(ଦ କୁଇଭର ବ୍ୟୁରୋ): ଦେଶଦ୍ରୋହ ଆଇନ୍ ଉପରେ ରୋକ ଲଗାଇଛନ୍ତି ସୁପ୍ରିମକୋର୍ଟ । ବିଚାରଧୀନ ମାମଲାର ପୁନର୍ବିଚାର ଯାଏଁ କୌଣସି ନୂଆ ଦେଶଦ୍ରୋହ ମାମଲା ଦାଏର ନକରିବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । କେନ୍ଦ୍ର ପକ୍ଷରୁ ଏନେଇ ସମସ୍ତ ରାଜ୍ୟକୁ ମାର୍ଗଦର୍ଶିକା ଜାରି କରିବେ ।
ଯେଉଁ ଦେଶଦ୍ରୋହ ମାମଲା ଗୁଡିକ ବିଚାରାଧୀନ ରହିଛି ସେଗୁଡିକ ଉପରେ ସ୍ଥିତାବସ୍ଥା ଜାରି ରହିବ । ଏହାସହିତ ଯେଉଁମାନଙ୍କ ଉପରେ ଦେଶଦ୍ରୋହ ମାମଲା ଚାଲିଛି ଏବଂ ଜେଲରେ ଅଛନ୍ତି ସେମାନେ ଜାମିନ ପାଇଁ ସମ୍ପୃକ୍ତ ନ୍ୟାୟାଳୟରେ ଅପିଲ କରିପାରିବେ ବୋଲି କୋର୍ଟ କହିଛନ୍ତି । ସମୀକ୍ଷା ଶେଷ ନ ହେବା ପର୍ୟ୍ୟନ୍ତ ଧାରା ‘୧୨୪ଏ’ରେ ଥିବା ଏହି ଆଇନ ବଳରେ କୌଣସି ମାମଲା ରୁଜୁ କରାଯାଇ ପାରିବ ନାହିଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି।
ସୂଚନା ଅନୁସାରେ, ବର୍ତ୍ତମାନ ସମୟରେ ତିନି ଜଣ ବିଚାରପତିଙ୍କୁ ନେଇ ଗଠିତ ବେଞ୍ଚ ଦେଶଦ୍ରୋହ ଆଇନର ଶୁଣାଣି କରୁଛନ୍ତି । ସେମାନଙ୍କ ମଧ୍ୟରେ ରହିଛନ୍ତି ମୁଖ୍ୟ ବିଚାରପତି ଏନଭି ରମଣ, ଜଷ୍ଟିସ ସୂର୍ୟ୍ୟକାନ୍ତ ଓ ଜଷ୍ଟିସ ହିସା କୋହଲୀ । ଏହି ଆଇନର ପୁନର୍ବିଚାର ଓ ପୁନଃ ଯାଞ୍ଚ ପାଇଁ ନିଷ୍ପତ୍ତି ନିଆଯାଇଥିବା କେନ୍ଦ୍ରସରକାର ସୁପ୍ରିମକୋର୍ଟଙ୍କୁ କହିଛନ୍ତି ।
ଦେଶଦ୍ରୋହ ନିୟମ କ’ଣ?
ଭାରତୀୟ ଦଣ୍ଡ ସଂହିତା (IPC ବିଭାଗ -୧୨୪ A) ର ଧାରା ୧୨୪A ରେ ଦେଶଦ୍ରୋହ ଆଇନ ଉଲ୍ଲେଖ କରାଯାଇଛି । ଏହି ନିୟମ ଅନୁଯାୟୀ, ଯଦି କୈାଣସି ବ୍ୟକ୍ତି ସରକାରଙ୍କ ବିରୁଦ୍ଧରେ କିଛି ଲେଖନ୍ତି , କୁହନ୍ତି କିମ୍ବା ଅନ୍ୟ କୈାଣସି ସାମଗ୍ରୀ ବ୍ୟବହାର କରନ୍ତି ଯାହା ଦ୍ୱାରା ଦେଶର ମାନ ଖରାପ ହେବ ତେବେ ତାଙ୍କ ବିରୋଧରେ ଆଇପିସିର ଧାରା ୧୨୪A ଅନୁଯାୟୀ ଏକ ମାମଲା ରୁଜୁ ହୋଇପାରିବ। ଏହା ବ୍ୟତୀତ ଅନ୍ୟାନ୍ୟ ଜାତୀୟ ବିରୋଧୀ କାର୍ଯ୍ୟକଳାପ ଲିପ୍ତ ଥିଲେ ଦେଶଦ୍ରୋହ ମାମଲାରେ ପଞ୍ଜିକୃତ ହେବ ।
ବ୍ରିଟିଶ ଯୁଗରେ ଏହି ନିୟମ କରାଯାଇଥିଲା
ଦୀର୍ଘ ଦିନ ଧରି ଦେଶରେ ଏହି ନିୟମକୁ ବିରୋଧ କରାଯାଉଛି। ଯେଉଁମାନେ ବିରୋଧ କରନ୍ତି ସେମାନଙ୍କ କହିବା ଅନୁଯାୟୀ ବ୍ରିଟିଶ ଯୁଗରେ ଏହି ନିୟମ କରାଯାଇଥିଲା। ଏହା ସଂପୂର୍ଣ୍ଣ ଠିକ୍ । ୧୮୭୦ ମସିହାରେ ଏହି ନିୟମ କେବଳ ବ୍ରିଟିଶ ଶାସନ ଅଧୀନରେ ହୋଇଥିଲା । ତା’ପରେ ବ୍ରିଟିଶ ଶାସନ ବିରୁଦ୍ଧରେ ବିଦ୍ରୋହ କରୁଥିବା ଏବଂ ବିରୋଧ କରୁଥିବା ଲୋକଙ୍କ ଉପରେ ଏହି ନିୟମ ବ୍ୟବହୃତ ହୋଇଥିଲା। ତା’ପରେ ଏହି ନିୟମ ଅନୁଯାୟୀ ଅନେକ ଲୋକଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଥିଲା। ଦେଶରେ ପ୍ରଥମ ଥର ପାଇଁ, ୧୮୯୧ ମସିହାରେ, ବଙ୍ଗଳାର ଜଣେ ସାମ୍ବାଦିକ ଯୋଗେନ୍ଦ୍ର ଚନ୍ଦ୍ର ବୋଷଙ୍କ ବିରୁଦ୍ଧରେ ଦେଶଦ୍ରୋହ ମାମଲା କରାଯାଇଥିଲା। ସେ ବ୍ରିଟିଶ ସରକାରଙ୍କ ଅର୍ଥନୈତିକ ନୀତି ଏବଂ ବାଲ୍ୟ ବିବାହ ବିରୁଦ୍ଧରେ ପ୍ରସ୍ତୁତ ଆଇନକୁ ବିରୋଧ କରୁଥିଲେ।