ବୁର୍ଖା ଉଠାଇ ସେଲ୍ଫି ନେଇପାରିବେନି ମୁସଲିମ ମହିଳା !

(ଦ କୁଇଭର ବ୍ୟୁରୋ): ବୁର୍ଖାକୁ ନେଇ ମୁସଲମାନ ମହିଳାଙ୍କୁ ଧମକ । କର୍ଣ୍ଣାଟକର ମାଙ୍ଗାଲୁରୁରୁ ଏକ ଆଶ୍ଚର୍ୟ୍ୟଜନକ ଘଟଣା ସାମ୍ନାକୁ ଆସିଛି। ସେଠାରେ, ମୁସଲିମ୍ ଡିଫେନ୍ସ ଫୋର୍ସ ୨୪*୭ ନାମକ ଏକ ଗୋଷ୍ଠୀ ଖୋଲାଖୋଲି ଭାବରେ ମୁସଲିମ ମହିଳାମାନଙ୍କୁ ଚେତାବନୀ ଦେଇଛନ୍ତି । ସଙ୍ଗଠନ ପକ୍ଷରୁ ସୋସିଆଲ ମିଡିଆରେ ଚେତାବନୀ ଦିଆଯାଇଛି ଯେ, ଯେଉଁ ମୁସଲିମ ମହିଳା ବୁର୍ଖା ପିନ୍ଧିବେ ନାହିଁ କିମ୍ବା ସାର୍ବଜନୀନ ସ୍ଥାନରେ ସେଲଫି ନେବେ ତେବେ ସେମାନଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ନିଆଯିବ ।

ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ମାଙ୍ଗାଲୋର ପୋଲିସ କମିଶନର ଶଶି କୁମାର କହିଛନ୍ତି ଯେ, ସେମାନେ ଧମକ ଦେଇଥିବା ସଙ୍ଗଠନ ଉପରେ ନଜର ରଖିଛନ୍ତି । ତେବେ ଚେତାବନୀଟି ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି । ଇନଷ୍ଟାଗ୍ରାମ୍ ଓ ଫେସବୁକ ବ୍ୟତୀତ ହ୍ୱାଟସଆପରେ ମଧ୍ୟ ଲୋକଙ୍କୁ ମେସେଜ କରାଯାଉଛି । ଏପରିକି କିପରି ମୁସଲିମ ମହିଳା ଓ ଯୁବତୀ ଧାର୍ମିକ ପରମ୍ପରା ଭାଙ୍ଗିବେ ନାହିଁ ତାହା ସଙ୍ଗଠନର ଲକ୍ଷ୍ୟ ବୋଲି ଭାଇରାଲ ମେସେଜରେ କୁହାଯାଇଛି । ଯଦି କେହି କଟକଣା ନମାନନ୍ତି ତେବେ ସଙ୍ଗଠନ ସେମାନଙ୍କ ଉପରେ ଆକ୍ରମଣ କରିବ ବୋଲି କହିଥିବା କମିଶନର କହିଛନ୍ତି ।

ଗୋଷ୍ଠୀ ସୋସିଆଲ ମିଡିଆ ମାଧ୍ୟମରେ କହିଛି ଯେ ଯେଉଁ ମହିଳାମାନେ ସର୍ବସାଧାରଣ ସ୍ଥାନରେ ବୁର୍ଖା ପିନ୍ଧନ୍ତି ନାହିଁ କିମ୍ବା ଏହାକୁ ହଟାଇ ସେଲଫି ନିଅନ୍ତି, ସେମାନଙ୍କ ବିରୋଧରେ ଉଚିତ୍ କାର୍ଯ୍ୟାନୁଷ୍ଠାନ ନିଆଯିବ । କନ୍ନଡ ଭାଷାରେ ମୁସଲିମ ଗୋଷ୍ଠୀ ଦ୍ୱାରା ଜାରି କରାଯାଇଥିବା ବାର୍ତ୍ତାରେ ଲେଖାଅଛି, “ମଲ୍ ର ବେସମେଣ୍ଟରେ ଆମେ ଅନେକ ମହିଳା ବୁର୍ଖା ଉଠାଇ ଭୁଲ୍ କାମ କରୁଥିବାର ଦେଖିଛୁ। ଆମର କର୍ମଚାରୀମାନେ ସେମାନଙ୍କୁ ଚେତାବନୀ ଦେଇସାରିଛନ୍ତି। ଯଦି ତାହା ପୁନର୍ବାର ଘଟେ, (ମହିଳା) ଯେତେବେଳେ ସେମାନେ ସେମାନଙ୍କର ମହିଳା କଲେଜ ଏବଂ ଅନ୍ୟାନ୍ୟ ସର୍ବସାଧାରଣ ସ୍ଥାନ ପରିଦର୍ଶନ କରନ୍ତି ସେମାନଙ୍କ ଉପରେ ନଜର ରଖିବାକୁ ସେ ପିତାମାତାଙ୍କୁ ମଧ୍ୟ କହିଥିଲେ।

ମାଙ୍ଗାଲୁରୁ ପୋଲିସ କମିଶନର କହିଛନ୍ତି ଯେ ତାଙ୍କ ଦଳ ଏହି ଗୋଷ୍ଠୀ ବିଷୟରେ ଜାଣିବାକୁ ଚେଷ୍ଟା କରୁଛନ୍ତି ଏବଂ ଏହି ଲୋକମାନେ କିଏ? ପୋଲିସ କମିଶନରଙ୍କ କହିବାନୁସାରେ, ସେମାନେ ଦଳର କିଛି ସଦସ୍ୟଙ୍କ ବିଷୟରେ ସୂଚନା ପାଇଛନ୍ତି, କିନ୍ତୁ ଏହି ସନ୍ଦେଶର ମୂଳ ଉତ୍ସ କ’ଣ, ଏହାର ମାଷ୍ଟରମାଇଣ୍ଡ କିଏ, ପୋଲିସ ଜାଣିବାକୁ ଚେଷ୍ଟା କରୁଛି ।

Leave a Reply

Your email address will not be published. Required fields are marked *