Site icon ଦ କୁଇଭର୍ – ପରିବର୍ତ୍ତନର କମ୍ପନ!

ବିଜେଡି ନିୟନ୍ତ୍ରଣରେ କଂଗ୍ରେସ

ପୁରୀ (ଦ କୁଇଭର): ନବୀନଙ୍କ ସ୍ୱପ୍ନର ପ୍ରକଳ୍ପ ଶ୍ରୀମନ୍ଦିର କରିଡର ପ୍ରକଳ୍ପକୁ ଆଇନଗତ ଝଟକା ଲାଗିଲାଣି । ବେଆଇନ କୋଲି କୋର୍ଟରେ ରିପୋର୍ଟ ଦାଖଲ ହେଲାଣି । ଏହାକୁ ନେଇ ଗର୍ଜିଲେଣି ବିରୋଧୀ, ପ୍ରଶ୍ନ ଉଠାଇଲେଣି ଜନତା । ଜନତାଙ୍କ ଆଗରେ ବିଜେଡି ତାର ଛବିକୁ ସ୍ୱଚ୍ଛ ରଖିବା ପାଇଁ କଂଗ୍ରେସକୁ ନିୟୋଜିତ କରୁଛି । ବିଜେଡି ନିୟନ୍ତ୍ରଣରେ ଥିବା କଂଗ୍ରେସ ବୁଲେଇ ବଙ୍କେଇ ନବୀନଙ୍କ ସ୍ୱପ୍ନର ପ୍ରକଳ୍ପକୁ ସମର୍ଥନ କରୁଛି । ଆଉ ପ୍ରକଳ୍ପ ବିରୋଧୀଙ୍କ ସାମ୍ନାକୁ ଯାଉନି ବିଜେଡି । ବିଜେଡିର ପ୍ରତିନିଧି ଭାବେ ବିରୋଧ କରୁଛି କଂଗ୍ରେସ । ଏକଥା ଆମେ କହୁନୁ, ପରୋକ୍ଷରେ ହେଲେ ବି କଂଗ୍ରେସର ନେତାମାନେ କହୁଛନ୍ତି । ଯେ ବିଜେଡି କଂଗ୍ରେସକୁ ନିୟନ୍ତ୍ରଣ କରୁଛି ।

ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ଯେତେବେଳେ ପୁରୀ ଯାଇଥିଲେ, ସେତେବେଳେ ତାଙ୍କ ଗାଡି ଉପରକୁ ଯୁବ କଂଗ୍ରେସର କର୍ମୀ ହିଁ ଟମାଟୋ ମାଡ କରିଥିଲେ । ଆଉ ଏବେ ଗତକାଲି ପୁରୀ ଆସିଥିବା ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ରଙ୍କ ଉପରକୁ କାଳି ମାଡ଼ ସହ ଟମାଟୋ ମାଡ କରିଥିଲେ । ଆଉ ଏହାକୁ କରିଥିଲେ ଯୁବ କଂଗ୍ରେସର କର୍ମୀମାନେ । ଏମାନଙ୍କୁ ପ୍ରଚ୍ଛଦପଟ୍ଟରେ ରହି ପ୍ରକଳ୍ପ ବିରୋଧୀଙ୍କୁ ବିରୋଧ କରିବାକୁ ପାଇଁ ଉସକାଉଛି ବିଜେଡି । କାରଣ ଐତିହ୍ୟ କରିଡର କାର୍ଯ୍ୟକୁ ବିରୋଧ କରି ପୁରୀ ଆସୁଥିବା ନେତାଙ୍କୁ ଛାତ୍ର କଂଗ୍ରେସର କର୍ମୀମାନେ ବିରୋଧ କରିବାର କୌଣସି ଯୁକ୍ତିଯୁକ୍ତ କାରଣ ନାହିଁ । ଆଉ ଏଥିପାଇଁ ସିଧାସଳଖ ପ୍ରକଳ୍ପ ବିରୋଧୀଙ୍କୁ ବିରୋଧ ନକରି କଂଗ୍ରେସର ସାହାରା ନେଉଛି ବିଜେଡି ।

ଏହାର ଏକ ବଳିଷ୍ଠ ପ୍ରମାଣ ମଧ୍ୟ ଅଛି । ଆପଣ ଦେଖୁଥିବା ଏହି ବ୍ୟକ୍ତି ହେଉଛନ୍ତି ବିନାୟକ ଦାସ ମହାପାତ୍ର । ଯିଏ ପିସିସି ମୁଖପାତ୍ର ମଧ୍ୟ ଅଛନ୍ତି । ଗତକାଲି ପୁରୀ ଆସିଥିବା ସମ୍ବିତ ପାତ୍ରଙ୍କୁ ଭେଟି ଖୁବଶୀଘ୍ର କେମିତି ପ୍ରକଳ୍ପ କାର୍ଯ୍ୟ ସରିବ ସେନେଇ କଥା ହୋଇଛନ୍ତି । ଆଉ ଏଥିରୁ ସ୍ପଷ୍ଟ ହେଉଛି ଯେ, କଂଗ୍ରେସ ବିଜେଡି ସହ ମିଶି ପ୍ରକଳ୍ପ କାର୍ଯ୍ୟକୁ ସମର୍ଥନ କରୁଛି ଓ ପ୍ରକଳ୍ପ କାର୍ଯ୍ୟକୁ ବିରୋଧ କରୁଥିବା ଲୋକଙ୍କୁ କଂଗ୍ରେସ ମାଧ୍ୟମରେ ଆକ୍ରମଣ କରୁଛି । ସିଧାସଳଖ ପ୍ରକଳ୍ପ ବିରୋଧୀଙ୍କ ସାମ୍ନାକୁ ନ ଆସିଲେ ମଧ୍ୟ ପ୍ରଚ୍ଛଦ ପଟରେ ରହି ମାଷ୍ଟରପ୍ଲାନ୍ ପ୍ରସ୍ତୁତ କରୁଛି । ତେଣୁ କଂଗ୍ରେସ ବିଜେଡିର ଖ ଦଳ ପାଲଟିଛି । ଆଉ ଯାହାର ଅନେକ ଉଦାହରଣ ମଧ୍ୟ ରହିଛି । କଂଗ୍ରେସ ଉପରୁ ରାଜ୍ୟ ସରକାରଙ୍କୁ ବିରୋଧ କରୁଥିଲେ ମଧ୍ୟ ସେମାନଙ୍କ କାର୍ଯ୍ୟକଳାପରୁ ସ୍ପଷ୍ଟ ହେଉଛି ଯେ, କଂଗ୍ରେସ ବର୍ତ୍ତମାନ ବିଜେଡି ନିୟନ୍ତ୍ରଣରେ ଅଛି ।

Exit mobile version