ଲ୍ୟାଣ୍ଡଫଲ କରିବନି ବାତ୍ୟା-ଆଇଏମଡି ଡିଜି

ଭୁବନେଶ୍ୱର (ଦ କୁଇଭର): ଲ୍ୟାଣ୍ଡଫଲ କରିବନି ବାତ୍ୟା । ୧୦ ତାରିଖ ରାତିରେ ବାତ୍ୟା ଦିଗ ପରିବର୍ତ୍ତନ କରିବ । ଦିଗ ବଦଳାଇବା ପରେ ବାତ୍ୟା ଆଉ ସ୍ଥଳ ଭାଗ ଛୁଇଁବନି । ଓଡିଶା ହେଉ କି ଆନ୍ଧ୍ର , ବାତ୍ୟା କେଉଁଠାରେ ଲ୍ୟାଣ୍ଡଫଲ କରିବନି । ଏ ନେଇ ସୂଚନା ଦେଇଛନ୍ତି ଆଇଏମଡି ଡିଜି ମୃତ୍ୟୁଂଜୟ ମହାପାତ୍ର । ବାତ୍ୟା ଲ୍ୟାଣ୍ଡଫଲ ନ କରି ବାତ୍ୟା ସମୁଦ୍ର ଉପରେ ଚାଲିଯିବ । ସମାନ୍ତରାଳ ଭାବେ ସମୁଦ୍ର ରେ ଓଡିଶା ଉପକୂଳ ଦେଇ ଯିବ । ୯ ତାରିଖରୁ ସମୁଦ୍ର ଅଶାନ୍ତ ରହୁଥିବାରୁ ମତ୍ସଜୀବୀ ଙ୍କୁ ବାରଣ କରାଯାଇଛି । ସମୁଦ୍ର ରେ ଥିବା ମତ୍ସ୍ୟଜୀବୀ ୮ ସୁଦ୍ଧା ଚାଲି ଆସିବାକୁ ପରାମର୍ଶ ଦିଆଯାଇଛି । ଗଂଜାମ , ଗଜପତି, ଖୋର୍ଦ୍ଧା, ଜଗସିଂହପୁର, ପୁରୀ ରେ ବର୍ଷା ହେବ ।

ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟ ଲଘୁଚାପ କ୍ଷେତ୍ର କ୍ରମଶଃ ଘନୀଭୂତ ହେବାରେ ଲାଗିଛି । ଆସନ୍ତା ୩ ଘଣ୍ଟା ମଧ୍ୟରେ ଏହା ଅଧିକ ଘନୀଭୂତ ହୋଇ ଅବପାତରେ ପରିଣତ ହେବ। ୮ ତାରିଖ ସନ୍ଧ୍ୟା ସୁଦ୍ଧା ଏହି ଅବପାତ ଅଧିକ ଘନୀଭୂତ ହୋଇ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ବାତ୍ୟାରେ ପରିଣତ ହେବ। ତେବେ ୯ ତାରିଖରୁ ସମୁଦ୍ର ଅଶାନ୍ତ ରହୁଥିବାରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମଧ୍ୟକୁ ନଯିବାକୁ ବାରଣ କରାଯାଇଛି । ବାତ୍ୟାରେ ପରିଣତ ହେବା ପରେ ଏହା ଉତ୍ତର ପଶ୍ଚିମ ଦିଗରେ ଗତି କରିବ। ଏହାପରେ ୧୦ ତାରିଖ ସନ୍ଧ୍ୟା ସୁଦ୍ଧା ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରର ଉତ୍ତର ଆନ୍ଧ୍ର ପ୍ରଦେଶ ଓ ଓଡ଼ିଶା ଉପକୂଳରେ ପହଞ୍ଚିବ। କିନ୍ତୁ ସ୍ଥଳ ଭାଗକୁ ଆସିବ ନାହିଁ। ଅର୍ଥାତ ବାତ୍ୟା ଲ୍ୟାଣ୍ତଫଲ କରିବ ନାହିଁ।

Leave a Reply

Your email address will not be published. Required fields are marked *