ରାୟପୁରରେ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ; ୨ ପାଇଲଟଙ୍କ ମୃତ୍ୟୁ

ରାୟପୁର (ଦ କୁଇଭର): ଛତିଶଗଡର ରାଜଧାନୀ ରାୟପୁରରେ ଦୁର୍ଘଟଣାଗ୍ରସ୍ତ ହୋଇଛି ହେଲିକପ୍ଟର । ସ୍ବାମୀ ବିବେକାନନ୍ଦ ବିମାନବନ୍ଦରରେ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି । ଏଥିରେ ଦୁଇ ପାଇଲଟଙ୍କ ମୃତ୍ୟୁ ଘଟିଛି । ଅବତରଣ ସମୟରେ ଏହି ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି ।

ଦୁର୍ଘଟଣା ସମ୍ପର୍କରେ ସୂଚନା ଦେଇ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ ଟ୍ୱିଟ୍ କରି ଲେଖିଛନ୍ତି “ଏବେ ରାୟପୁର ଏୟାରପୋର୍ଟରେ ଷ୍ଟେଟ୍ ହେଲିକପ୍ଟର କ୍ରାସ୍ ହେବାର ଦୁଃଖଦ ଖବର ମିଳିଛି। ଏହି ଦୁଃଖଦ ଘଟଣାରେ ଆମର ଦୁଇ ପାଇଲଟ କ୍ୟାପ୍ଟେନ୍ ପଣ୍ଡା, ଓ କ୍ୟାପ୍ଟେନ୍ ଶ୍ରୀବାସ୍ତବଙ୍କର ଦୁଃଖଦ ମୃତ୍ୟୁ ହୋଇଛି। ଏହି ଦୁଃଖଦ ଘଟଣାରେ ଈଶ୍ୱର ତାଙ୍କ ପରିବାରଜନକୁ ସମ୍ବଳ ଦେବା ସହିତ ଦିମ୍ବଗତ ଆତ୍ମାକୁ ଶାନ୍ତି ପ୍ରଦାନ କରନ୍ତୁ।”

ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ହେଲିକପ୍ଟରର ପୂରା ଖଣ୍ଡ ଖଣ୍ଡ ହୋଇଯାଇଛି। ଏମିତି କୋଚାଲୋଚା ହୋଇଛି ଯେ ହେଲିକପ୍ଟରେ ବସିଥିବା ଲୋକ ବଞ୍ଚି ରହିବା ମୁସ୍କିଲ ଥିଲା।

Leave a Reply

Your email address will not be published. Required fields are marked *