ଗିରଫ ହେଲେ ଝାଡଖଣ୍ଡର ଖଣି ସଚିବ ତଥା IAS ଅଫିସର ପୂଜା ସିଙ୍ଘଲ

ରାଞ୍ଚି(ଦ କୁଇଭର): ଗିରଫ ହେଲେ ଝାଡଖଣ୍ଡର ଖଣି ସଚିବ ତଥା ଆଇଏଏସ୍‌ ଅଫିସର ପୂଜା ସିଙ୍ଘଲ । ମନରେଗା ପାଣ୍ଠି ହଡପ ସମେତ ଅନ୍ୟ ମନିଲଣ୍ଡ୍ରିଂ ଅଭିଯୋଗରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବୁଧବାର ଗିରଫ କରିଛନ୍ତି। ତେବେ ଏହା ପୂର୍ବରୁ ମାମଲାରେ ଇଡି ଆଇଏଏସ୍ ଅଫିସରଙ୍କୁ ପଚରା ଉଚରା କରିଥିଲା। ଦୀର୍ଘ ପଚରା ଉଚରା ପରେ ବୁଧବାର ତାଙ୍କୁ ଗିରଫ କରାଯାଇଛି। ଏହା ପୂର୍ବରୁ ଇଡି ପୂଜା ସିଂଘଲଙ୍କ ବିଭିନ୍ନ ଠିକଣା ଉପରେ ଚଢ଼ କରିଥିବା ବେଳେ ଅଭିଯୋଗରେ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଓ ଡକ୍ୟୁମେଣ୍ଟ ଜବତ କରିଥିଲେ।
ଏହାପୂର୍ବରୁ ପୂଜା ସିଙ୍ଘଲଙ୍କୁ କୌଣସି ବି ପରିସ୍ଥିତିରେ ରାଞ୍ଚି ନ ଛାଡ଼ିବାକୁ ନିର୍ଦ୍ଦେଶ ଦେଇଥିଲା ଇଡି। ମଙ୍ଗଳବାର ପୂଜା ସିଙ୍ଘଲଙ୍କୁ ଦୀର୍ଘ ୯ ଘଣ୍ଟା ଧରି ପଚାରଉଚରା କରାଯାଇଥିଲା। ଏହାପରେ ରାତିରେ ତାଙ୍କୁ ଘରକୁ ଯିବାକୁ ଅନୁମତି ମିଳିଥିଲା। ଜେରା ବେଳେ ଇଡି ମନରେଗା ଅର୍ଥ ହେରଫେର ପଛରେ ତାଙ୍କର ହାତ ଥିବା ଜାଣିବାକୁ ପାଇଥିଲା। ଏଥିପାଇଁ ଆଜି ତାଙ୍କୁ ବିଧିବଦ୍ଧ ଭାବେ ଗିରଫ କରାଯାଇଛି।

ଇଡିଙ୍କ ଚଢଉ କାଳରେ ତାଙ୍କ ଚାର୍ଟାଡ ଆକାଉଣ୍ଟାଣ୍ଟ ସୁମନ କୁମାରଙ୍କ ଘରୁ ପାଖାପାଖି ନଗଦ ସାଢେ ୧୭ କୋଟି ଟଙ୍କା ଜବତ କରିଥିଲା। ଏହି ମାମଲାରେ ଇଡି ମୋଟ ୧୯ କୋଟି ୩୧ ଲକ୍ଷ ଟଙ୍କା ଜବତ କରିଛି। ଝାଡଖଣ୍ଡ ଖୁଣ୍ଟି ଜିଲ୍ଲାରେ ମନରେଗା ପାଣ୍ଠିର କଥିତ ହଡପ ସମେତ ଅନ୍ୟ ଅଭିଯୋଗରେ ପୂଜା ସିଂଘଲ ଶେଷରେ ଗିରଫ ହୋଇଛନ୍ତି। ତେବେ ଏହା ପୂର୍ବରୁ ପୂଜାଙ୍କ ସ୍ୱାମୀ ଡା. ଅଭିଷେକ ଝା ଓ ତାଙ୍କ ଚାର୍ଟାଡ ଆକାଉଣ୍ଟାଣ୍ଟ ସୁମନ କୁମାରଙ୍କୁ ଇଡି ମେ ୭ ତାରିଖ ଦିନ ଗିରଫ କରିଥିଲା ।

Leave a Reply

Your email address will not be published. Required fields are marked *