ସୁରକ୍ଷାକର୍ମୀଙ୍କ ଗୁଳିରେ ୩ ଆତଙ୍କବାଦୀ ସଫା

ଶ୍ରୀନଗର (ଦ କୁଇଭର): ଜମ୍ମୁକଶ୍ମୀରର ଅନନ୍ତନାଗ ଜିଲ୍ଲାରେ ସୁରକ୍ଷାବାହିନୀଙ୍କୁ ବଡ ସଫଳତା ମିଳିଛି । ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ତିନି ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି । ବଡ କଥା ଯେ ନିହତ ଆତଙ୍କବାଦୀଙ୍କ ମଧ୍ୟରେ ହିଜବୁଲ ମୁଜାହିଦ୍ଦିନ କମାଣ୍ଡର ଆଶ୍ରାଫ ମୋଲଭୀର ମୃତ୍ୟୁ ଘଟିଛି । କଶ୍ମୀରର ଇନ୍ସପେକ୍ଟର ଜେନେରାଲ ବିଜୟ କୁମାର କହିଛନ୍ତି ଯେ, ପହଲଗାମରେ ଆଶ୍ରାଫ ମୋଲଭୀଙ୍କ ସମେତ ଅନ୍ୟ ଦୁଇ ଆତଙ୍କବାଦୀ ନିହତ ହୋଇଛନ୍ତି । ଆଶ୍ରାଫ କଶ୍ମୀରର ହିଜବୁଲର କମାଣ୍ଡର ଥିଲା । ମେ ୬, ୨୦୨୦ ରେ ରିୟାଜ ନାଇକୁର ମୃତ୍ୟୁ ପରେ କମାଣ୍ଡର କରାଯାଇଥିଲା ।

୨୦୧୩ ରେ ସେ ହିଜବୁଲରେ ଯୋଗ ଦେଇଥିଲା ଏବଂ ସ୍ଥାନୀୟ ନାଗରିକଙ୍କୁ ପ୍ରଲୋଭନ ଦେଖାଇ ହିଜବୁଲରେ ନିଯୁକ୍ତ କରୁଥିଲା ।
ସୂଚନା ମୁତାବକ ଜଣେ ପୁଲିସ ଅଧିକାରୀଙ୍କ କହିବାନୁସାରେ, ଅନନ୍ତନାଗ ଜିଲ୍ଲାର ପହଲଗାମ ଅଞ୍ଚଳର ଶ୍ରୀଚନ୍ଦରେ ଆତଙ୍କବାଦୀ ଲୁଚିଥିବା ନେଇ ଗୁଇନ୍ଦା ସୂଚନା ମିଳିଥିଲା । ଆଉ ଗୁଇନ୍ଦା ସୂଚନା ମିଳିବା ପରେ ସୁରକ୍ଷା ବାହିନୀ ସେହି ଅଞ୍ଚଳକୁ ଘେରାବନ୍ଦୀ କରି ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ ।

ତେବେ ସୁରକ୍ଷାବାହିନୀଙ୍କ ଉପରକୁ ସେଠାରେ ଥିବା ଆତଙ୍କବାଦୀମାନେ ଗୁଳି ଚଳାଇବା ଆରମ୍ଭ କରିଥିଲେ । ସୁରକ୍ଷା ବାହିନୀ ଏହାର ପ୍ରତିଶୋଧ ନେଇଥିଲେ ଏବଂ ଏନକାଉଣ୍ଟର ଆରମ୍ଭ ହୋଇଥିଲା । ଏହି ସମୟରେ ୩ଜଣ ଆତଙ୍କବାଦୀ ସଫା ହୋଇଛନ୍ତି । ତେବେ ବର୍ତ୍ତମାନ ବି ଏନକାଉଣ୍ଟର ଚାଲିଛି । ଅନ୍ୟପଟେ ୧୫ ଦିନ ତଳେ ଆତଙ୍କବାଦୀ ସଂଗଠନ ଜୈସ-ଏ-ମହମ୍ମଦ (ଜେଏମ)ର ଦୁଇଜଣ ଆତଙ୍କବାଦୀଙ୍କୁ ସେନା ପକ୍ଷରୁ ଏନକାଉଣ୍ଟର କରାଯାଇଥିଲା । ତେବେ ଏହି ଆତଙ୍କବାଦୀମାନେ କିଭଳି ଭାରତ ସୀମାରେ ପଶିଲେ ସେ ନେଇ ଛାନଭିନ ଆରମ୍ଭ ହୋଇଥିଲା । ଆଉ ବିଏସଏଫ ଜମ୍ମୁ-କଶ୍ମୀରର ସାମ୍ବା ଜିଲ୍ଲାରେ ଏକ ସୁଡ଼ଙ୍ଗ ଚିହ୍ନଟ କରିଥିଲେ ।

Leave a Reply

Your email address will not be published. Required fields are marked *