Site icon ଦ କୁଇଭର୍ – ପରିବର୍ତ୍ତନର କମ୍ପନ!

ଚେନ୍ନାଇକୁ ୫ ୱିକେଟରେ ହରାଇଲା ମୁମ୍ବାଇ

ମୁମ୍ବାଇ (ଦ କୁଇଭର): ଚଳିତ ଆଇପିଏଲ୍‌ର ୫୯ତମ ଲିଗ୍‌ ମୁକାବିଲାରେ ଆଜି ମୁହାଁମୁହିଁ ହୋଇଥିବା ମୁମ୍ବାଇ-ଚେନ୍ନାଇ ମଧ୍ୟରେ ଅତି ନୈରାଶ୍ୟଜନକ ମ୍ୟାଚ୍ ଦେଖିବାକୁ ମିଳିଛି। ଆଇପିଏଲ୍‌ରେ ନିଜର ପ୍ରଭାବ ବିସ୍ତାର କରିଥିବା ଦୁଇ ଟିମ୍‌ ଆଜି ଅତି ଖରାପ ପ୍ରଦର୍ଶନ କରିଥିବାର ଦେଖିବାକୁ ମିଳିଥିଲା। ରୋହିତ ଶର୍ମାଙ୍କ ନେତୃତାଧୀନ ମୁମ୍ବାଇ, ପୂର୍ବରୁ ବାଦ ପଡିସାରିଥିବାବେଳେ ଗୁରୁବାର ସନ୍ଧ୍ୟାରେ ପରାଜୟ ପରେ ଭେଟେରାନ ମହେନ୍ଦ୍ର ସିଂହ ଧୋନିଙ୍କ ନେତୃତାଧୀନ ଟିମର ପ୍ଲେ-ଅଫ ଆଶା ମଉଳି ଯାଇଛି ।

ଗତକାଲି ଖେଳାଯାଇଥିବା ମ୍ୟାଚରେ ଟସ୍‌ ଜିତି ଫିଲ୍ଡିଂ ନିଷ୍ପତ୍ତି ନେଇଥିଲା ମୁମ୍ବାଇ । ପ୍ରଥମେ ବ୍ୟାଟିଂ କରି ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା ଚେନ୍ନାଇ । ୧ ରନ୍ କରି ଥିବାବେଳେ ଡେଭନ କନୱେ ଡାନିଏଲ ସାମ୍ସଙ୍କ ଶିକାର ହୋଇଥିଲେ । କନୱେଙ୍କ ପରେ ପରେ ମୋଇନ ଅଲ୍ଲି, ରବିନ ଉଥାପ୍ପା ଋତୁରାଜ ଗାଏକ୍ବାଡ ପାଭିଲିୟନ ଫେରିଥିଲେ । ଫଳରେ ପାୱାର-ପ୍ଲେରେ ୫ ୱିକେଟ ହରାଇ ଅଲୋଡା ରେକର୍ଡ କରିଥିଲା ଟିମ୍ । ଏହାପରେ ଅମ୍ବାତି ରାୟୁଡୁଙ୍କ ସାଥ୍ ଦେବାକୁ ମୈଦାନକୁ ଆସିଥିଲେ କ୍ୟାପଟେନ୍‌ ମହେନ୍ଦ୍ର ସିଂ ଧୋନି । ଧୋନି ଗୋଟିଏ ପାଖ ସମ୍ଭାଳିଥିଲେ ସୁଦ୍ଧା ଅନ୍ୟ କୌଣସି ଖେଳାଳି ପଡିଆରେ ବେଶୀ ସମୟ ତିଷ୍ଠିପାରି ନଥିଲେ । ଫଳରେ ଦଳ ମାତ୍ର ୧୬ ଓଭର ଖେଳି ୯୭ ରନ ସକ୍ଷମ ହୋଇଥିଲା । ଶେଷ ପର୍ଯ୍ୟନ୍ତ ଅପରାଜୟ ରହି ଧୋନି ୩୩ ବଲରେ ୩୬ ରନ ସଂଗ୍ରହ କରିଥିଲେ । ଅନ୍ୟପଟେ ମୁମ୍ବାଇ ପକ୍ଷରୁ ଡାନିଏଲ ସାମ୍ସ ୩ଟି, ରିଲେ ମେରଡିଥ ଓ କୁମାର କାର୍ତ୍ତିକେୟ ୨ଟି ଲେଖାଏଁ ଓ୍ବିକେଟ ନେଇଥିଲେ ।

୯୮ ରନର ବିଜୟ ଲକ୍ଷ୍ୟ ନେଇ ଇଂନିସ ଆରମ୍ଭ କରିଥିଲା ମୁମ୍ବାଇ ଇଣ୍ଡିଆନ୍ସ । ମୁମ୍ବାଇ ପାଇଁ ମଧ୍ୟ କଷ୍ଟକର ହୋଇଯାଇଥିଲା । ମୁକେଶ ଚୌଧୁରୀ ଓ ସିମରଜିତ ସିଂହଙ୍କ ମୁକାବିଲା କରି ନପାରି ମୁମ୍ବାଇ ଇଣ୍ଡିଆନ୍ସ ୩୩ ରନରେ ୪ଟି ୱିକେଟ ହରାଇଥିଲେ । ଇଶାନ କିଶନ ୬, ରୋହିତ ଶର୍ମା ୧୮, ଡାନିଏଲ ସାମ୍ସ ୧ ଓ ଟ୍ରିଷ୍ଟାନ ଷ୍ଟବ୍ସ ବିନା ରନରେ ପାଭିଲିୟନ ଫେରିଥିଲେ । ତିଲକ ବର୍ମାଙ୍କ ସହ ହ୍ରିତିକ ସୋନିକ ବ୍ୟାଟିଂ କରି ୪୮ ରନ ଭାଗିଦାରୀ କରିଥିଲେ । ଯାହାଫଳରେ ଏହି ମ୍ୟାଚକୁ ଜିତିବାରେ ସଫଳ ହୋଇଥିଲା ମୁମ୍ବାଇ ।

Exit mobile version