ସମୁଦ୍ର କୂଳକୁ ଭାସି ଆସିଲା ମନ୍ଦିର ଚୁଡା

(ଦ କୁଇଭର ବ୍ୟୁରୋ): ସମୁଦ୍ର କୂଳକୁ ଭାସି ଆସିଲା ମନ୍ଦିର ଚୁଡା । ସାମୁଦ୍ରିକ ବାତ୍ୟା ‘ଅସାନୀ’ ପ୍ରଭାବରେ ସମୁଦ୍ର ଅଶାନ୍ତ ରହିଥିବା ବେଳେ ଆନ୍ଧ୍ରପ୍ରଦେଶର ଶ୍ରିକାକୁଲମ ଜିଲ୍ଲାର ସନ୍ଥବମାଲି କୂଳକୁ ଏକ ସୁନାର ରଥ ସଦୃଶ ଡଙ୍ଗା ଭାସି ଆସି ଥିବା ଦେଖିବାକୁ ମିଳିଛି। ବାତ୍ୟା ଅସାନିର ପ୍ରଭାବରେ ତୁହାକୁ ତୁହା ବର୍ଷା ଓ ପବନ ଲାଗିରହିଥିବା ବେଳେ ସମୁଦ୍ରମଧ୍ୟ ଅଶାନ୍ତ ରହିଛି । ଏଥିପାଇଁ ଆନ୍ଧ୍ରପ୍ରଦେଶର ଉପକୂଳବର୍ତ୍ତୀ ଜିଲ୍ଲାମାନଙ୍କରେ ବାତ୍ୟା ଅସାନିକୁ ନେଇ ରେଡ୍ ଓ୍ୱାର୍ଣ୍ଣିଂ ଜାରି ହୋଇଛି ।

ଏହି ସମୟରେ ସମୁଦ୍ର କୂଳକୁ ଭାସି ଆସିଛି ସୁନାର ରଥ । ସମୁଦ୍ରରେ ଭାସୁଥିବା ରଥକୁ ଦେଖି ଲୋକମାନେ ଆଶ୍ଚର୍ଯ ହୋଇପଡିଥିଲେ ଏବଂ ପରେ ଏହାକୁ କୂଳକୁ ଆଣି ସ୍ଥାନୀୟ ପୋଲିସ ଏବଂ ପ୍ରଶାସନକୁ ଜଣାଇଥିଲେ । ଡଙ୍ଗାରେ ଲେଖା ଅଛି ମାଲେସିଆ ଭାଷା । ଯାହା ଅନୁମାନ କରାଯାଉଛି ଯେ ଏହି ସୁନରଙ୍ଗର ରଥ ଥାଇଲାଣ୍ଡରୁ ଭାସି ଆସିଥାଇପାରେ । ମନ୍ଦିର ଚୁଡା ଶ୍ରୀକାକୁଲମ କୋଷ୍ଟ ଗାର୍ଡଙ୍କ ସହାୟତାରେ ଜବତ କରିଛି ପ୍ରଶାସନ ।

ଅସାନି ପ୍ରଭାବରେ ଉପକୂଳବର୍ତ୍ତୀ ଅଞ୍ଚଳରେ ୭୫ରୁ ୮୫ କିମି ବେଗରେ ପବନ ବହୁଛି । ଆନ୍ଧ୍ରରେ ପ୍ରଭାବିତ ହୋଇଛି ବିମାନସେବା । ବିଶାଖାପାଟଣାରୁ ଉଡାଣ ଭରିବାକୁ ଥିବା ୨୩ ବିମାନକୁ ବାତିଲ୍ କରାଯାଇଛି । ସେହିଭଳି ଚେନ୍ନାଇ ବିମାନ ବନ୍ଦରରୁ ୧୦ଟି ବିମାନର ଉଡାଣ ହୋଇଛି ବାତିଲ୍ ।

Leave a Reply

Your email address will not be published. Required fields are marked *