୧୦୦ ଦିନ ପରେ ଘରକୁ ଫେରିଲେ ପ୍ରିୟଙ୍କାଙ୍କ ଝିଅ: ଦେଖନ୍ତୁ ପ୍ରଥମ ଝଲକ୍

(ଦ କୁଇଭର ବ୍ୟୁରୋ): ମଦର୍ସ ଡେ’ ସମସ୍ତ ମା ଓ ତାଙ୍କ ପିଲାଙ୍କ ପାଇଁ ଖାସ୍, କିନ୍ତୁ ପ୍ରିୟଙ୍କା ଚୋପ୍ରା ଓ ନିକ୍ ଜୋନସଙ୍କ ପାଇଁ ଏହି ଦିନ ସ୍ମରଣୀୟ ହୋଇଛି । ବଲିଉଡରୁ ହଲିଉଡ୍ ପର୍ୟ୍ୟନ୍ତ ନିଜର ପରିଚୟ ସୃଷ୍ଟି କରିଥିବା ଜଣାଶୁଣା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ମଦର୍ସ ଡେ’ ରେ ସେ ନିଜ ଝିଅ ମାଲତିଙ୍କୁ ପ୍ରଥମଥର ପାଇଁ ଘରକୁ ଆଣିଛନ୍ତି । ନିକ୍ ଓ ପ୍ରିୟଙ୍କା ଝିଅ ପ୍ରି-ମ୍ୟାଚୁର ଭାବେ ଜନ୍ମ ହୋଇଥିଲା, ଯେଉଁ କାରଣରୁ ତାକୁ ଏନଆଇସିୟୁ(ନିଓ ନାଟାଲ୍ ଇଣ୍ଟେନ୍ସିଭ୍ କେୟାର ୟୁନିଟ୍) ରେ ପାଖାପାଖି ୧୦୦ ଦିନ ପର୍ୟ୍ୟନ୍ତ ରଖାଯାଇଥିଲା । ଝିଅକୁ ଘରକୁ ଆଣିବା ପରେ ପ୍ରିୟଙ୍କା ପ୍ରଥମଥର ପାଇଁ ଇନଷ୍ଟାଗ୍ରାମରେ ପରିବାରର ଏକ ଫଟୋ ସେୟାର କରିଛନ୍ତି, ଯେଉଁଥିରେ ମା’, ବାପା ଓ ଝିଅ ଥିବା ଦେଖିବାକୁ ମିଳିଛି ।

https://www.instagram.com/p/CdTr_YnvMkp/?utm_source=ig_web_copy_link

ଏହି ଫଟୋରେ ସେ ଝିଅକୁ ଛାତିରେ ଲଗାଇ ଧରିଛନ୍ତି ଏବଂ ନିକ ଝିଅର ହାତ ଧରିଛନ୍ତି । ଏହି ଫଟୋରେ ଝିଅର ମୁହଁ ଦେଖାଇନାହାନ୍ତି । ଫଟୋ ସହିତ, ପ୍ରିୟଙ୍କା ଚୋପ୍ରା ଏକ ଲମ୍ବା ଏବଂ ଭାବପ୍ରବଣ ନୋଟ୍ ମଧ୍ୟ ଲେଖିଛନ୍ତି । ପ୍ରିୟଙ୍କା ଲେଖିଛନ୍ତି ଯେ, ‘ମାତୃ ଦିବସ ଅବସରରେ ମୁଁ ଆପଣଙ୍କୁ କହିବାକୁ ଚାହେଁ ଯେ ଗତ କିଛି ମାସ ହେବ ଜୀବନଟା ରୋଲର କୋଷ୍ଟର ତଥା ଚ୍ୟାଲେଞ୍ଜ ଠାରୁ କମ୍ ନଥିଲା । ୧୦୦ ଦିନ ପରେ ଏନଆଇସିୟୁରୁ ଆମ ଝିଅ ଶେଷରେ ଘରକୁ ଆସିଛି । ପ୍ରତ୍ୟେକ ପରିବାରର ଯାତ୍ରା କିଛି ନୂଆ ହୋଇଥାଏ ଏବଂ ଗତ କିଛି ମାସ ଆମ ପାଇଁ ବହୁତ ଚ୍ୟାଲେଞ୍ଜ ଥିଲା । ମୋ ଜୀବନର ସମସ୍ତ ମାତା ଏବଂ କେୟାରଟେକରଙ୍କୁ ମାତୃ ଦିବସର ଶୁଭେଚ୍ଛା । ଆପଣ ସମସ୍ତେ ଏହି ଯାତ୍ରାକୁ ଆହୁରି ସହଜ କରିଛନ୍ତି ।

Leave a Reply

Your email address will not be published. Required fields are marked *