ଜିରୋ କୋଭିଡ୍ ପଲିସି ଉପରେ ପ୍ରଶ୍ନ କରୁଥିବା ଲୋକଙ୍କୁ କଡା ଚେତାବନୀ

(ଦ କୁଇଭର ବ୍ୟୁରୋ): ଜାରି ରହିଛି କରୋନାର କାୟା । ଚୀନର ଅନେକ ସହରରେ କରୋନା ସଂକ୍ରମଣ ବୃଦ୍ଧି ହେତୁ ହୋମ୍ କ୍ୱାରେନଟାଇନ ପରିସ୍ଥିତି ଦେଖାଦେଇଛି । କରୋନାକୁ ଦୃଷ୍ଟିରେ ରଖି ଚୀନରେ ଲାଗୁ ହୋଇଛି ଜିରୋ କୋଭିଡ୍ ପଲିସି । ଏହି ପଲିସିକୁ ନେଇ ଯିଏ ବି ବିରୋଧ କରିବ ତା ବିରୋଧରେ କଡା କାର୍ଯାନୁଷ୍ଠାନ ନିଆଯିବ ବୋଲି ଜିଙ୍ଗପିଙ୍ଗ ଚେତାଇଦେଇଛନ୍ତି ।

ସୂଚନାନୁସାରେ ଚୀନ୍ ରାଷ୍ଟ୍ରପତି ସି ଜିନ୍ପିଙ୍ଗ୍ ବରିଷ୍ଠ ନେତାମାନଙ୍କୁ ନେଇ ଏକ ବୈଠକ ଡକାଇଥିଲେ । ଏହି ବୈଠକରେ ସେ ଚୀନ୍ରେ ଜିରୋ କୋଭିଡ୍ ପଲିସିର ମହତ୍ତ୍ବ ଉପରେ ଗୁରୁତ୍ବ ଦେଇ ଏହା ଉପରେ ବିସ୍ତାର ଭାବେ ଆଲୋଚନା କରିଥିଲେ । ସେ ଏହାର ଆର୍ଥିକ ପରିଣାମ ଉପରେ ମଧ୍ୟ ଚର୍ଚ୍ଚା କରିଥିଲେ । ବୈଠକରେ ଜିନପିଙ୍ଗ ଜିରୋ କୋଭିଡ୍ ପଲିସିର ଆଲୋଚନା କରୁଥିବା ଲୋକଙ୍କ ବିରୋଧରେ କଡା ଚେତାବନୀ ଦେଇଛନ୍ତି । ବର୍ତ୍ତମାନ ଚୀନ୍ରେ କରୋନାକୁ ନେଇ ସରକାରଙ୍କ ପଲିସିକୁ ଦୃଢ ବିରୋଧ କରାଯାଉଛି । କେବଳ ଏତିକି ନୁହେଁ ଏହାଦ୍ବାରା ଚୀନ୍ର ଅର୍ଥବ୍ୟବସ୍ଥା ମଧ୍ୟ ଦୁର୍ବଳ ହେଉଛି ।

ସିଏନ୍ଏନ୍ ରିପୋର୍ଟ ଅନୁଯାୟୀ, ଗତ ପାଞ୍ଚ ସପ୍ତାହ ମଧ୍ୟରେ ଖାଦ୍ୟର ଅଭାବ ଏବଂ ଚିକିତ୍ସା ସୁବିଧା ଅଭାବରୁ ସାଂଘାଇର ଅନେକ ଲୋକ ସୋସିଆଲ ମିଡିଆରେ ନିଜର କ୍ରୋଧ ପ୍ରକାଶ କରିଛନ୍ତି। ଏଭଳି ପରିସ୍ଥିତିରେ ଗୁରୁବାର ସି ଜିନପିଙ୍ଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ବୈଠକରେ ଶାସକ କମ୍ୟୁନିଷ୍ଟ ପାର୍ଟିର ସର୍ବୋଚ୍ଚ ପଲିଟ ବ୍ୟୁରୋ ସ୍ଥାୟୀ ସମିତି ଜିରୋ କୋଭିଡ୍ ପଲିସିର ନିର୍ଦ୍ଦେଶାବଳୀକୁ କଡାକଡି ପାଳନ କରିବା ଏବଂ ଏହି ପଲିସି ଭୁଲ ଭାବେ ଉପସ୍ଥାପନ କରିବା, ସନ୍ଦେହ କରିବା ଅଥବା ଅସ୍ବୀକାର କରୁଥିବା ଲୋକଙ୍କ ବିରୋଧରେ କଡା କଡା କାର୍ୟ୍ୟାନୁଷ୍ଠାନ ନେବାକୁ କହିଛନ୍ତି ।

ଉଲ୍ଲେଖଯୋଗ୍ୟ ଯେ, ସାଂଘାଇର କଡା ଲକଡାଉନ୍ ପରେ ଜନ ଅସନ୍ତୋଷ ପ୍ରକାଶ ପାଇବା ପରେ ପ୍ରଥମ ଥର ପାଇଁ ଜିନପିଙ୍ଗ ଶିଖର ସମ୍ମିଳନୀ କରି କୋଭିଡ ବିରୋଧରେ ଚୀନ୍ର ଲଢେଇ ସମ୍ପର୍କରେ ସର୍ବସାଧାରଣରେ ମନ୍ତବ୍ୟ ଦେଇଛନ୍ତି ।

ବୈଠକରେ ସମିତି ଏହା ମଧ୍ୟ ଘୋଷଣା କରିଛି ଯେ, ତାଙ୍କ ଉଦ୍ଦେଶ୍ୟ ଜିରୋ କୋଭିଡ୍ ପଲିସିକୁ ନେଇ ଅପର୍ୟ୍ୟାପ୍ତ ସଚେତନତା, ପ୍ରସ୍ତୁତି, ଶ୍ରମ, ତିରସ୍କାର, ଅରୁଚି ଏବଂ ଚିନ୍ତାରେ ନକାରାତ୍ମକତା ସହ ମୁକାବିଲା କରିବା । ସେପଟେ ଦୀର୍ଘଦିନ ଧରି ଚୀନ୍ ରାଜନୀତି ଉପରେ ନଜର ରଖିଥିବା ବିଶେଷଜ୍ଞଙ୍କ ଅନୁଯାୟୀ, ବୈଠକ କରି ଏଭଳି ଗମ୍ଭୀର ଚେତାବନୀ ଜାରି କରିବାକୁ ସୂଚାଉଛି । ପାର୍ଟି ଭିତରେ ମଧ୍ୟ ଜିନପିଙ୍ଗଙ୍କ ଜିରୋ କୋଭିଡ୍ ପଲିସିକୁ ବିରୋଧ କରାଯାଉଛି ।

Leave a Reply

Your email address will not be published. Required fields are marked *