Site icon ଦ କୁଇଭର୍ – ପରିବର୍ତ୍ତନର କମ୍ପନ!

IPL 2022: ଆଜି କୋଲକାତାକୁ ଭେଟିବ ଲକ୍ଷ୍ନୌ, ମ୍ୟାଚ ହାରିଲେ ପ୍ଲେ ଅଫ୍ ରେସରୁ ବାଦ ପଡ଼ିବ KKR

ମୁମ୍ବାଇ(ଦ କୁଇଭର): ଆଜି ଇଣ୍ଡିଆନ ପ୍ରିମିୟର ଲିଗର ୫୩ ତମ ମ୍ୟାଚରେ ମୁହାଁମୁହିଁ ହେବେ ଲକ୍ଷ୍ନୌ ସୁପର ଜିଆଣ୍ଟ୍ସ ଓ କୋଲକାତା ନାଇଟ ରାଇଡର୍ସ । ଏହି ମ୍ୟାଚ ପୂର୍ବରୁ ଉଭୟ ଦଳ ନେଟ୍ସରେ ଜୋରଦାର ଅଭ୍ୟାସ କରିଛନ୍ତି । ତେବେ ଏହି ମ୍ୟାଚରେ ଯଦି କୋଲକାତା ପରଜୟ ବରଣ କରେ ତାହାଲେ ପ୍ଲେ ଅଫ ରେସ୍ ବାହାରି ଯିବ କେକେଆର । ସେହିପରି ଲଗାତର ତିନୋଟି ମ୍ୟାଚରେ ବିଜୟ ଲାଭ କରି ଆସିଥିବା ଲକ୍ଷ୍ନୌ ଆଜି କେକେଆରକୁ ପରାସ୍ତ କରି ଏହି ବିଜୟ ଧାରା ଜାରି ରଖିବାକୁ ଚେଷ୍ଟା କରିବ ।

ଚଳିତ ଆଇପିଏଲରେ ପ୍ରଥମରୁ ଭଲ ଆରମ୍ଭ କରିଥିଲା କୋଲକାତା । ପ୍ରଥମ ୪ ମ୍ୟାଚରୁ ୩ଟିରେ ବିଜୟ ହାସଲ କରିଥିଲା ଦଳ । କିନ୍ତୁ ଏହାର ପରବର୍ତ୍ତୀ ୫ଟି ମ୍ୟାଚରେ ଲଗାତର ପରାଜୟ ବରଣ କରି ବ୍ୟାକଫୁଟରେ ରହିଥିଲା କେକେଆର । ତେବେ କୋଲକାତା ତା’ର ପୂର୍ବ ମ୍ୟାଚରେ ରାଜସ୍ଥାନ ରୟାଲ୍ସକୁ ପରାସ୍ତ କରି ପୁଣି ଥରେ ବିଜୟ ଧାରାକୁ ଫେରିଛି । ତେଣୁ ଆଜିର ମଧ୍ୟ ଏହି ବିଜୟ ଧାରା ଜାରି ରଖିବାକୁ ଚେଷ୍ଟା କରିବ କୋଲକାତା ନାଇଟ ରାଇଡର୍ସ ।

ସେହିପରି ଚଳିତ ଆଇପିଏଲରେ ଦମଦାର ପ୍ରଦର୍ଶନ ଜାରି ରଖିଛି ଲକ୍ଷ୍ନୌ ସୁପର ଜିଆଣ୍ଟ୍ସ । ଏପର୍ଯ୍ୟନ୍ତ ଖେଳିଥିବା ୧୦ଟି ମ୍ୟାଚରୁ ଲକ୍ଷ୍ନୌ ୭ଟି ମ୍ୟାଚରେ ବିଜୟ ସହ ପଏଣ୍ଟ ଟେବୁଲର ଦ୍ୱିତୀୟ ସ୍ଥାନରେ ରହିଛି । ଏହା ସହ ଲକ୍ଷ୍ନୌ ଲଗାତର ୩ଟି ମ୍ୟାଚରେ ବିଜୟ ଲାଭ କରି ଆସିଥିବାରୁ ଦଳର ମନୋବଳ ଦୃଢ଼ ରହିଛି । ତେଣୁ ଆଜିର ମ୍ୟାଚରେ କୋଲକାତା ନାଇଟ ରାଇଡର୍ସକୁ ପରାସ୍ତ କରି ପ୍ଲେ-ଅଫ ରେସରେ ନିଜ ସ୍ଥାନ ପକ୍କା କରିବାକୁ ଚେଷ୍ଟା କରିବ ଦଳ ।

Exit mobile version