Site icon ଦ କୁଇଭର୍ – ପରିବର୍ତ୍ତନର କମ୍ପନ!

IPL 2022: ଆଜି ମୁମ୍ବାଇ ଇଣ୍ଡିଆନ୍ସକୁ ଭେଟିବ ଚେନ୍ନାଇ ସୁପର କିଙ୍ଗ୍ସ, ପ୍ରତିଶୋଧ ନେବା ଲକ୍ଷ୍ୟରେ ମୁମ୍ବାଇ

ମୁମ୍ବାଇ(ଦ କୁଇଭର): ଆଜି ଇଣ୍ଡିଆନ ପ୍ରିମିୟର ଲିଗର ୫୯ତମ ମ୍ୟାଚରେ ମୁହାଁମୁହିଁ ହେବେ ମୁମ୍ବାଇ ଇଣ୍ଡିଆନ୍ସ ଓ ଚେନ୍ନାଇ ସୁପର କିଙ୍ଗ୍ସ । ତେବେ ଏହି ମ୍ୟାଚ ଉଭୟ ଦଳ ପାଇଁ ଗୁରୁତ୍ୱପୂର୍ଣ୍ଣ ନୁହେଁ । କାହିଁକି ନା ଏହି ମୁମ୍ବାଇ ଇଣ୍ଡିଆନ୍ସ ପ୍ଲେ ଅଫ ରେସରୁ ବାଦ୍ ପଡ଼ିସାରିଛି । କିନ୍ତୁ ଚେନ୍ନାଇ ସୁପର କିଙ୍ଗ୍ସ ନିକଟରେ ଏବେବି ସୁଯୋଗ ରହିଛି । କିନ୍ତୁ ଚେନ୍ନାଇକୁ ପ୍ଲେ ଅଫରେ ପହଞ୍ଚିବା ଏତେ ସହଜ ନୁହେଁ ।

ଚଳିତ ଆଇପିଏଲରେ ଉଭୟ ଚେନ୍ନାଇ ସୁପର କିଙ୍ଗ୍ସ ଓ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ନୈରାଶଜନକ ରହିଛି । ଉଭୟ ଦଳ ପଏଣ୍ଟ ଟେବୁଲର ଶେଷ ସ୍ଥାନରେ ରହିଛନ୍ତି । ସିଏସକେ ୧୧ ମ୍ୟାଚରୁ ୪ଟି ମ୍ୟାଚରେ ବିଜୟ ଲାଭ କରିଥିବାବେଳେ ମୁମ୍ବାଇ ୧୧ଟି ମ୍ୟାଚରୁ ୨ଟି ମ୍ୟାଚରେ ବିଜୟ ଲାଭ କରିଛି ।ଉଭୟ ସୁପରକିଙ୍ଗ୍ସ ଓ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଚଳିତ ସିଜନ ନୈରାଶ୍ୟପୂର୍ଣ୍ଣ ରହିଛି । ଉଭୟ ମୋଟ୍ ୯ଟି ଟାଇଟଲ ଜିତି ସାରିଥିଲେ ହେଁ ଏଥର ପଏଣ୍ଟ ତାଲିକାର ନିମ୍ନରେ ରହିଛନ୍ତି । ସୁପରକିଙ୍ଗ୍ସ ୧୧ମ୍ୟାଚ୍ରୁ ୪ ବିଜୟ ସହ ୮ ପଏଣ୍ଟ ହାସଲ କରିଛି । ମୁମ୍ବାଇ ଇଣ୍ଡିଆନ୍ସ ଏପର୍ଯ୍ୟନ୍ତ ମାତ୍ର ୨ଟି ମ୍ୟାଚ୍ ଜିତିଛି । ତେଣୁ ଆଜିର ମ୍ୟାଚରେ ବିଜୟଲାଭ କରି ସମ୍ମାନ ରକ୍ଷା କରିବା ଲକ୍ଷ୍ୟରେ ପଡ଼ିଆକୁ ଓହ୍ଲାଇବ ମୁମ୍ବାଇ ।

ଉଭୟ ଦଳ ମଧ୍ୟରେ ଗତ ୨୧ ତାରିଖରେ ପ୍ରଥମ ମୁକାବିଲା ହୋଇଥିଲା । ସେହି ମ୍ୟାଚକୁ ଚେନ୍ନାଇ ସୁପର କିଙ୍ଗସ ୩ ୱିକେଟରେ ନିଜ ନାମରେ କରିଥିଲା । ତେଣୁ ଆଜିର ମ୍ୟାଚରେ ବିଜୟ ଲାଭ କରି ପ୍ରତିଶୋଧ ନେବା ଲକ୍ଷ୍ୟରେ ପଡିଆକୁ ଓହ୍ଲାଇବ ମୁମ୍ବାଇ ଇଣ୍ଡିଆନ୍ସ ।

Exit mobile version