ସରିବ ଟ୍ୱିଟରର ମାଗଣା ଯୁଗ

ନୂଆଦିଲ୍ଲୀ (ଦ କୁଇଭର): ସୋସିଆଲମିଡିଆ ପ୍ଲାଟଫର୍ମ ଟ୍ୱିଟରକୁ କିଣିବା ପରେ ବିଶ୍ୱର ସବୁଠୁ ଧନୀ ବ୍ୟକ୍ତି ଏଲନ୍ ମସ୍କ ପୁଣି ଚର୍ଚ୍ଚାରେ । ସେ ଟ୍ୱିଟର ଆପ୍ କୁ ନେଇ ଏକ ବଡ ନିଷ୍ପତି ନେଇଛନ୍ତି । ଏଣିକି ଟ୍ୱିଟର ପାଇଁ ବ୍ୟବହାର କରିବାକୁ ହେଲେ ଦେବାକୁ ପଡିବ କିଛି ଅର୍ଥ । ଏନେଇ ସେ ନିଜେ ଟ୍ୱିଟ କରିକହିଛନ୍ତି ।

ଏଲନ୍ ଟ୍ୱିଟ୍ କରି କହିଛନ୍ତି ଯେ, ଆଗାମୀ ଦିନରେ ଟୁଇଟରକୁ ମାଗଣାରେ ବ୍ୟବହାର କରାଯାଇପାରିବ ନାହିଁ । ଏହାକୁ ବ୍ୟବହାର କରିବାକୁ ହେଲେ କିଛି ଟଙ୍କା ମଧ୍ୟ ଦେବାକୁ ପଡ଼ିପାରେ । ମାତ୍ର ଏଲନ୍ ମସ୍କ ସ୍ପଷ୍ଟ ଭାବେ କହିଛନ୍ତି ଯେ, କାଜୁଆଲ ୟୁଜର୍ସଙ୍କ ପାଇଁ ସଂପୂର୍ଣ୍ଣ ରୂପେ ମାଗଣା ରହିବ । କିନ୍ତୁ ସରକାରୀ କିମ୍ବା କୌଣସି ଅନୁଷ୍ଠାନର ୟୁଜର୍ସଙ୍କୁ ଏହି ସୋସିଆଲ ମିଡିଆ ପ୍ଲାଟଫର୍ମ ବ୍ୟବହାର ପାଇଁ କିଛି ଅର୍ଥ ଖର୍ଚ୍ଚ କରିବାକୁ ହେବ ।

ସୂଚନାଯୋଗ୍ୟ, ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି ତଥା ଟେସ୍ଲାର ମୁଖ୍ୟ ଏଲନ୍ ମସ୍କ ଗତ ଏପ୍ରିଲ ୨୫ ତାରିଖରେ ଟୁଇଟରକୁ କିଣିଛନ୍ତି । ସେ ଟୁଇଟରକୁ ୪୪ ବିଲିୟନ ଡଲାର ଅର୍ଥାତ ଭାରତୀୟ ମୁଦ୍ରା ହିସାବରେ ୩୩୬୮ କୋଟି ଟଙ୍କାରେ ଏହା କିଣିଛନ୍ତି । କମ୍ପାନୀକୁ ନିଜ ହାତକୁ ନେବା ପରେ ଏଲନ କିଛି ନୂଆ ପରିବର୍ତ୍ତନ କରିପାରନ୍ତି ବୋଲି ଚର୍ଚ୍ଚା ହେଉଥିଲା । ଏପରିକି କମ୍ପାନୀର ସିଇଓ ପରାଗ ଅଗ୍ରୱାଲ ଓ ପଲିସି ହେଡ୍ ବିଜୟା ଗାଡ୍ଡେଙ୍କୁ କମ୍ପାନୀରୁ ହଟାଯାଇପାରେ ବୋଲି ମଧ୍ୟ ଆଲୋଚନା ହେଉଥିଲା ।

Leave a Reply

Your email address will not be published. Required fields are marked *