ବକ୍ସ ଅଫିସ ପରେ OTT ରେ ଧୁମ୍ ମଚାଇବ କେଜିଏଫ-୨

ମୁମ୍ବାଇ (ଦ କୁଇଭର): ବକ୍ସ ଅଫିସରେ ଧମାଲ କରିବା ପରେ OTT ମୁଂହା ସୁପରଷ୍ଟାର ୟଶଙ୍କ ଫିଲ୍ମ କେଜିଏଫ-୨ । ସୁପରଷ୍ଟାର ୟଶଙ୍କ ଫିଲ୍ମ ‘କେଜିଏଫ୍ -୨’ ବହୁତ ସଫଳତା ହାସଲ କରିଛି । ବକ୍ସ ଅଫିସରେ ଫିଲ୍ମର ହିନ୍ଦୀ ଭର୍ସନ ମଧ୍ୟ ଦମଦାର କଲେକ୍ସନ କରିଛି।  ଏହି ଚଳଚ୍ଚିତ୍ର ବର୍ତ୍ତମାନ ସମସ୍ତ ହିଟ୍‌ ଫିଲ୍ମକୁ ପଛରେ ପକାଇ ଦେଇଛି । ବର୍ତ୍ତମାନ ଏହା OTT  ରାଇଟସ୍‌ ବିଷୟରେ ଏକ ବଡ ଖବର ଆସିଛି ।

ସୂଚନା ଅନୁସାରେ ‘କେଜିଏଫ୍ -୨’ର OTT ରାଇଟସ୍‌ ପ୍ରାୟ ୩୨୦ କୋଟିରେ ବିକ୍ରି କରାଯାଇଛି । ଯାହା ଏକ ଭାରତୀୟ ଚଳଚ୍ଚିତ୍ର ପାଇଁ ସବୁଠାରୁ ବଡ ଡିଲ୍ ବୋଲି ପ୍ରମାଣିତ ହୋଇଛି। ଏହା ସହିତ ନିର୍ମାତାମାନେ OTT ରାଇଟସ୍‌ରୁ କୋଟି କୋଟି ଟଙ୍କା ମଧ୍ୟ ସଂଗ୍ରହ କରିଛନ୍ତି। ଖବର ଅନୁଯାୟୀ, ପ୍ରଶାନ୍ତ ନୀଲଙ୍କ ନିର୍ଦ୍ଦେଶିତ ‘କେଜିଏଫ୍ ୨’ କନ୍ନଡ, ତାମିଲ, ତେଲୁଗୁ, ମାଲାୟାଲମ୍ ଏବଂ ହିନ୍ଦୀ ଭଳି ଭାଷାରେ ଓଟିଟି ପ୍ଲାଟଫର୍ମରେ ମୁକ୍ତିଲାଭ କରିବ। ହେଲେ ଫିଲ୍ମର OTT ରିଲିଜ୍ ସମ୍ପର୍କରେ ନିର୍ମାତାମାନେ କୌଣସି ଅଫିସିଆଲ୍ ବିବୃତ୍ତି ଜାରି କରାଯାଇ ନାହିଁ ।

ୟଶଙ୍କ ଫିଲ୍ମ ‘କେଜିଏଫ୍ -୨’ ବକ୍ସ ଅଫିସ୍‌ରେ  ଅମୀରଙ୍କ ଖାନଙ୍କ ଫିଲ୍ମ ‘ଦଙ୍ଗଲ’କୁ ଟପିଛି। ବର୍ତ୍ତମାନ ‘କେଜିଏଫ୍ ୨’ ଦେଶର ଦ୍ୱିତୀୟ ସର୍ବାଧିକ ଆୟ କରିଥିବା ଚଳଚ୍ଚିତ୍ର ହୋଇପାରିଛି। ଫିଲ୍ମର ହିନ୍ଦୀ ଭର୍ସନ ବୁଧବାର ପର୍ଯ୍ୟନ୍ତ ୩୯୧.୬୫ କୋଟି ଟଙ୍କା ସଂଗ୍ରହ କରିଛି । ବର୍ତ୍ତମାନ ଏହି ଚଳଚ୍ଚିତ୍ରଟି ୪୦୦ କୋଟି ଆଡକୁ ଗତି କରୁଛି ।

Leave a Reply

Your email address will not be published. Required fields are marked *