ଆଜିଠୁ ଉଦୟପୁରରେ କଂଗ୍ରେସର ଚିନ୍ତନ ଶିବିର ଆରମ୍ଭ

ଜୟପୁର (ଦ କୁଇଭର): ଆଜିଠୁ ରାଜସ୍ଥାନର ଉଦୟପୁରରେ ଜାତୀୟ କଂଗ୍ରେସର ଚିନ୍ତନ ଶିବିର ଆରମ୍ଭ ହେଉଛି । ଏ ନେଇ ଉଦୟପୁରରେ ପହଞ୍ଚିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ । ଟ୍ରେନରେ ଯାତ୍ରା କରି ଶିବର ପାଇଁ ଉଦୟପୁର ପହଞ୍ଚିଛନ୍ତି ରାହୁଲ । କଂଗ୍ରେସର ଏହି ଚିନ୍ତନ ଶିବିର ପାଇଁ ଉଦୟପୁରରେ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ରାହୁଲଙ୍କ ସହ କଂଗ୍ରେସର ପାଖାପାଖି ୭୪ ଜଣ ବରିଷ୍ଠ ନେତା ଉପସ୍ଥିତ ଅଛନ୍ତି । ଏହି ଚିନ୍ତନ ଶିବିରରେ କଂଗ୍ରେସ ଗୋଟିଏ ପରିବାର ଗୋଟିଏ ଟିକେଟ, ଜଣେ ବ୍ୟକ୍ତି ଗୋଟିଏ ପଦ, ପଛୁଆ, ଦୁର୍ବଳ ବର୍ଗଙ୍କୁ ପ୍ରତିନିଧତ୍ବ ଭଳି ବଡ ନିଷ୍ପତ୍ତି ନିଆଯାଇପାରେ ।

୨୦୨୪ ଲୋକସଭା ନିର୍ବାଚନକୁ ନେଇ ଦଳ କିଛି ନିଷ୍ପତ୍ତି ନେଇପାରେ । ୧୯ ବର୍ଷ ପରେ ଏହି ଚିନ୍ତନ ଶିବିରର ଆୟୋଜନ କରାଯାଇଛି । ଭାରତର ସର୍ବପୁରାତନ ଦଳ କଂଗ୍ରେସ କିଛି ବର୍ଷ ହେବ ପଛୁଆ ପଡିଯାଇଛି । ସତ୍ତା ହରାଇବା ସହ ନେତୃତ୍ବ ସଙ୍କଟ ମଧ୍ୟରେ ସଂଘର୍ଷ କରୁଛି କଂଗ୍ରେସ । ଫଳରେ ପୁଣି ଥରେ ଅଣ୍ଟା ସଳଖିବା ପାଇଁ ମନ୍ଥନ ଆରମ୍ଭ କରିଛି । ଏହି ଚିନ୍ତନ ଶିବିର ମେ 15 ପର୍ଯ୍ୟନ୍ତ ଚାଲିବ । ତେବେ ଏହି ଚିନ୍ତନ ଶିବିର କଂଗ୍ରେସ ପାଇଁ କେତେ ମାତ୍ରାରେ ସଞ୍ଜିବନୀ ହେଉଛି ତାହା ଉପରେ ସମସ୍ତଙ୍କ ନଜର ରହିଛି ।

Leave a Reply

Your email address will not be published. Required fields are marked *