ପଦ ଛାଡିଲେ ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ

କଲମ୍ବୋ (ଦ କୁଇଭର): ଇସ୍ତଫା ଦେଲେ ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପକ୍ଷେ । ଶ୍ରୀଲଙ୍କାରେ ଜାରି ଥିବା ଆର୍ଥିକ ଜରୁରୀକାଳିନ ପରିସ୍ଥିତି ମଧ୍ୟରେ ମହିନ୍ଦା ରାଜପକ୍ଷେ ଇସ୍ତଫା ଦେଇଥିବା ଜଣାପଡ଼ିଛି। ପଦରୁ ଇସ୍ତଫା ଦେବେ ରାଜପକ୍ଷେ ।ଗୁରୁତର ଆର୍ଥିକ ସଙ୍କଟ ଦେଇ ଗତି କରୁଛି ଶ୍ରୀଲଙ୍କା । ଦିନକୁ ଦିନ ପରିସ୍ଥିତି ଜଟିଳ ହେବାରେ ଲାଗିଲାଣି । ପଡୋଶୀ ଦେଶରୁ ମିଳିଥିବା ସାହାଯ୍ୟ ସହଯୋଗ ବି ଶେଷ ହେବାକୁ ବସିଲାଣି । ଚୀନ୍ ସମେତ ଅନେକ ଦେଶ ରଣ ଜାଲରେ ଫସି ରହିଥିବା ଶ୍ରୀଲଙ୍କା ନିଜକୁ ଦେବାଳିଆ ଘୋଷଣା କରିବା ସହ ଦେଶ ଆଉ ବିଦେଶୀ ଋଣ ପରିଶୋଧ କରିବା ସ୍ଥିତିରେ ନଥିବା ପୂର୍ବରୁ କହିଛି।

ଏହାମଧ୍ୟରେ ଶ୍ରୀଲଙ୍କାର ବିରୋଧୀ ଦଳ ଦାବି କରୁଥିବା ଅନ୍ତରୀଣ ସରକାର ଆଗରେ ମୁଣ୍ଡ ନୁଆଁଇବାକୁ ସେ ଏକ ପ୍ରକାର ବାଧ୍ୟ ହେଉଥିବା ପରିଲକ୍ଷିତ ହେଉଛନ୍ତି । ସୂତ୍ରାନୁସାରେ, ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପକ୍ଷେଙ୍କ ସାନ ଭାଇ ତଥା ରାଷ୍ଟ୍ରପତି ଗୋତବାୟା ରାଜପକ୍ଷେଙ୍କ ନେତୃତ୍ୱାଧିନ ସରକାର ଉପରେ ଚାପ ବଢିବାରେ ଲାଗିଛି । ମହିନ୍ଦା ନିଜ ଦଳରୁ ବିରୋଧର ସାମ୍ନା କରୁଛନ୍ତି । ଇସ୍ତଫା ପାଇଁ ଚାପ ପଡୁଛି । ଗୋତବାୟା ମଧ୍ୟ ମହିନ୍ଦାଙ୍କ ଇସ୍ତଫା ଚାହୁଁଛନ୍ତି ।

ସୂଚନାଯୋଗ୍ୟ, ଗତ କିଛିଦିନ ଧରି ପ୍ରବଳ ଚାପ ସତ୍ତ୍ୱେ ୭୨ ବର୍ଷୀୟ ଗୋତବାୟା ଓ ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପକ୍ଷେ ପଦ ଛାଡିବା ପାଇଁ ମନା କରିଦେଇଥିଲେ । ତେବେ ସେମାନେ ଜନତାଙ୍କ ଆକ୍ରୋଶର ସାମ୍ନା କରି ଆସୁଛନ୍ତି । ଶ୍ରୀଲଙ୍କାବାସୀ ଲଗାତର ଇନ୍ଧନ, ରୋଷେଇ ଗ୍ୟାସ୍ ଓ ବିଜୁଳି ସଙ୍କଟ ଦେଇ ଗତି କରୁଛନ୍ତି । ରାଜପକ୍ଷେ ପରିବାର ରାଜନାତି ଛାଡନ୍ତୁ ବୋଲି ଶ୍ରୀଲଙ୍କାବାସୀ ଲଗାତର ଭାବେ ଦାବି କରି ଆସୁଛନ୍ତି ।

Leave a Reply

Your email address will not be published. Required fields are marked *