Site icon ଦ କୁଇଭର୍ – ପରିବର୍ତ୍ତନର କମ୍ପନ!

IPL 2022: ଗୁଜରାଟକୁ ୫ ରନରେ ହରାଇଲା ମୁମ୍ବାଇ

ମୁମ୍ବାଇ(ଦ କୁଇଭର): ଏକ ରୋମାଞ୍ଚକର ମୁକାବିଲାରେ ଗୁଜରାଟ ଟାଇଟନ୍ସକୁ ୫ ରନରେ ପରାସ୍ତ କରିଛି ମୁମ୍ବାଇ ଇଣ୍ଡିଆନ୍ସ । ଗତକାଲି ମୁମ୍ବାଇର ବବର୍ଣ୍ଣ ଷ୍ଟାଡିୟମରେ ଖେଳାଯାଇଥିବା ମ୍ୟାଚର ଶେଷ ଓଭରରେ ଗୁଜରାଟ ଟାଇଟନ୍ସକୁ ଜିତିବାକୁ ହେଲେ ଆବଶ୍ୟକ ଥିଲା ୯ ରନ । କିନ୍ତୁ ଶେଷ ଓଭରରେ ଡାନିଏଲ ସାମ୍ସଙ୍କ ଚମତ୍କାର ବୋଲିଂ ବଳରେ ମୁମ୍ବାଇ ଏହି ମ୍ୟାଚକୁ ୫ ରନରେ ବିଜୟ ଲାଭ କରିଛି । ଏହି ବିଜୟ ସହ ମୁମ୍ବାଇ ୧୦ଟି ମ୍ୟାଚରୁ ୨ଟି ମ୍ୟାଚରେ ବିଜୟ ଲାଭ କରିଛି । ସେହିପରି ଗୁଜରାଟ ଟାଇଟନ୍ସ ଚଳିତ ସିଜିନରେ ଲଗାତର ଭାବରେ ଦୁଇଟି ମ୍ୟାଚରେ ପରାଜୟ ବରଣ କରିଛି ।

ଗତକାଲି ଇଣ୍ଡିଆନ ପ୍ରିମିୟର ଲିଗର ୫୧ ତମ ମ୍ୟାଚରେ ମୁହାଁମୁହିଁ ହୋଇଥିଲେ ମୁମ୍ବାଇ ଇଣ୍ଡିଆନ୍ସ ଓ ଗୁଜରାଟ ଟାଇଟନ୍ସ । ଏହି ମ୍ୟାଚରେ ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା ଗୁଜରାଟ । ଟସ୍ ହାରି ବ୍ୟାଟିଂ କରିଥିବା ମୁମ୍ବାଇ ଆରମ୍ଭ ଦମଦାର ବ୍ୟାଟିଂ କରିଥିଲା । ଉଭୟ ଓପନର ରୋହିତ ଶର୍ମା ଓ ଇଶାନ କିଶାନ ଧୁଆଁଧାର ବ୍ୟାଟିଂ କରିଥିଲେ । କିନ୍ତୁ ଏହି ଦୁଇ ଓପନର ଆଉଟ ହେବା ପରେ ରନର ଗତିରେ ବ୍ରେକ ଲଗାଇବାରେ ସଫଳ ହୋଇଥିଲା ଗୁଜରାଟ । କିନ୍ତୁ ଶେଷରେ ଟିମ୍ ଡେଭିଡଙ୍କ ଦ୍ରୁତ ୪୪ ରନ ଫଳରେ ମୁମ୍ବାଇ ନିର୍ଦ୍ଧାରିତ ୨୦ ଓଭରରେ ୧୭୭ ରନ କରିଥିଲା । ମୁମ୍ବାଇ ପକ୍ଷରୁ ରୋହିତ ଶର୍ମା ୪୩ ରନ କରିଥିବାବେଳେ ଇଶାନ କିଶାନ ୪୫ ରନ କରିଥିଲେ ।

୧୭୮ ରନର ଟାର୍ଗେଟ ନେଇ ପଡ଼ିଆକୁ ଓହ୍ଲାଇଥିବା ଗୁଜରାଟ ଆରମ୍ଭରୁ ଦମଦର ପ୍ରଦର୍ଶନ କରିଥିଲେ । ପ୍ରଥମ ଓ୍ୱିକେଟ ପାଇଁ ଶତକୀୟ ପାର୍ଟନରସିପ୍ କରିଥିଲେ ଦୁଇ ଓପନର ଶୁଭମନ ଗିଲ୍ ଓ ରିଦ୍ଧିମାନ ଶାହା । ଦ୍ୱିତୀୟ ମ୍ୟାଚ ଆରମ୍ଭରୁ ପୂରା ମ୍ୟାଚକୁ ନିଜ କବ୍ଜାରେ ରଖିଥିଲା ଗୁଜରାଟ । କିନ୍ତୁ ଏହି ଦୁଇ ଓପନର ଆଉଟ ହେବା ପରେ ମ୍ୟାଚର ମୋଡ ବଦଳିଥିଲା । ତେବେ ଶେଷ ଓଭରରେ ଗୁଜରାଟକୁ ୯ ରନର ଆବଶ୍ୟକତା ଥିବାବେଳେ ମୁମ୍ବାଇ ପକ୍ଷରୁ ବୋଲିଂ କରିବାକୁ ବସିଥିଲେ ଡାନିଏଲ ସାମ୍ସ । ସାମ୍ସ ଶେଷ ଓଭରରେ ମାତ୍ର ୩ ରନ ଦେଇଥିଲେ । ଯାହଫଳରେ ଏହି ମ୍ୟାଚକୁ ମୁମ୍ବାଇ ୫ ରନରେ ନିଜ ନାମରେ କରିବାରେ ସଫଳ ହୋଇଥିଲା ।

Exit mobile version