ବଲିଉଡରେ କାମ କରି ସମୟ ବରବାଦ୍ କରିବି ନାହିଁ: ମହେଶ ବାବୁ

ମୁମ୍ବାଇ (ଦ କୁଇଭର): ସାଉଥ ସୁପରଷ୍ଟାର ମହେଶ ବାବୁଙ୍କୁ କିଏ ବା ନଜାଣେ । ସାଉଥ ଇଣ୍ଡଷ୍ଟ୍ରିର ଏକ ଚର୍ଚ୍ଚିତ ଚେହେରା ଅଟନ୍ତି ମହେଶ ବାବୁ । ତାଙ୍କ ଅଭିନୟର ଯାଦୁରେ ମତୁଆଲା ଦର୍ଶକ । ଟଲିଉଡଠାରୁ ଆରମ୍ଭ କରି ବଲିଉଡ ପର୍ଯ୍ୟନ୍ତ ସବୁ ଇଣ୍ଡଷ୍ଟ୍ରିରେ ରହିଛି ମହେଶ ବାବୁଙ୍କ ଫ୍ୟାନ ଫଲୋଅର । ବର୍ତ୍ତମାନ ସାଉଥ ସୁପରଷ୍ଟାର ମହେଶ ବାବୁ ବେଶ୍ ଚର୍ଚ୍ଚାରେ ରହିଛନ୍ତି । ତେବେ ଚଳିତ ଥର କୌଣସି ଫିଲ୍ମକୁ ନେଇ ଚର୍ଚ୍ଚାରେ ନାହାନ୍ତି ମହେଶ ବାବୁ । ବରଂ ତାଙ୍କର ଏକ ବୟାନ ପାଇଁ ଏବେ ହେଡଲାଇନରେ ଅଛନ୍ତି ସାଉଥ ସୁପରଷ୍ଟାର ମହେଶ ବାବୁ ।
ସାଉଥ ସୁପରଷ୍ଟାର ମହେଶ ବାବୁଙ୍କୁ ଏକ ପ୍ରେସ କନଫରେନ୍ସରେ ବଲିଉଡ ଡେବ୍ୟୁ ନେଇ ସାମ୍ବାଦିକ ପ୍ରଶ୍ନ କରିଥିଲେ । ଏହି ପ୍ରଶ୍ନର ଉତ୍ତର ଦେଇ ମହେଶ ବାବୁ ଗଣମାଧ୍ୟମକୁ କହିଛନ୍ତି କି ବଲିଉଡରେ ଡେବ୍ୟୁ କରିବାକୁ ତାଙ୍କର ଇଚ୍ଛା ନାହିଁ । ମହେଶ ବାବୁ ବଲିଉଡ ବିଷୟରେ ଆଲୋଚନା କରି କହିଛନ୍ତି – ମୁଁ ହିନ୍ଦୀ ଚଳଚ୍ଚିତ୍ରରୁ ଅନେକ ଅଫର ପାଇଛି । କିନ୍ତୁ ସେମାନେ ମୋତେ ଆଫୋର୍ଡ କରି ପାରିବେ ନାହିଁ । ମୁଁ ସେହି ଇଣ୍ଡଷ୍ଟ୍ରିରେ କାମ କରିବାକୁ ଚାହେଁ ନାହିଁ ଯେଉଁ ଇଣ୍ଡଷ୍ଟ୍ରି ମୋତେ ମୋର ମନ ମୁତାବକ ପାରିଶ୍ରମିକ ଦେବାକୁ ସକ୍ଷମ ନୁହେଁ । ବଲିଉଡ ଫିଲ୍ମରେ କାମ କରି ସମୟ ବର୍ବଦା କରିବେ ନାହିଁ ବୋଲି କହିଛନ୍ତି ସାଉଥ ସୁପରଷ୍ଟାର ମହେଶ ବାବୁ ।
ସାଉଥ ଇଣ୍ଡଷ୍ଟ୍ରିରୁ ମୋତେ ବହୁତ ଭଲ ପାଇବା ମିଳିଛି । ଏହା ସହ ଷ୍ଟାରଡମ୍ ଓ ବହୁତ ସମ୍ମାନ ମଧ୍ୟ ମୋତେ ସାଉଥ ପ୍ରଶଂସକଙ୍କଠାରୁ ମିଳିଛି । ଏହି କାରଣରୁ ସାଉଥ ଇଣ୍ଡଷ୍ଟ୍ରି ଛାଡ଼ି ଅନ୍ୟ ସିନେମା ଇଣ୍ଡଷ୍ଟ୍ରିରେ କାମ କରିବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ମହେଶ ବାବୁ ।

Leave a Reply

Your email address will not be published. Required fields are marked *