Site icon ଦ କୁଇଭର୍ – ପରିବର୍ତ୍ତନର କମ୍ପନ!

ସମ୍ବିତଙ୍କ ବୀରତ୍ୱ ନା ଭୀରୁତା

ଭୁବନେଶ୍ୱର (ଦ କୁଇଭର) : ବାଉଳି ହେଉଛନ୍ତି ସମ୍ବିତ । ଶ୍ରୀମନ୍ଦିର ଐତିହ୍ୟ କରିଡର ପ୍ରସଙ୍ଗରେ ପଳାୟନପନ୍ଥୀ ସାଜିଥିବା ସମ୍ବିତ ପାତ୍ର ଆଜି ଯୁଦ୍ଧକ୍ଷେତ୍ରରେ ଛିଡା ହୋଇଛନ୍ତି ବୋଲି କହୁଛନ୍ତି । କିନ୍ତୁ ତାଙ୍କ ଭଳି ଜଣେ ଭୀରୁ ଆଜି ରାଜ୍ୟ ସରକାରଙ୍କୁ କଳାପାହାଡ ବୋଲି କହିବାର ଅଧିକାର ସେ ରଖିଛନ୍ତି ତ? ସେ ଆଜି ଗଣମାଧ୍ୟମକୁ କହିଛନ୍ତି, ମୁଁ ଜଣେ ସାଧାରଣ ଜନତା ହିସାବରେ କହୁଛି । କିନ୍ତୁ ସେ ଏହା ଭୁଲିଯିବା ଉଚିତ୍ ନୁହେଁ ଯେ, ସେ କେବେ ଅସାଧାରଣ ନୁହଁନ୍ତି । ସେ ନିଜକୁ ଅସାଧାରଣ ରାଜନୀତିଜ୍ଞ ବୋଲି ଭାବିବା ମୁର୍ଖାମୀର ପରିଚୟ । ରାଜନୀତିର ର’ରେ ପାଦ ଥାପିଥିବା ସମ୍ବିତ ପାତ୍ର ଏବେ ତାଙ୍କରି ଦଳର ସାଂସଦ ଅପରାଜିତାଙ୍କ ଲୋକପ୍ରିୟତାକୁ ନେଇ ଅସହାୟ ହୋଇପଡ଼ିଛନ୍ତି ।

ଏହାର କାରଣ ହେଉଛି ଅପରାଜିତାଙ୍କ ସମୟାନୁବର୍ତ୍ତିତା ନିଷ୍ପତ୍ତି । କୋଟି କୋଟି ଓଡ଼ିଆଙ୍କ ପ୍ରାଣକେନ୍ଦ୍ର ଶ୍ରୀମନ୍ଦିର ପ୍ରତି ଯେଉଁ ବିପଦ ସୃଷ୍ଟି କରୁଛନ୍ତି ରାଜ୍ୟ ସରକାର, ତାକୁ ଠିକ୍ ସମୟରେ ବିରୋଧ କରିଥିଲେ ଅପରାଜିତା । ଅପରାଜିତା ଯେଉଁ ପ୍ରସଙ୍ଗ ଉଠାଇଥିଲେ ତାହା ସତ୍ୟ ପ୍ରମାଣ ହେବାକୁ ଯାଉଛି । ଅପରାଜିତାଙ୍କ ପ୍ରତି ଲୋକଙ୍କ ଆସ୍ଥା ବଢୁଛି, ଆଉ ଏହି ଲୋକପ୍ରୟତାକୁ ସହଜରେ ଗ୍ରହଣ କରିପାରୁନାହାନ୍ତି ବିଜେପିର ତୁଙ୍ଗ ନେତା । ଗୋଟିଏପଟେ ଅପରାଜିତାଙ୍କ ଲୋକପ୍ରିୟତା ବଢୁଥିବା ବେଳେ ଅନ୍ୟପଟେ ଧର୍ମେନ୍ଦ୍ର ପ୍ରଧାନ ଓ ସମ୍ବିତ ପାତ୍ରଙ୍କ ଭଳି ତଥାକଥିତ ବିଜେଡି ଚାମଚାମାନଙ୍କର ଅସ୍ତିତ୍ୱ ହଜିଯାଉଛି । ନିଜର ଅସ୍ତିତ୍ୱ ବଞ୍ଚାଇବା ଓ ଅପରାଜିତାଙ୍କ ଲୋକପ୍ରିୟତାକୁ କମାଇବା ପାଇଁ ବାହାସ୍ଫୋଟ ମାରୁଛନ୍ତି ।

