ଇସ୍ତଫା ଦେବେ ପ୍ରଧାନମନ୍ତ୍ରୀ !

କଲମ୍ବୋ (ଦ କୁଇଭର): ଇସ୍ତଫା ଦେବେ ଶ୍ରୀଲଙ୍କା ପ୍ରଧାନ ମନ୍ତ୍ରୀ । ଶ୍ରୀଲଙ୍କାର ପ୍ରଧାନମନ୍ତ୍ରୀ ପଦରୁ ମହିନ୍ଦା ରାଜପକ୍ଷେ ଇସ୍ତଫା ଦେବାକୁ ରାଜି ହୋଇଛନ୍ତି। ଖବର ଅନୁଯାୟୀ, ଶ୍ରୀଲଙ୍କାରେ ଚାଲିଥିବା ଅର୍ଥନୈତିକ ସଙ୍କଟର ଏକମାତ୍ର ସମାଧାନ ଯଦି ତାଙ୍କ ଇସ୍ତଫା ଅଟେ ତେବେ ସେ ଇସ୍ତଫା ଦେବାକୁ ପ୍ରସ୍ତୁତ ବୋଲି ମହିନ୍ଦା ରାଜପକ୍ଷେ ଘୋଷଣା କରିଛନ୍ତି ।

ଗତକାଲି ରାଷ୍ଟ୍ରପତିଙ୍କ ଅଧ୍ୟକ୍ଷତାରେ ରାଜ ଭବନରେ ଆୟୋଜିତ କ୍ୟାବିନେଟ ବୈଠକରେ ସେ ଦେଶର ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ପ୍ରସ୍ତୁତ ଅଛନ୍ତି। ଦେଶର ସାଂପ୍ରତିକ ଅର୍ଥନୈତିକ ସଙ୍କଟକୁ ମୁକାବିଲା କରିବାରେ ବିଫଳ ହୋଇଥିବାରୁ ମହିନ୍ଦା ତାଙ୍କ ଇସ୍ତଫା ମାଗିଛନ୍ତି ବୋଲି ଶ୍ରୀଲଙ୍କା କ୍ୟାବିନେଟ ପକ୍ଷରୁ ସୂଚନାମିଳିଛି । ପ୍ରଧାନମନ୍ତ୍ରୀ ଭାବରେ ମହିନ୍ଦାଙ୍କ ଇସ୍ତଫା ସହିତ ବର୍ତ୍ତମାନର କ୍ୟାବିନେଟ୍ ମଧ୍ୟ ଭଙ୍ଗାଯିବ।

ସୂଚନାନୁସାରେ ଆର୍ଥିକ ସଂଙ୍କଟରେ ଗତିକରୁଛି ଶ୍ରୀଲଙ୍କା । ଏହାକୁ ନେଇ ଶ୍ରୀଲଙ୍କ ସରକାରଙ୍କ ବିରୋଧରେ ସାରା ଦେଶରେ ଲୋକମାନେ ବିରୋଧ କରୁଛନ୍ତି। ଆର୍ଥିକ ସଙ୍କଟ ଯୋଗୁ ଦେଶବ୍ୟାପୀ ବିକ୍ଷୋଭ ଓ ଆନ୍ଦୋଳନ ଜାରି ରହିଥିବା ପରିପ୍ରେକ୍ଷୀରେ ଶ୍ରୀଲଙ୍କା ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷେ ଶୁକ୍ରବାର ରାତିରେ ଦେଶରେ ଜରୁରି ପରିସ୍ଥିତି ଘୋଷଣା କରିଛନ୍ତି । ରାଷ୍ଟ୍ରପତିଙ୍କ ଇସ୍ତଫା ଦାବିରେ ବ୍ୟବସାୟୀ ସଂଘଗୁଡିକ ପକ୍ଷରୁ ଦେଶବ୍ୟାପୀ ଧର୍ମଘଟ କରାଯାଇଥିଲା ।

ରାଷ୍ଟ୍ରପତିଙ୍କ ଇସ୍ତଫା ଦାବିରେ ହଜାର ହଜାର ଛାତ୍ରଛାତ୍ରୀ ସଂସଦକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତାକୁ ଗତକାଲି ଠାରୁ ଅବରୋଧ କରିରଖିଛନ୍ତି । ବ୍ୟବସାୟୀ ସଂଘ ଆନ୍ଦୋଳନକୁ ଓହ୍ଲାଇଥିଲେ । ସେମାନଙ୍କ ସହ ଶ୍ରମିକ ସଙ୍ଗଠନ, ଡାକ, ବ୍ୟାଙ୍କ, ବୀମା, ବନ୍ଦର ଓ ଅନ୍ୟାନ୍ୟ ସରକାରୀ ସେବା ସହ ଜଡିତ କର୍ମଚାରୀ ସଂଘ ମଧ୍ୟ ସାମିଲ ହୋଇଥିଲେ । ୧୯୪୮ରେ ବ୍ରିଟେନ ଠାରୁ ସ୍ୱାଧୀନତା ଲାଭ କରିବା ପରେ ଶ୍ରୀଲଙ୍କା ବର୍ତ୍ତମାନ ସବୁଠାରୁ ବଡ ଅର୍ଥନୈତିକ ସଙ୍କଟର ସାମ୍ନା କରୁଛି ।

Leave a Reply

Your email address will not be published. Required fields are marked *