ଅସୁସ୍ଥ ହେଲେ ଜିନପିଙ୍ଗ୍ !

(ଦ କୁଇଭର ବ୍ୟୁରୋ): ଚୀନରେ କରୋନା ତାରା କାୟା ବିଛାଇଥିବା ବେଳେ ଚୀନ ରଷ୍ଟ୍ରପତିଙ୍କୁ ନେଇ ଆସିଛି ଏକ ବଡ ଖବର । ଅସୁସ୍ଥ ଅଛନ୍ତି ଚୀନ ରାଷ୍ଟପତି ସି ଜିନପିଙ୍ଗ ତାଙ୍କ ସ୍ୱାସ୍ଥ୍ୟଅବସ୍ଥା ଠିକ୍ ନଥିବା ନେଇ ଖବର ସାମ୍ନାକୁ ଆସିଛି । ତାଙ୍କୁ ସେରିବ୍ରାଲ ଆନେୱରାଇଜାଇମ୍ ହୋଇଥିବା କୁହାଯାଉଛି । ଗତ କିଛି ମାସ ହେବ ସେ ଏହି ରୋଗରେ ପୀଡିତ ଅଛନ୍ତି ।

ସୂଚନାନୁସାରେ ଚାଇନାର ରାଷ୍ଟ୍ରପତି ସି ଜିନପିଙ୍ଗ ଏକ ବିପଜ୍ଜନକ ମସ୍ତିଷ୍କ ରୋଗରେ ପୀଡିତ। କୁହାଯାଉଛି ଯେ ଏହି ରୋଗରୁ ମୁକ୍ତି ପାଇବା ପାଇଁ ଡାକ୍ତରମାନେ ଅସ୍ତ୍ରୋପଚାର କରିବାକୁ ପରାମର୍ଶ ଦେଇଥିଲେ, କିନ୍ତୁ ଜିନପିଙ୍ଗ କେବଳ ଚାଇନାର ପାରମ୍ପାରିକ ଔଷଧ ସହିତ ତାଙ୍କର ଚିକିତ୍ସା କରୁଛନ୍ତି।

ରିପୋର୍ଟ ଅନୁଯାୟୀ, ରାଷ୍ଟ୍ରପତି ସି ଜିନପିଙ୍ଗ ଗତ କିଛି ମାସ ହେବ ଏହି ରୋଗରେ ପୀଡିତ ଥିଲେ। ଏହି କାରଣରୁ ତାଙ୍କୁ ଡିସେମ୍ବର ୨୦୨୧ ରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଜିଙ୍ଗପିଙ୍ଗଙ୍କ ସ୍ୱାସ୍ଥ୍ୟକୁ ନେଇ ଅନେକ ଥର ଏପରି ଖବର ସାମ୍ନାକୁ ଆସିଛି । ସିଙ୍କ ସ୍ୱାସ୍ଥ୍ୟକୁ ନେଇ ପୂର୍ବରୁ କଳ୍ପନାଜଳ୍ପନା ଚାଲିଛି। ଯେତେବେଳେ ବେଜିଂରେ ଶୀତକାଳୀନ ଅଲିମ୍ପିକ୍ସ ପର୍ୟ୍ୟନ୍ତ ରାଷ୍ଟ୍ରପତି କୈଣସି ବିଦେଶୀ ନେତାଙ୍କ ସହ ସାକ୍ଷାତ କରିବାକୁ ମନା କରିଦେଲେ ସେତେବେଳେ ତାଙ୍କ ସ୍ୱାସ୍ଥ୍ୟ ଖରାବ ଥିବା ନେଇ ଚର୍ଚ୍ଚା ଅଧିକ ହୋଇଥିଲା ।

ଏହାପୂର୍ବରୁ ମାର୍ଚ୍ଚ ୨୦୧୯ ରେ, ସି ଜିନପିଙ୍ଗଙ୍କ ଇଟାଲୀ ଗସ୍ତ ସମୟରେ ତାଙ୍କୁ ଚାଲିବାରେ ଅସୁବିଧା ହୋଇଥିଲା । ତାଙ୍କର ଚାଲିବାର ଶୈଳି ଅସାଧାରଣ ଦେଖାଯାଉଥିଲା । ପରେ ସେ ଫ୍ରାନ୍ସ ଭ୍ରମଣ ସମୟରେ ଚାଲିବାରେ ସେ ଅସୁବିଧାର ସମ୍ମୁଖୀନ ହୋଇଥିଲେ । ସେହି ସମୟରେ, ସେ ବସିବା ପାଇଁ ଅନ୍ୟର ସହାୟତା ଲୋଡୁଥିଲେ ।

ଏହା ବ୍ୟତୀତ, ୨୦୨୦ ମସିହାରେ, ସେ ଶେନ୍ଜେନରେ ଏକ ରାଲିରେ ସମ୍ବୋଧିତ କରୁଥିବା ସମୟରେ କାଶ ହେଉଥିବା ଦେଖିବାକୁ ମିଳିଥିଲା । ସେହି ସମାନ ରାଲିରେ ସେ କମ୍ ସ୍ୱରରେ ଭାଷଣ ଦେଉଥିବାବେଳେ ସେଦିନ ବିଳମ୍ବରେ ମଞ୍ଚରେ ପହଞ୍ଚିଥିଲେ। ଏହି ସବୁ କାରଣ ଯାହା ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଖରାପଥିବା ନେଇ ସୂଚାଇ ଦେଉଛି ।

ମସ୍ତିଷ୍କରେ ଥିବା ଏକ ରକ୍ତଭଣ୍ଡାରର ଦୁର୍ବଳତାକୁ ଗୋଟିଏ ପାର୍ଶ୍ୱରୁ ବେଲୁନ୍ ପରି ଫୁଲିବା ପାଇଁ ମସ୍ତିଷ୍କ ରୋଗ କିମ୍ବା ସେରିବ୍ରାଲ ଆନେୱରାଇଜାଇମ୍ କୁହାଯାଏ । ଏହି ରୋଗ ମସ୍ତିଷ୍କର ଯେକୈଣସି ଅଂଶରେ ହୋଇପାରେ । ଏହି ରୋଗ କୈଣସି ବୟସର ବ୍ୟକ୍ତିଙ୍କୁ ମଧ୍ୟ ହୋଇଥାଏ । ୫୦ ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତିଙ୍କ ଠାରେ ଏଭଳି ସମସ୍ୟା ଦେଖାଯିବାର ଆଶଙ୍କା ଅଧିକ ରହିଥାଏ । ବିଶେଷକରି ଯେଉଁମାନଙ୍କର ଉଚ୍ଚ ରକ୍ତଚାପ, ଜେନେଟିକ୍ ସ୍ନାୟୁ ଦୁର୍ବଳତା, ସଂକ୍ରମଣ, ଆଘାତ କିମ୍ବା ଟ୍ୟୁମର୍ ଥାଏ ସେମାନେ ଏହି ‘ବ୍ରେନ୍‌ ଆଜିୟୁରିଜମ୍‌ ରୋଗରେ ଆକ୍ରାନ୍ତ ହେବାର ଅଧିକ ଆଶଙ୍କା ରହିଥାଏ ।

Leave a Reply

Your email address will not be published. Required fields are marked *