Site icon ଦ କୁଇଭର୍ – ପରିବର୍ତ୍ତନର କମ୍ପନ!

ଚେନ୍ନାଇକୁ ବଡ଼ ଝଟକା, ଆଇପିଏଲରୁ ୨୦୨୨ରୁ ବାଦ୍ ପଡ଼ିଲେ ରବୀନ୍ଦ୍ର ଜାଡୋଜା

ମୁମ୍ବାଇ(ଦ କୁଇଭର): ଚଳିତ ଆଇପିଏଲରେ ଚେନ୍ନାଇ ସୁପର କିଙ୍ଗସକୁ ଲାଗିଛି ବଡ଼ ଝଟକା । ଆହତ ସମସ୍ୟା ଯୋଗୁ ଦଳର ଷ୍ଟାର ଅଲରାଉଣ୍ଡର ପୂରା ଆଇପିଏଲରୁ ବାଦ ପଡ଼ିଛନ୍ତି। ଆସନ୍ତାକାଲି ଦଳ ଚୀର ପ୍ରତିଦ୍ୱନ୍ଦ୍ୱୀ ମୁମ୍ବାଇ ଇଣ୍ଡିଆନ୍ସକୁ ଭେଟିବ। ଏହା ପୂର୍ବରୁ ହିଁ ଜାଡେଜା ଆଇପିଏଲରୁ ଆଉଟ ହୋଇଛନ୍ତି। ଏନେଇ ସୂଚନା ଚେନ୍ନାଇ ସୁପର କିଙ୍ଗ୍ସ ସୂଚନା ଦେଇଛି ।

ଚେନ୍ନାଇ ସୁପର କିଙ୍ଗ୍ସ ପ୍ରେସ ବିଜ୍ଞପ୍ତିରେ କହିଛି ଯେ, ରବୀନ୍ଦ୍ର ଜାଡେଜାଙ୍କ ପଞ୍ଜରାରେ ଆଘାତ ଲାଗିଛି । ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷ ମୁକାବିଲାରେ ସେ ଖେଳିନଥିଲେ । ଡାକ୍ତରଙ୍କ ନଜରରେ ଥିଲେ ଏବଂ ପରାମର୍ଶକ୍ରମେ ଆଇପିଏଲର ଅବଶିଷ୍ଟ ମ୍ୟାଚରୁ ଓହରି ଯାଇଛନ୍ତି । ଜାଡେଜା ଚଳିତ ସଂସ୍କରଣରେ ୮ଟି ମ୍ୟାଚରେ ଦଳର ନେତୃତ୍ଵ ନେଇଥିଲେ । ଏଥିରୁ ଦଳ ମାତ୍ର ୨ଟି ମ୍ୟାଚ୍ ଜିତିବାରେ ସକ୍ଷମ ହୋଇଥିଲା । ଜାଡେଜା ଉଭୟ ବ୍ୟାଟିଂ ଏବଂ ବୋଲିଂରେ ଦଳକୁ ନିରାଶ କରିଥିଲେ । ଜାଡେଜା ଚଳିତ ସିଜିନରେ ୧୦ଟି ମ୍ୟାଚ୍ ଖେଳି ମାତ୍ର ୧୧୬ ରନ୍ କରିପାରିଥିଲେ । ସେହିପରି ସେ ୫ଟି ୱିକେଟ ନେବାକୁ ସକ୍ଷମ ହୋଇଛନ୍ତି ।

Exit mobile version