାରୀ ନବୀନ ବର୍ତ୍ତମାନ ସମୟରେ ବୈଦେଶିକ ମନ୍ତ୍ରଣାଳୟ ପୂର୍ବ ଏସିଆର ଡିଭିଜନ୍ ମୁଖ୍ୟ ଅଛନ୍ତି। ଗତ ଦୁଇ ବର୍ଷ ଧରି ଚୀନ୍ ସହିତ ଚାଲିଥିବା ବିବାଦର ମୁକାବିଲା ପାଇଁ ନବୀନ କୂଟ ନୈତିକ ଏବଂ ସାମରିକ ଆଲୋଚନାରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି ।
ନବୀନ ବୈଦେଶିକ ମନ୍ତ୍ରଣାଳୟରେ ଆଡିସନାଲ ସେକ୍ରେଟାରୀ ଅଛନ୍ତି ଓ ବୈଦେଶିକ ମନ୍ତ୍ରଣାଳୟର ସୂଚନା ଅନୁସାରେ, ଚୀନ୍, ଦକ୍ଷିଣ କୋରିଆ, ଜାପାନ, ମଙ୍ଗୋଲିଆ ଓ ଉତ୍ତର କୋରିଆ ସମ୍ପର୍କିତ ମାମଲାକୁ ଦେଖି ପୂର୍ବ ଏସିଆ ଡିଭିଜନ୍ର ମୁଖ୍ୟ ଅଛନ୍ତି। ନବୀନ କମ୍ବୋଡିଆରେ ଭାରତର ରାଷ୍ଟ୍ରଦୂତ ଅଛନ୍ତି ଓ ସାଂଘାଇ, ଚୀନ୍ କନସୁଲ୍ ଜେନେରାଲ୍ ଅଛନ୍ତି। ଚୀନ ସହି ତାଙ୍କର ଅନୁଭବ ନେପାଳରେ ଭାରତର କାମରେ ଆସିପାରେ ।

ରିପୋର୍ଟ ଅନୁସାରେ, ୧୬ ମଇରେ ପ୍ରଧାନମନ୍ତ୍ରୀ ମୋଦି ବୁଦ୍ଧ ପୂର୍ଣ୍ଣିମା ଅବସରରେ ନେପାଳର ଲୁମ୍ବିନୀ ଯାଇପାରନ୍ତି। ଏହି ଯାତ୍ରା ସମ୍ପର୍କରେ ଔପଚାରିକ ଘୋଷଣା କରାଯିବ। ମିଳିଥିବା ଖବର ଅନୁସାରେ, ପ୍ରଧାନମନ୍ତ୍ରୀ ମୋଦି କାଠମାଣ୍ଡୁ ଯାଇ ନପାରନ୍ତି। କାରଣ ଭଗବାନ ବୁଦ୍ଧଙ୍କ ଜନ୍ମସ୍ଥାନ ୟୁନେସ୍କୋର ବିଶ୍ୱ ଐତିହ୍ୟ ସ୍ଥଳ ଭିତରୁ ଅନ୍ୟତମ। ରିପୋର୍ଟ ଅନୁସାରେ, ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ନେପାଳର ପ୍ରଧାନମନ୍ତ୍ରୀ ଶେର୍ ବାହାଦୁର ଦେଓବା ମଧ୍ୟ ମୋଦିଙ୍କ ସହ ଲୁମ୍ବିନୀ ଯାଇପାରନ୍ତି।

Exit mobile version