Site icon ଦ କୁଇଭର୍ – ପରିବର୍ତ୍ତନର କମ୍ପନ!

ମାମଲା ରୁଜୁ କର, ତଦନ୍ତ କର

ପୁରୀ (ଦ କୁଇଭର): ମାମଲା ରୁଜୁ କର ତଦନ୍ତ କର । ଶ୍ରୀମନ୍ଦିର ସୁରକ୍ଷା କରିଡର ବେଆଇନ ଅଭିଯୋଗରେ ଦାଖଲ ମାମଲାରେ ପୋଲିସକୁ ଏହି ନିର୍ଦ୍ଦେଶ ଦେଇଛନ୍ତି ପୁରୀ ଏସଡିଜେଏମ । ଯାହା ହେଉ ଶେଷରେ ଆବେଦନ ଶୁଣିଲେ ପୁରୀ ଏସଡିଜେଏମ କୋର୍ଟ । ଏସଡିଜେଏମଙ୍କ ନିର୍ଦ୍ଦେଶ ସରକାରଙ୍କ ପାଇଁ ପ୍ରଥମ ଝଟକା ହୋଇଛି । ଏ ସମ୍ପର୍କିତ ଏକ ମାମଲାର ଶୁଣାଣି କରି ପୁରୀ ଜିଲ୍ଲାପାଳ, ଓବିସିସି ଓ ଠିକା ସଂସ୍ଥା ଟାଟା କମ୍ପାନୀ ବିରୋଧରେ ମାମଲା କରିବାକୁ ନିର୍ଦ୍ଦେଶ ଦେଇଥିବା ଆବେଦନକାରୀ ଆଇନଜୀବୀ କହିଛନ୍ତି । ଶ୍ରୀମନ୍ଦିର ଆଖପାଖରେ ବେଆଇନ ଖନନ ଓ ନିର୍ମାଣ କାମ ଚାଲିଥିବା ଦର୍ଶାଇ ଆଇନଜୀବୀଙ୍କ ପକ୍ଷରୁ ହୋଇଥିବା ଏକ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି ।

ବେଆଇନ ନିର୍ମାଣ ବିରୋଧରେ ପୁରୀ ଓକିଲ ସଂଘ ସିଂହଦ୍ୱାର ଥାନାରେ ଏତାଲା ଦେଇଥିଲେ, ହେଲେ ଥାନା ଗ୍ରହଣ କରିନଥିଲା । ତେଣୁ କୋର୍ଟଙ୍କ ଦ୍ୱାରସ୍ତ ହୋଇଥିଲେ ଆଇନଜୀବୀ । ଆବେଦନର ଶୁଣାଣି କରି କୋର୍ଟ ସିଂହଦ୍ୱାର ଥାନାରେ ଏତଲା ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏଥିରୁ ସ୍ପଷ୍ଟ ହେଉଛି ଯେ, ଏହି ସମସ୍ତ ପକ୍ଷଙ୍କ ବିରୋଧରେ କେସ୍ ରୁଜୁ କରି ତଦନ୍ତ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଗୋଟେପଟେ ହାଇକୋର୍ଟରେ ସରକାରଙ୍କୁ ଗ୍ରୀନ୍ ସିଗନାଲ ମିଳୁଥିବା ବେଳେ ଆଜି ପୁରୀ ଏସଡିଜେଏମ କୋର୍ଟ ଏହି ପ୍ରକଳ୍ପକୁ ଝଟକା ଦେଇଛନ୍ତି ।

ଏଏସଆଇର ବିନାନୁମତିରେ ନିଷିଦ୍ଧାଞ୍ଚଳରେ ନିର୍ମାଣ କାର୍ୟ୍ୟ ଜାରି ରଖିଥିବା ହେତୁ ଜିଲ୍ଲାପାଳ, ଓବିସିସି ଓ ଟାଟା ପ୍ରୋଜେକ୍ଟ ବିରୋଧରେ ସିଆରପିସି ଓ ଅମସାରା ଆଇନ ଅଧିନରେ ଅପରାଧିକ ମାମଲା ରୁଜୁ କରିବାକୁ ଆବେଦନ କରାଯାଇଥିଲା। ଏହି ମାମଲାର ଶୁଣାଣି କରି ପୁରୀ ଏସଡିଜେଏମ୍ କୋର୍ଟ ରାୟ ସଂରକ୍ଷିତ ରଖିଥିଲେ। ଆଜି ରାୟ ପ୍ରକାଶ କରି କୋର୍ଟ ମାମଲା ରୁଜୁ ଲାଗି ନିର୍ଦ୍ଦେଶ ଦେଇଛନ୍ତି। ଯାହା ଏକପ୍ରକାର ନବୀନଙ୍କ ସ୍ୱପ୍ନର ପ୍ରକଳ୍ପ ଐତିହ୍ୟ କରିଡର ପ୍ରକଳ୍ପକୁ ଝଟକା ଲାଗିଛି । ଏହାବ୍ୟତୀତ କାମ ବନ୍ଦ କରିବାକୁ ଏକ ଇଂଜେକ୍ସନ ଦାଖଲ କରିଛନ୍ତି ଆଇନଜୀବୀ । ଏହା ଉପରେ ୧୩ ତାରିଖରେ ଏସଡିଜେଏମ ଶୁଣାଣି କରିବେ । ଆଉ କାମ ବନ୍ଦ ନିର୍ଦ୍ଦେଶ ମିଳିବ ବୋଲି ଆଶା ବଢିଯାଇଛି ।

Exit mobile version