ନିର୍ବନ୍ଧର ଫଟୋ ସେୟାର କଲେ ସୋନାକ୍ଷୀ ସିହ୍ନା ! 

ମୁମ୍ବାଇ (ଦ କୁଇଭର): ବଲିଉଡ୍‌ର ଦବଙ୍ଗ ଗର୍ଲ ସୋନାକ୍ଷୀ ସିହ୍ନା । ପୁଣି ଚର୍ଚ୍ଚାରେ ସୋନାକ୍ଷୀ ସିହ୍ନା । ନିକଟରେ ବିବାହ ଋତୁ ଚାଲିଥିବା ବେଳେ ଚର୍ଚ୍ଚାରେ ଶୁଣିବାକୁ ମିଳିଥିଲା ସୋନାକ୍ଷୀ ସିହ୍ନାଙ୍କ ନାମ । କୁହାଯାଉଥିଲା କି ସେ ଖୁବ୍‌ ଶୀଘ୍ର ବିବାହ କରି ପାରନ୍ତି । ତେବେ ଏହାରି ମଧ୍ୟରେ ସୋନାକ୍ଷୀଙ୍କ ଏକ ଫଟୋ ସୋସିଆଲ ମିଡିଆରେ ଆଲୋଚନାର ବିଷୟ ପାଲଟିଛି ।

https://www.instagram.com/p/CdU1NPivj5p/?igshid=YmMyMTA2M2Y=

ଅଭିନେତ୍ରୀ ସୋନାକ୍ଷୀ ଇନଷ୍ଟାଗ୍ରାମରେ ନିଜର ଏକ ଫଟୋ ସେୟାର କରିଛନ୍ତି । ଯେଉଁଥିରେ ସେ ଜଣେ ବ୍ୟକ୍ତିଙ୍କ ହାତ ଧରିଥିବାର ଦେଖିବାକୁ ମିଳିଛି । ଯେଉଁଥିରେ ହାତ ହାତରେ ଏକ ଚକମକ କରୁଥିବା ରିଙ୍ଗ ପିନ୍ଧିଛନ୍ତି । ଏହି ଫଟୋ ସେୟାର କରିବାବେଳେ ସେ ଲେଖିଛନ୍ତି, ‘ଏହା ମୋ ପାଇଁ ଏକ ବିଶେଷ ତଥା ବଡ଼ ଦିନ । ମୋର ସବୁଠାରୁ ବଡ ସ୍ୱପ୍ନ ସାକାର ହେବାକୁ ଯାଉଛି … ମୁଁ ଏହାକୁ ସମସ୍ତଙ୍କ ସହ ସେୟାର କରିବାକୁ ଆଉ ଅପେକ୍ଷା କରିପାରିବି ନାହିଁ … ‘ କାରଣ ମୁଁ ବିଶ୍ୱାସ କରିପାରୁ ନାହିଁ ଯେ ଏହା ଏତେ ସହଜ ଥିଲା।

ସୋନାକ୍ଷୀ ସିହ୍ନାଙ୍କ ଏହି ପୋଷ୍ଟ ପରେ ଅନେକ କଳ୍ପନାଜଳ୍ପନା କରାଯାଉଛି କି ବୋଧହୁଏ ସେ ଖୁବ୍‌ ଶୀଘ୍ର ବିବାହ କରିବାକୁ ଯାଉଛନ୍ତି । ତାଙ୍କର ଏହି ପୋଷ୍ଟରେ ଅନେକ ସେଲିବ୍ରିଟିମାନେ ଶୁଭେଚ୍ଛା ଦେଇଛନ୍ତି । ସବୁଠାରୁ ବଡ ବିଷୟର କଥା ହେଉଛି ସୋନାକ୍ଷୀ ପୁଅର ଚେହେରା ଦେଖାଇ ନାହାଁନ୍ତି।

Leave a Reply

Your email address will not be published. Required fields are marked *