ସୁଖୋଇରୁ ବ୍ରହ୍ମୋସ ଦୂରଗାମୀ ଭର୍ସନର ସଫଳ ପରୀକ୍ଷଣ

ନୂଆଦିଲ୍ଲୀ (ଦ କୁଇଭର): ଭାରତୀୟ ବାୟୁସେନାର ଲଢୁଆ ବିମାନ ସୁଖୋଇ-30ରୁ ସୁପରସୋନିକ୍ କ୍ଷେପଣାସ୍ତ୍ର ବ୍ରହ୍ମୋସର ବ୍ୟବହାରିକ ପରୀକ୍ଷଣ ସଫଳ ହୋଇଛି । ଆଜି (ଗୁରୁବାର) ବଙ୍ଗୋପ ସାଗରୀୟ କ୍ଷେତ୍ରରେ ବ୍ରହ୍ମୋସର ବର୍ଦ୍ଧିତ ତଥା ଅପଗ୍ରେଡେଡ ଏୟାର ଲଞ୍ଚ ଭର୍ସନର ପରୀକ୍ଷଣ କରାଯାଇଥିଲା । ଏହା ଅଧିକ ଦୂରଗାମୀ ଲକ୍ଷ୍ୟଭେଦ କରିପାରିବ ।

ଏହି ମିସାଇଲକୁ ଲଢୁଆ ସୁଖୋଇ ବିମାନରୁ ଉତକ୍ଷେପଣ କରାଯାଇଥିବା ବେଳେ ଟାର୍ଗେଟକୁ ସମ୍ପୂର୍ଣ୍ଣ ସଠିକତାର ସହ ଲକ୍ଷ୍ୟକ୍ଷେଦ କରିବା ସହ ପରୀକ୍ଷଣ ସଫଳ ହୋଇଥିବା ଭାରତୀୟ ବାୟୁସେନା ପକ୍ଷରୁ କୁହାଯାଇଛି । ତେବେ ଆଜିର ଏହି ପରୀକ୍ଷଣ ପ୍ରଥମ ନୁହେଁ । ଏହାର ପରୀକ୍ଷଣ ପୂର୍ବରୁ ସଫଳ ହୋଇସାରିଥିବା ବେଳେ ଏକାଧିକ ବିକଶିତ ଭର୍ସନରେ ସିରିଜ ବ୍ୟବହାରିକ ପରୀକ୍ଷଣ ଜାରି ରଖିଛି ଭାରତୀୟ ବାୟୁସେନା ।

Leave a Reply

Your email address will not be published. Required fields are marked *