Site icon ଦ କୁଇଭର୍ – ପରିବର୍ତ୍ତନର କମ୍ପନ!

ଶ୍ରେଣୀ ଗୃହରେ ଡ୍ରାଇଭିଂ ପାଠ

(ଦ କୁଇଭର ବ୍ୟୁରୋ): ଶ୍ରେଣୀ ଗୃହରେ ଡ୍ରାଇଭିଂ ପାଠ । ଡ୍ରାଇଭିଂ ଲାଇସେନ୍ସ ପାଇଁ ଏବେ ପଢିବାକୁ ପଡିବ ପାଠ । ଏକଥା ଶୁଣି ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ । ଡ୍ରାଇଭିଂ ଲାଇସେନ୍ସ ପାଇଁ ଏଣିକି ଆଉ ଆରଟିଓ ଅଫିସର ଚକ୍କର କାଟିବାକୁ ପଡ଼ିବ ନାହିଁ । ଏବେ ଶ୍ରେଣୀ ଗୃହରେ ବସି ପାଠ ପଢି ଡିଏଲ ପାଇପାରିବେ ଲୋକେ । ପଞ୍ଜୀକରଣ କରିବେ, ପାଠ ପଢିବେ, ପରୀକ୍ଷା ଦେବେ, ସାର୍ଟିିଫିକେଟ୍ ପାଇବେ । ସାର୍ଟିଫିକେଟ୍ ଆଧାରରେ ଆପଣଙ୍କ ଡିଏଲ ହେବ । ଯଦି ଆପଣ ଡ୍ରାଇଭିଂ ଲାଇସେନ୍ସ କରିବାକୁ ଚାହୁଁଛନ୍ତି କିମ୍ବା ରିନ୍ୟୁ କରିବାକୁ ଚାହୁଁଛନ୍ତି, ତାହେଲେ ଆପଣଙ୍କୁ ଆଉ ଆରଟିଓ ଅଫିସ ଦୈଡ଼ିବାକୁ ପଡ଼ିବ ନାହିଁ । କାରଣ କେନ୍ଦ୍ର ସରକାରଙ୍କ ପକ୍ଷରୁ ଡ୍ରାଇଭିଂ ଲାଇସେନ୍ସ ତିଆରି କରିବାର ନିୟମରେ ପରିବର୍ତ୍ତନ କରାଯାଇଛି । ଯାହା ସାଧାରଣ ଲୋକଙ୍କୁ ବେଶ ସୁହାଇବ ବୋଲି ଆଶା କରାଯାଉଛି ।

କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରସ୍ତୁତ ହୋଇଥିବା ଡ୍ରାଇଭିଂ ଲାଇସେନ୍ସର ନୂଆ ନିୟମ ପୂର୍ବାପେକ୍ଷା ସହଜ ହୋଇଛି । ଡ୍ରାଇଭିଂ ଲାଇସେନ୍ସ ତିଆରି ପାଇଁ ସଂଶୋଧିତ ନିୟମ ଅନୁସାରେ ଆପଣଙ୍କୁ ଆଉ ଆରଟିଓ ଅଫିସ୍ ଯାଇ କୌଣସି ପ୍ରକାରର ଟେଷ୍ଟ ଦେବାକୁ ପଡ଼ିବ ନାହିଁ । କେନ୍ଦ୍ର ସଡକ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟ ଦ୍ୱାରା ଜାରି ଏହି ନିୟମ ଜୁଲାଇ ୧ରୁ ଲାଗୁ ହେବାକୁ ଯାଉଛି ।

ଡ୍ରାଇଭିଂ ଲାଇସେନ୍ସ ତିଆରି କରିବାକୁ ଏଣିକି ଆରଟିଓ ରେ ଟେଷ୍ଟ ଦେବାକୁ ପଡ଼ିବନି । ଆପଣ ଯେକୌଣସି ସ୍ୱୀକୃତିପ୍ରାପ୍ତ ଡ୍ରାଇଭିଂ ଟ୍ରେନିଂ ସ୍କୁଲରେ ଡିଏଲ ପାଇଁ ରେଜିଷ୍ଟ୍ରେସନ କରିପାରିବେ । ଏଠାରୁ ଟ୍ରେନିଂ ନେବା ପରେ ଆପଣଙ୍କୁ ସେଠାରେ ପରୀକ୍ଷା ଦୋବକୁ ପଡ଼ିବ । ଯେଉଁମାନେ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୁଅନ୍ତି, ସେମାନଙ୍କୁ ଟ୍ରେନିଂ ସ୍କୁଲ ସାର୍ଟିଫଇକେଟ୍ ଦେବ । ଏହି ସାର୍ଟିଫିକେଟ୍ ଆଧାରରେ ଆପଣଙ୍କ ଡିଏଲ ହେବ ।

ଦୁଇ ଚକିଆ ତିନି ଚକିଆ ଯାନ ଏବଂ ହାଲୁକା ମୋଟର ଯାନ ପାଇଁ ଟ୍ରେନିଂ ସେଣ୍ଟର ପାଖରେ ଅତି କମରେ ଏକ ଏକର ଜମି ଥିବା ଆବଶ୍ୟକ । ଭାରୀ ଯାତ୍ରୀବାହୀ, ମାଲବାହୀ କିମ୍ବା ଟ୍ରଲର ପାଇଁ ଟ୍ରେନିଂ ସେଣ୍ଟର ଅତି କମରେ ଦୁଇ ଏକର ଜମି ଥିବା ଆବଶ୍ୟକ । ଏହାସହ ଯେଉଁମାନେ ଡ୍ରାଇଭିଂ ଟ୍ରେନିଂ ନେବେ ସେ ଅତିକମରେ ଦ୍ୱାଦଶ ପାସ୍ କରିଥିବେ । ଏହାସହ ତାଙ୍କ ପାଖରେ ଅତିମକରେ ୫ ବର୍ଷ ଡ୍ରାଇଭିଂର ଅଭିଜ୍ଞତା ଥିବା ଆବଶ୍ୟକ । ଅନ୍ୟପଟେ ଡ୍ରାଇଭିଂ ସେଣ୍ଟର ଗୁଡିକର ସିଲାବସ ଥିଓରୀ ଓ ପ୍ରାକ୍ଟିକାଲ ୨ ଭାଗରେ ବିଭକ୍ତ କରାଯାଇଛି । ଟ୍ରେନିଂ ସେଣ୍ଟରରେ ବାୟୋକେଟ୍ରିକ ସିଷ୍ଟମ ରହିବା ଆବଶ୍ୟକ । ମଧ୍ୟମ ଓ ଭାରୀ ଯାନ ପାଇଁ ୬ ସପ୍ତାହରେ ୩୮ କୋର୍ସର ଅବଧି ରହିଛି । ସେଠାରେ ୮ ଘଣ୍ଟା ଥିଓରୀ କ୍ଲାସ ଓ ଅବଶିଷ୍ଟ ୩୧ ଘଣ୍ଟାର ପ୍ରାକ୍ଟିକାଲ ହେବ । ଏହି ନୂଆ ନିୟମ ଲାଗୁ ହେଲେ ଡ୍ରାଇଭିଙ୍ଗ ଲାଇସେନ୍ସ ପାଇଁ ୱେଟିଂ ଲିଷ୍ଟରେ ରହୁଥିବା ହଜାର ହଜାର ଲୋକଙ୍କ ଆଶ୍ୱସ୍ତି ମିଳିବ ।

Exit mobile version