IPL ୨୦୨୨: ହାଇଦ୍ରାବାଦକୁ ହରାଇଲେ ଓ୍ୱାର୍ଣ୍ଣର-ପାଓ୍ୱେଲ

ମୁମ୍ବାଇ(ଦ କୁଇଭର): ଗତକାଲି ଇଣ୍ଡିଆନ ପ୍ରିମିୟର ଲିଗରେ ଖେଳାଯାଇଥିବା ମ୍ୟାଚରେ ବିଜୟ ଲାଭ କରିଛି ଦିଲ୍ଲୀ କ୍ୟାପିଟାଲ୍ସ । ଡେଭିଡ୍ ୱାର୍ଣ୍ଣର ଏବଂ ରୋଭମାନ ପାୱେଲ୍ ବିସ୍ଫୋରଣ ବ୍ୟାଟିଂ ବଳରେ ସନରାଇଜର୍ସ ହାଇଦ୍ରାବାଦକୁ ହରାଇଛି ଦିଲ୍ଲୀ କ୍ୟାପିଟାଲ୍ସ। ସନରାଇଜର୍ସ ହାଇଦ୍ରାବାଦକୁ ୨୧ ରନରେ ପରାସ୍ତ କରିଛି ଦିଲ୍ଲୀ କ୍ୟାପିଟାଲ୍ସ ।ଏହି ବିଜୟ ସହ ୧୦ଟି ମ୍ୟାଚରୁ ପଞ୍ଚମ ବିଜୟ ସହ ପଏଣ୍ଟ ଟେବୁଲର ପଞ୍ଚମ ସ୍ଥାନକୁ ଉଠିଛି ଦିଲ୍ଲୀ କ୍ୟାପିଟାଲ୍ସ । ସେହିପରି ସନ ରାଇଜର୍ସ ହାଇଦ୍ରାବାଦ ୧୦ଟି ମ୍ୟାଚରୁ ପଞ୍ଚମ ପରାଜୟ ସହ ପଏଣ୍ଟ ଟେବୁଲର ଷଷ୍ଠ ସ୍ଥାନକୁ ଖସିଛି ।

ଗତକାଲି ଇଣ୍ଡିଆନ ପ୍ରିମିୟର ଲିଗର ୫୦ ତମ ମ୍ୟାଚରେ ମୁହାଁମୁହିଁ ହୋଇଥିଲେ ଦିଲ୍ଲୀ କ୍ୟାପିଟାଲ୍ସ ଓ ସନ ରାଇଜର୍ସ ହାଇଦ୍ରାବାଦ । ଏହି ମ୍ୟାଚରେ ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲା ହାଇଦ୍ରାବାଦ । ଟସ୍ ହାରି ବ୍ୟାଟିଂ କରିଥିବା ଦିଲ୍ଲୀ ଆରମ୍ଭରୁ ଧୁଆଁଧାର ବ୍ୟାଟିଂ କରିଥିଲା । ଡେଭିଡ ଓ୍ୱାର୍ଣ୍ଣର ଓ ରୋଭମାନ ପାଓ୍ୱେଲଙ୍କ ବିସ୍ଫୋରକ ବ୍ୟାଟିଂ ଫଳରେ ନିର୍ଦ୍ଧାରିତ ୨୦ ଓଭରରେ ୩ ଓ୍ୱିକେଟ ହରାଇ ୨୦୭ ରନ କରିଥିଲେ । ଦିଲ୍ଲୀ ପକ୍ଷରୁ ଡେଭିଡ ଓ୍ୱାର୍ଣ୍ଣାର ୯୨ ରନ କରିଥିବାବେଳେ ରୋଭମାନ ପାଓ୍ୱେଲ ୬୭ ରନ କରିଥିଲେ ।

୨୦୮ ରନର ବିଜୟ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇଥିବା ହାଇଦ୍ରାବାଦ ୨୦ ଓଭରରେ ୧୮୬ ରନ କରିବାରେ ସଫଳ ହୋଇଥିଲା । ଯାହା ଫଳରେ ଏହି ମ୍ୟାଚକୁ ୨୧ ରନରେ ପରାସ୍ତ ହୋଇଥିଲା । ଆଡେନ ମାର୍କରମ, ନିକୋଲାସ ପୂରନଙ୍କୁ ଛାଡି ଅନ୍ୟ କୌଣସ ବ୍ୟାଟର ବଡ଼ ସ୍କୋର କରିପାରି ନଥିଲେ। ନିକୋଲାସ ପୂରନ ୬୨ ରନ କରିଥିବା ବେଳେ ଆଡେନ ମାରକ୍ରମ ୪୨ ରନ କରି ଆଉଟ ହୋଇଥିଲେ । ଖଲିଲ ଅହମ୍ମଦ ଦିଲ୍ଲୀ କ୍ୟାପିଟାଲ୍ସ ପକ୍ଷରୁ ୪ ଓଭରରେ ୩୦ ରନ ଦେଇ ସର୍ବାଧିକ ୩ଟି ୱିକେଟ ହାସଲ ନେଇଥିଲେ।

Leave a Reply

Your email address will not be published. Required fields are marked *