ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବିବାଦ: ଆଜି ହାଇକୋର୍ଟର ଶୁଣାଣି

ପୁରୀ (ଦ କୁଇଭର): ଦୀର୍ଘ ଦିନ ଧରି ଚାଲିଥିବା ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବିବାଦ ରେ ଆଜି ଶୁଣାଣୀ କରିବେ ହାଇକୋର୍ଟ । ଗତ ୭ ତାରିଖ ସୁଦ୍ଧା ପରିକ୍ରମା ପ୍ରକଳ୍ପ ସମ୍ପର୍କିତ ରିପୋର୍ଟ ଦାଖଲ କରିବା ଲାଗି ଏଏସଆଇକୁ ନିର୍ଦ୍ଦେଶ ଦିଆଯାଇଥିବା ବେଳେ ବର୍ତ୍ତମାନ ଶୁଣାଣୀକୁ ଅପେକ୍ଷା ରହିଛି ।

ଶ୍ରୀମନ୍ଦିର ପ୍ରତି ଚାଲିଥିଲା ସରକାରଙ୍କ ମନମାନିକୁ ଦୃଢ ନିନ୍ଦା କରାଯାଇଛି । ଶ୍ରୀମନ୍ଦିରର ନିଶିଦ୍ଧାଞ୍ଚଳର ଶହେ ମିଟର ଭିତରେ ନିର୍ମାଣ କାର୍ୟ୍ୟକୁ ନେଇ ବିବାଦ ଲାଗିରହିଛି । ଯାହା ବେଆଇନ ବୋଲି କୁହାଯାଉଥିବା ବେଳେ ଏହା ଦ୍ବାରା ଶ୍ରୀମନ୍ଦିର ପ୍ରତି ବିପଦ ଥିବା ଆବେଦନକାରୀମାନେ କୋର୍ଟଙ୍କୁ ଦର୍ଶାଇଛନ୍ତି ।

ପରିକ୍ରମା ପ୍ରକଳ୍ପକୁ ଚ୍ୟାଲେଞ୍ଜ କରି ପୁରୀ ନିବାସୀ ଦିଲ୍ଲୀପ ବରାଳ ହାଇକୋର୍ଟରେ ଜନସ୍ବାର୍ଥ ମାମଲା ଦାୟର କରିଥିଲେ । ଏଥିରେ ପକ୍ଷଭୁକ୍ତ ହେବା ଲାଗି ଆଉ ଜଣେ ବ୍ୟକ୍ତି ମଧ୍ୟ ଇଣ୍ଟର୍ ଭେନିଂ ପିଟିସନ ଦାଖଲ କରିଛନ୍ତି ।

ତେବେ ଶ୍ରୀମନ୍ଦିର ଚତୁର୍ପାର୍ଶ୍ୱରେ କି ପ୍ରକାର ନିର୍ମାଣ କାର୍ଯ୍ୟ ପାଇଁ କାହାର ଅନୁମତି ଲୋଡ଼ାଯାଇଛି ଏବଂ ନିର୍ମାଣ କାର୍ୟ୍ୟ ଲାଗି ଶ୍ରୀମନ୍ଦିର ପ୍ରତି ବିପଦ ଅଛି କି ନାହିଁ, ତା ଉପରେ ରିପୋର୍ଟ ଦାଖଲ କରିବାକୁ କୋର୍ଟଙ୍କ ନିର୍ଦ୍ଦେଶ ଥିଲା । ତେବେ ସେହି ତଥ୍ୟକୁ ଆଧାର କରି ଆଜି ଶୁଣାଣୀ କରାଯିବ ବୋଲି ସୂଚନାମିଳିଛି । ତେବେ କୋର୍ଟଙ୍କରାୟଙ୍କୁ ନେଇ ରହିଛି ସମସ୍ତଙ୍କ ନଜର ।

Leave a Reply

Your email address will not be published. Required fields are marked *