ଉଡାଣ ପୂର୍ବରୁ ଜଳିଗଲା ବିମାନ

(ଦ କୁଇଭର ବ୍ୟୁରୋ): ଉଡାଣ ଭରିବା ବେଳେ ଯାତ୍ରୀବାହୀ ବିମାନରେ ଲାଗିଲା ନିଆଁ । ଚୀନରେ ଏହି ବଡ଼ ଧରଣର ବିମାନ ଦୁର୍ଘଟଣା ଘଟିଥିବା ଖବର ସାମ୍ନାକୁ ଆସିଛି। ଗୁରୁବାର ସକାଳେ ତିବ୍ଦତ ଏୟାରଲାଇନ୍ସର ଏକ ବିମାନ ଚୋଙ୍ଗକିଙ୍ଗ୍ ଜିଆଙ୍ଗବେଇ ଅନ୍ତର୍ଜାତୀୟ ବିମାନବନ୍ଦର ରେ ଉଡ଼ାଣ ଭରିବା ପାଇଁ ରନ୍ୱେରେ ଯାଉ ଥିବାବେଳେ ହଠାତ୍ ଖସି ଯାଇଥିଲା। ଏହାପରେ ଚାହୁଁଚାହୁଁ ବିମାନରେ ନିଆଁ ଲାଗି ଯାଇଥିଲା।

ସୂଚନା ଅନୁସାରେ, ବିମାନଟି ଚୁଙ୍ଗଚୀଙ୍ଗରୁ ନିଙ୍ଗଚୀ ଅଭିମୁଖେ ଯାତ୍ରା ଆରମ୍ଭ କରିବା ପାଇଁ ପ୍ରସ୍ତୁତ ହେଉଥିଲା। ହେଲେ ଏହା ପୂର୍ବରୁ ଉଡ଼ାଣ ଭରିବା ବେଳେ ଚୋଙ୍ଗକିଙ୍ଗ୍ ଜିଆଙ୍ଗବେଇ ଅନ୍ତର୍ଜାତୀୟ ବିମାନବନ୍ଦରରେ ଏହି ଅଘଟଣ ଘଟିଥିଲା। ସୌଭାଗ୍ୟବଶତଃ, ବିମାନରେ ଥିବା ୧୧୩ ଜଣ ଯାତ୍ରୀ ଓ ୯ ଜଣ କ୍ରିୟୁ ସୁରକ୍ଷିତ ଅଛନ୍ତି। ଏମାନଙ୍କୁ ସୁରକ୍ଷିତ ଭାବେ ବିମାନ ଭିତରୁ ଉଦ୍ଧାର କରାଯାଇଛି। କେଉଁ ପରିସ୍ଥିତିରେ ବିମାନରେ ନିଆଁ ଲାଗିଲା ତାହା ଜଣାପଡିନାହିଁ।

ଏହାର ୨ ମାସ ପୂର୍ବରୁ ମଧ୍ୟ ଚୀନରେ ଭୀଷଣ ଦୁର୍ଘଟଣା ଘଟିଥିଲା । ଚୀନର ଇଷ୍ଟର୍ଣ୍ଣ ଏୟାରଲାଇନ୍ର ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଘଟଣାରେ ୧୩୨ ଜଣ ଯାତ୍ରୀଙ୍କ ସମେତ ସଦସ୍ୟଙ୍କ ଦୁଃଖଦ ମୃତ୍ୟୁ ଘଟିଥିଲା । ଏକ ପାହାଡରେ ପିଟି ହୋଇ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଯିବା ପରେ ନିଆଁ ଲାଗିଯାଇଥିଲା । ଫଳରେ ଭିତରେ ଥିବା ଯାତ୍ରୀ ନିଆଁର ଆଁରେ ଜୀବନ୍ତ ଜଳିଯାଇଥିଲେ ।

Leave a Reply

Your email address will not be published. Required fields are marked *