ବନ୍ଦ ହୋଇଗଲା ସମସ୍ତ କଲ୍‌ ରେକର୍ଡିଂ ଆପ୍

ନୂଆଦିଲ୍ଲୀ (ଦ କୁଇଭର): ଆଜିଠୁ ଲାଗୁହେବ ଗୁଗୁଲର ନୂଆ ପଲିସି । ଆଜିଠୁ ଗୁଗଲ ପ୍ଲେ ଷ୍ଟୋରରେ ସମସ୍ତ କଲ୍ ରେକର୍ଡିଂ ଆପ୍ ଉପରେ ପ୍ରତିବନ୍ଧ ଲଗାଇଛି । ଏନେଇ ଗତ ମାସରେ ଘୋଷଣା କରାଯାଇଥିଲା । ଆଉ ଗୁଗଲ ପ୍ଲେ ଷ୍ଟୋରର ପଲିସି ଅନୁସାରେ ୧୧ ତାରିଖ ଅର୍ଥାତ ଆଜିଠୁ କଲ ରେକର୍ଡିଂ ଆପ ନିଷେଧ ହୋଇଛି । ତେବେ ଫୋନ୍ ରେ ଇନ୍ ବିଲ୍ଟ କଲ୍ ରେକର୍ଡିଂରେ କୌଣସି ପରିବର୍ତ୍ତନ କରାଯାଇନି। ଗତମାସରେ ଗୁଗଲ ପକ୍ଷରୁ ତାର ପ୍ଲେ ଷ୍ଟୋରରେ ଥିବା ସମସ୍ତ କଲ ରେକର୍ଡିଂକୁ ବ୍ୟାନ କରାଯିବା ସମ୍ପର୍କରେ ଘୋଷଣା କରାଯାଇଥିଲା ।

କମ୍ପାନୀର କହିବା କଥା ଅନୁଯାୟୀ, କଲ ରେକର୍ଡିଂ କରାଯିବା ଦ୍ୱାରା ବ୍ୟବହାରୀକାରୀଙ୍କ ବ୍ୟକ୍ତିଗତ ଗୋପନୀୟତାର ଉଲ୍ଲଘଂନ କରାଯାଉଛି । ଏହି କାରଣରୁ ଗୁଗଲର ନିଜସ୍ୱ ଡାଏଲର ଆପ୍‌ରେ ଥିବା କଲ ରେକର୍ଡିଂ ଫିଚର୍‌ରେ ଜଣାଇଦିଆଯାଉଛି ଯେ ଏହି କଲ୍କୁ ବର୍ତ୍ତମାନ ରେକର୍ଡ କରାଯାଉଛି । ଦୁଇପକ୍ଷ କଥା ହେବା ସମୟରେ ଯଦି ରେକର୍ଡିଂ କରାଯାଏ ତେବେ ଏହି ସତର୍କ ସୂଚନା ଉଭୟ ପକ୍ଷ ଶୁଣିପାରିବେ । ଗୁଗଲ ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇଛି ଯେ ଏହି ପରିବର୍ତ୍ତନ ଦ୍ୱାରା ତୃତୀୟ ପକ୍ଷ ଆପ୍ ଗୁଡିକ ପ୍ରଭାବିତ ହେବ ।

ଅର୍ଥାତ୍ ଗୁଗଲ ଡାଏଲରେ ଥିବା କଲ ରେକର୍ଡିଂ ସୁବିଧା ଯେଉଁ ଅଞ୍ଚଳରେ ଯୋଗାଇ ଦିଆଯାଉଥିବା ସେବା ଅଥବା ହ୍ୟାଣ୍ଡସେଟରେ ପୂର୍ବଭଳି ଉପଲବ୍ଧ ରହିବ । ସାଧାରଣତଃ ଗୁଗଲ ପ୍ଲେ ଷ୍ଟୋର୍‌ରେ ଥାର୍ଡ ପାର୍ଟି ଆପ୍‌ ସହାୟତାରେ କଲ୍‌ ରେକର୍ଡିଂ କରା ଯାଇପାରୁଥିଲା । କିନ୍ତୁ ଏବେ ସ୍ମାର୍ଟ ଫୋନ୍‌ ଗୁଡିକରେ ପ୍ରାୟତଃ କଲ୍‌ ରେକର୍ଡିଂ ସୁବିଧା ରହୁଥିବାରୁ ଥାର୍ଡ ପାର୍ଟି ରେକର୍ଡିଂ ଆପ୍‌ ଗୁଡିକ ଉପରେ ବ୍ୟାନ୍‌ ଲଗାଯାଇଛି ।

Leave a Reply

Your email address will not be published. Required fields are marked *