ଆଜି ସାମ୍ବାଦିକ ସମ୍ମିଳନୀ କରି ସମ୍ବିତ ପାତ୍ର ଯାହା କହିଲେ, ତାହା ହେଉଛି ଭୀରୁତାର ପରିଚୟ । ଏକଥା ଆମେ ଏଥିପାଇଁ କହୁଛୁ, କାରଣ ପୂର୍ବରୁ ସମ୍ବିତ ପାତ୍ର ଯେତେବେଳେ ପୁରୀ ଆସିଥିଲେ, ସେତେବେଳେ ଉକ୍ତ ସ୍ଥାନରେ ରାଜ୍ୟ ସରକାରଙ୍କ କଳାକାରନାମା ନେଇ ପ୍ରଶ୍ନ କରାଯାଇଥିଲା । କଳାପାହାଡ ସରକାରଙ୍କ ଚିହ୍ନ ସେଠି ରହିଥିଲା । କିନ୍ତୁ ସେଦିନ ମୁହଁ ବନ୍ଦ କରି ରାଜ୍ୟ ସରକାରଙ୍କୁ ସୁହାଇବା ଭଳି ମନ୍ତବ୍ୟ ଦେଇ ଚାଲିଯାଇଥିଲେ । ଆଉ କହିଥିଲେ ହାଇକୋର୍ଟରେ ମାମଲା ଥିବାରୁ କିଛି କହିବାକୁ ଚାହୁଁନି । କିନ୍ତୁ ଆଜି ମୁହଁ ଖୋଲିଲେ କାହିଁକି? ଆଜି କ’ଣ ହାଇକୋର୍ଟରେ ସମ୍ପୂର୍ଣ୍ଣ ରାୟ ଦେଇଦେଲେ କି? ରାଜ୍ୟ ସରକାର ବେଆଇନ ନିର୍ମାଣ କରୁଛନ୍ତି ବୋଲି ହାଇକୋର୍ଟ ରାୟ ଦେଇଦେଲେ କି? ଯଦି ହାଇକୋର୍ଟ ଏହା ଦେଇନାହାନ୍ତି, ତେବେ ସମ୍ବିତ ମୁହଁ ଖୋଲିଲେ କାହିଁକି? ମୁହଁ ଖୋଲିବାକୁ ବିଜେପିର ତୁଙ୍ଗ ନେତା ନିର୍ଦ୍ଦେଶ ଦେଲେ କି?

କୋଟି କୋଟି ଓଡ଼ିଆଙ୍କ ପ୍ରାଣକେନ୍ଦ୍ର ଶ୍ରୀମନ୍ଦିର ପ୍ରତି ରାଜ୍ୟ ସରକାର ଯେଉଁ ବିପଦ ଟାଣି ଆଣୁଛନ୍ତି, ତାକୁ କେବଳ ଅପରାଜିତା ସଡଙ୍ଗୀ ଏକୁଟିଆ ବିରୋଧ କରୁଛନ୍ତି ଓ ସାରା ରାଜ୍ୟବାସୀଙ୍କ ସାମ୍ନାରେ ଲୋକପ୍ରିୟ ହୋଇପାରିଛନ୍ତି । ଆଉ ଅପରାଜିତା ଲୋକପ୍ରିୟତା ସାମ୍ନାରେ ସଙ୍କୁଚିତ ହୋଇଯାଇଛନ୍ତି ସମ୍ବିତ ପାତ୍ର ଓ ଧର୍ମେନ୍ଦ୍ର । ଯେତେବେଳେ ଓଡ଼ିଶାବାସୀ ଚାହୁଁଥିଲେ କରିଡର ପ୍ରକଳ୍ପ ସମ୍ପର୍କରେ କ’ଣ ସତ କ’ଣ ମିଛ, ସେତେବେଳେ ସମ୍ବିତ ଓ ଧର୍ମେନ୍ଦ୍ର ବାବୁଙ୍କର ଦେଖା ନଥିଲା । ହାଇକୋର୍ଟରେ ମାମଲା ଥିବା କହି ଖସିଯାଇଥିଲେ । ଆଉ ସେତେବେଳେ ଅପରାଜିତା ରାଜ୍ୟବାସୀଙ୍କୁ ଦେଖାଇଦେଲେ ଯେ, ସେଠାରେ ବେଆଇନ କାର୍ଯ୍ୟ ଚାଲିଛି, ପ୍ରସଙ୍ଗକୁ ନେଇ ଦିଲ୍ଲୀ ଦରବାରରେ ମଧ୍ୟ ଉଠାଇଲେ । ଏପରିକି ପୁରୀ ଯାଇ ଶ୍ରୀମନ୍ଦିରକୁ ରକ୍ଷା କରିବା ପାଇଁ ଅନୁରୋଧ କରିଥିଲେ । ଆଉ ଅପରାଜିତାଙ୍କ ଏହି ନିବେଦନ ଜଗନ୍ନାଥ ଶୁଣିଛନ୍ତି । ଏଏସଆଇ ମଧ୍ୟମରେ ରାଜ୍ୟ ସରକାରଙ୍କ ବେଆଇନ କାର୍ଯ୍ୟକୁ ହାଇକୋର୍ଟରେ ଉପସ୍ଥାପିତ କରିଛନ୍ତି । ତେଣୁ ସବୁଠି ଆଜି ଅପରାଜିିତାଙ୍କ ଚର୍ଚ୍ଚା ।

Exit mobile version