କିଶୋର ପଟେଲ ହେଲେ କଂଗ୍ରେସ ପ୍ରାର୍ଥୀ

(ଦ କୁଇଭର): କିଶୋର ପଟେଲ ହେଲେ କଂଗ୍ରେସର ପାର୍ଥୀ । ବ୍ରଜରାଜନଗର ଉପନିର୍ବାଚନ ପାଇଁ କଂଗ୍ରେସର ପ୍ରାର୍ଥୀ ଘୋଷଣା କରାଯାଇଛି। ଏ ନେଇ ଏଆଇସିସି ପକ୍ଷରୁ ଘୋଷଣା କରାଯାଇଛି । ପ୍ରେସ ବିଜ୍ଞପ୍ତିରେ ସାଧାରଣ ସମ୍ପାଦକ ମୁକୁଳ ଓ୍ବାସନିକ ସୂଚନା ଦେଇଛନ୍ତି। କିଶୋର ଚନ୍ଦ୍ର ପଟେଲ ପୂର୍ବରୁ ବିଧାନସଭା ବାଚସ୍ପତି ରହିଥିଲେ ।

ସୂଚନାଯୋଗ୍ୟ ଯେ ବ୍ରଜରାଜନଗର ବିଧାୟକ କିଶୋର ମହାନ୍ତିଙ୍କ ମୃତ୍ୟୁ ପରେ ଏଠାରେ ଉପନିର୍ବାଚନ ଅନୁଷ୍ଠିତ ହେଉଛି। ଏଥିପାଇଁ ୪ ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇଛି। ଆସନ୍ତା ମେ ୧୧ ତାରିଖ ପର୍ୟ୍ୟନ୍ତ ପ୍ରାର୍ଥୀପତ୍ର ଦାଖଲ ହୋଇପାରିବ। ମେ ୩୧ରେ ଭୋଟ ଗ୍ରହଣ ହେବ। ଜୁନ ୩ ତାରିଖରେ ଭୋଟ ଗଣତି ହେବ।

Leave a Reply

Your email address will not be published. Required fields are marked *