ମେ’ ୨୭ରେ କେରଳ ଛୁଇଁବ ମୌସୁମୀ

ଭୁବନେଶ୍ୱର (ଦ କୁଇଭର): ଭୀଷଣ ତାତିରୁ ମିଳିବ ଆଶ୍ୱସ୍ତି । ଚଳିତ ବର୍ଷ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଶ୍ରୀଘ୍ର କେରଳ ଛୁଇଁବ ଏ ନେଇ ଆକଳନ କରାଯାଇଛି । ଯାହାକି ସ୍ୱାଭିବିକ ତାରିଖଠାରୁ ପୂର୍ବରୁ ଛୁଇଁବା ନେଇ ଆଞ୍ଚଳିକ ପାଣିପାଗ ବିଭାଗ କହିଛି ।

ସୂଚନାନୁସାରେ ଆସନ୍ତା ୨୭ ତାରିଖରେ ମୌସୁମୀ କେରଳ ଛୁଇଁବ । ପୂର୍ବବର୍ଷ ଗୁଡ଼ିକ ତୁଳନାରେ ଚଳିତ ବର୍ଷ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଶୀଘ୍ର କେରଳ ଛୁଇଁବ। ଆସନ୍ତା ୨୭ ତାରିଖରେ ମୌସୁମୀ କେରଳ ଛୁଇଁବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ଅବଶ୍ୟ ଓଡ଼ିଶାରେ ମୌସୁମୀ କେବେ ଛୁଇଁବ, ସେକଥା କୁହାଯାଇନି। ହେଲେ ସାଧାରଣତଃ କେରଳ ଛୁଇଁବାର ୧୦ ଦିନ ଭିତରେ ମୌସୁମୀ ଓଡ଼ିଶାରେ ପ୍ରବେଶ କରିଥାଏ। ତେଣୁ ଓଡ଼ିଶାରେ ମୌସୁମୀ ଜୁନ୍ ପ୍ରଥମ ସପ୍ତାହରେ ପ୍ରବେଶ କରିବାର ଯଥେଷ୍ଟ ସମ୍ଭାବନାରହିଛି।

ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ଟ୍ୱିଟ କରିଛି ଯେ ଚଳିତ ବର୍ଷ ମେ’ ୨୭ରେ ରେ ଦକ୍ଷିଣ ପଶ୍ଚିମ ମୌସୁମୀ କେରଳ ଛୁଇଁବାର ସମ୍ଭାବନା ରହିଛି। ଚଳିତ ବର୍ଷ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ମେ’ ୧୫ ତାରିଖରେ ଆଣ୍ଡାମାନ ନିକୋବର ଛୁଇଁବାର ଯଥେଷ୍ଟ ସମ୍ଭାବନା ରହିଛି। ଏଥିପାଇଁ ପାଗ ସଂପୂର୍ଣ୍ଣ ଅନୁକୂଳ ରହିଥିବା ଭାରତୀୟ ପାଣିପାଗ ବିଭାଗ ପୂର୍ବରୁ ପୂର୍ବାନୁମାନ କରାଯାଇଛି ଜ୍ଝ

Leave a Reply

Your email address will not be published. Required fields are marked *