ବ୍ରଜରାଜନଗର ଉପନିର୍ବାଚନ ପାଇଁ ରାଧାରାଣୀ ପଣ୍ଡା ହେଲେ ବିଜେପି ପ୍ରାର୍ଥୀ

ବ୍ରଜରାଜନଗର: ବ୍ରଜରାଜନଗର ଉପନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେପି । ରାଧାରାଣୀ ପଣ୍ଡା ହେଲେ ବିଜେପିର ବିଧାୟକ ପ୍ରାର୍ଥୀ । ପୂର୍ବତନ ବିଧାୟିକା ରାଧାରାଣୀ ପଣ୍ଡାଙ୍କ ଉପରେ ମୋହର ମାରିଲା ବିଜେପି କେନ୍ଦ୍ରୀୟ ନିର୍ବାଚନ କମିଟି । ବ୍ରଜରାଜନଗରର ପୂର୍ବତନ ବିଧାୟକ ଥିଲେ ରାଧାରାଣୀ ପଣ୍ଡା । ପ୍ରଥମ ଦଳ ଭାବରେ ବିଜେପି ପ୍ରାର୍ଥୀ ଘୋଷଣା କରିଛି । ତେବେ ବିଜେପି ବ୍ୟତୀତ ଅନ୍ୟ କୌଣସି ରାଜନୈତିକ ଦଳ ଏପର୍ଯ୍ୟନ୍ତ ପ୍ରାର୍ଥୀ ଘୋଷଣା କରିନାହାନ୍ତି ।

Leave a Reply

Your email address will not be published. Required fields are marked *