୧୨ ବର୍ଷ ହେଲାଣି ଏହି ଗାଁରେ ଜନ୍ମ ନେଇ ନାହାନ୍ତି ଶିଶୁପୁତ୍ର

(ଦ କୁଇଭର ବ୍ୟୁରୋ): ବିଚିତ୍ର ଏ ପୃଥିବୀ । ବିଶ୍ୱର ସବୁ ଦେଶ,ରାଜ୍ୟ ଏବଂ କେତେକ ଗାଁର କିଛି ନା କିଛି ରହିଛି ବିଚିତ୍ର ରହସ୍ୟ । ଆମର ଏହି ବିଶ୍ୱରେ ଏମିତି ଏକ ଅଜବ ଦେଶ ଓ ଗାଁ ଅଛି ସେଠାକାର ନିଆରା କଥା ଶୁଣିଲେ ଆପଣ ମାନଙ୍କୁ ମଧ୍ୟ ଅଜବ ଲାଗିପାରେ । ବିଶ୍ୱରେ ଏମିତି ଏକ ଗାଁ ଅଛି ଯେଉଁଠି ଜନ୍ମ ହୁଅନ୍ତି ନାହିଁ ପୁଅ । ଯେଉଁଠି ବିଗତ ୧୨ ବର୍ଷ ହେଲା ପୁତ୍ର ସନ୍ତାନ ଜନ୍ମ ନେଇନାହାନ୍ତି। ପୋଲାଣ୍ଡସ୍ଥିତ ମିଜେସ୍କେ ଓନ୍ଦ୍ରଜେନସ୍କି ନାମକ ଏହି ଗାଁରେ କେବଳ ଝିଅମାନେ ଜନ୍ମ ନେଉଛନ୍ତି । ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ ।

ଗାଁରେ ପୁଅ ଜନ୍ମ ନହେବା ନେଇ ସମସ୍ତେ ଚିନ୍ତାରେ କିନ୍ତୁ ଏହାର ସମାଧାନର ବାଟ କିନ୍ତୁ କାହାରି ପାଖରେ ନାହିଁ । ୨୦୧୯ରେ ସେଠାକାର ମେୟର ଏକ ଅଶ୍ଚର୍ୟ୍ୟକର ଘୋଷଣା କରିଥିଲେ । ମେୟର କହିଥିଲେ ଯଦି ଗାଁରେ କାହାରି ପୁଅ ହୁଏ ତେବେ ସେହି ପରିବାକୁ ବିଶେଷ ଭାବେ ପୁରସ୍କୃତ କରାଯିବ । ମେୟର୍ଙ୍କ ଘୋଷଣା ସତ୍ତ୍ବେ ଏଯାବତ୍ ଏଠାରେ କାହା କୋଳକୁ ପୁତ୍ର ସନ୍ତାନଟିଏ ଆସିନାହିଁ। ଏହି ରହସ୍ୟମୟ ଗାଁରେ ୨୦୧୦ ମସିହାଠାରୁ କୈଣସି ପୁତ୍ର ସନ୍ତାନ ଜନ୍ମ ନେଇନାହାଁନ୍ତି ।

ଗାଁର ଏହି ରହସ୍ୟ ବିଷୟରେ ଜାଣି ସାଧାରଣ ଲୋକ ତ ଦୂରର କଥା ବୈଜ୍ଞାନିକ ବି ଆଶ୍ଚର୍ୟ୍ୟ ହୁଅନ୍ତି । ଏହି ଗାଁରେ ଏମିତି କାହିଁକି ଘଟୁଛି ତାହା ସମସ୍ତଙ୍କ ପାଇଁ ଏକ ରହସ୍ୟ । ଏହି ଗାଁ ସମ୍ପର୍କରେ ବିଶେଷଜ୍ଞମାନେ ଯେତେବେଳେ ଜାଣିବାକୁ ପାଇଥିଲେ ସେତେବେଳେ ଏଠାକୁ ଆସି ପରୀକ୍ଷାନିରୀକ୍ଷା ଚଳାଇଥିଲେ। ହେଲେ ସେମାନେ ଏହାର କାରଣ ଖୋଜିବାରେ ବିଫଳ ହୋଇଥିଲେ। ଅନେକ ଟିଭି ଓ ସମ୍ବାଦପତ୍ରର ସାମ୍ବାଦିକ ମଧ୍ୟ ଏହି ଗାଁକୁ ଆସି ଏ ସମ୍ପର୍କରେ ଜାଣିବା ପାଇଁ ଚେଷ୍ଟା ଚଳାଇଥିଲେ। କିନ୍ତୁ ଏହା ସମସ୍ତଙ୍କ ପାଇଁ ଏକ ଅବୁଝା ହୋଇ ରହିଯାଇଛି।

ଏହି ଗାଁରେ ପାଖାପାଖି ୩୦୦ ଲୋକ ବାସ କରନ୍ତି । ତେବେ ଏହି ଗାଁ ବିଷୟରେ କେମିତି ଜଣାପଡିଲା ତାହା ବି ଭାରି ରୋଚକ । ଥରେ ଅଗ୍ନିଶମ ବିଭାଗର ଯୁବ ସ୍ୱେଚ୍ଛାସେବୀମାନଙ୍କ ପାଇଁ ଏକ ଆଞ୍ଚଳିକ ପ୍ରତିଯୋଗତା ଆୟୋଜିତ ହୋଇଥିଲା । ଗାଁର ସମସ୍ତ ଦଳରେ କେବଳ ବାଳିକା ହିଁ ଥିଲେ । ସେବେଠାରୁ ଏହା କନ୍ୟାରତ୍ନଙ୍କ ଗାଁ ଭାବେ ପରିଚୟ ପାଇଲା । ଏଠାରେ ଝିଅମାନେ ସବୁ ପ୍ରକାର କାର୍ୟ୍ୟରେ ନିଜର ଦକ୍ଷତା ପ୍ରତିପାଦନ କରିପାରିଛନ୍ତି । ଘର କାମକୁ ବାଦ ଦେଲେ ଏମାନେ କୃଷି ଠାରୁ ଆରମ୍ଭ କରି ଫାୟାର ଷ୍ଟେସନ୍, ଟ୍ରକ ଚାଳକ, ବ୍ୟବସାୟ ସବୁଥିରେ ଧୁରନ୍ଦର ।

Leave a Reply

Your email address will not be published. Required fields are marked *