Site icon ଦ କୁଇଭର୍ – ପରିବର୍ତ୍ତନର କମ୍ପନ!

କେକେଆରକୁ ବଡ଼ ଝଟକା, ଆଇପିଏଲରୁ ବାଦ୍ ପଡ଼ିଲେ ପ୍ୟାଟ୍ କମିନ୍ସ

ମୁମ୍ବାଇ: ଚଳିତ ଆଇପିଏଲରେ କୋଲକାତା ନାଇଟ ରାଇଡର୍ସକୁ ଲାଗିଛି ଏକ ବଡ଼ ଝଟକା । ଦଳର ଷ୍ଟାର ବୋଲର ପ୍ୟାଟ୍ କମିନ୍ସ ଟୁର୍ଣ୍ଣାମେଣ୍ଟରୁ ବାଦ୍ ପଡ଼ିଛନ୍ତି । ଆଘାତ କାରଣରୁ ଆଇପିଏଲରୁ ବାଦ୍ ପଡ଼ିଛନ୍ତି । ଏନେଇ ଅଷ୍ଟ୍ରେଲିଆ କ୍ରିକେଟ ବୋର୍ଡ ପକ୍ଷରୁ ସୂଚନା ମିଳିଛି । କମିନ୍ସ ଆଇପିଏଲରୁ ବାଦ୍ ପଡ଼ିବା ପରେ ଖୁବ୍ ଶୀଘ୍ର ସ୍ୱଦେଶ ପ୍ରତ୍ୟାବର୍ତ୍ତନ କରିବେ । ଅଷ୍ଟ୍ରେଲିଆ କ୍ରିକେଟ ବୋର୍ଡର ଓ୍ୱେବସାଇଟ ଅନୁସାରେ ପ୍ୟାଟଙ୍କୁ ଆଘାତ ଲାଗିଛି । ତେଣୁ ସେ ବିଶ୍ରାମ ନେବାକୁ ସ୍ଥିର କରିଛନ୍ତି । ଆଗାମୀ ଶ୍ରୀଲଙ୍କା ଗସ୍ତ ପୂର୍ବରୁ ସେ ସୁସ୍ଥ ହୋଇଯିବେ ବୋଲି ଜଣାପଡ଼ିଛି ।

ପ୍ୟାଟ କମିନ୍ସ ଚଳିତ ସିଜିନରେ କୋଲକାତା ନାଇଟ ରାଇଡର୍ସ ପାଇଁ ୪ଟି ମ୍ୟାଚ ଖେଳିଛନ୍ତି । ସେ ୪ଟି ମ୍ୟାଚ ଖେଳି ୭ ଓ୍ୱିକେଟ ଅକ୍ତିଆର କରିଥିବାବେଳେ ଏକ ଅର୍ଦ୍ଧଶତକ ମଧ୍ୟ ହାସଲ କରିଛନ୍ତି । ଅଷ୍ଟ୍ରେଲିଆ ମେ’ ଶେଷ ସପ୍ତାହରେ ଶ୍ରୀଲଙ୍କା ଗସ୍ତ କରିବ । ସେଠାରେ ଅଷ୍ଟ୍ରେଲିଆ ୩ଟି ଟି-୨୦, ୫ ଦିନିକିଆ ଓ ୨ଟି ଟେଷ୍ଟ ମ୍ୟାଚ ଖେଳିବ । ଜୁନ୍ ୭ରୁ ଏହି ସିରିଜ୍ ଆରମ୍ଭ ହେବ । ତେବେ ପ୍ୟାଟ୍ କମିନ୍ସ ଶ୍ରୀଲଙ୍କା ବିପକ୍ଷରେ ଟି-୨୦ ସିରିଜ୍ ଖେଳିବେ ନାହିଁ ।

Exit mobile version