ଶ୍ରୀମନ୍ଦିର କରିଡର ପ୍ରକଳ୍ପ କାର୍ୟ୍ୟ ସ୍ଥଗିତ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି

ପୁରୀ (ଦ କୁଇଭର): ଶ୍ରୀମନ୍ଦିର କରିଡର ପ୍ରକଳ୍ପ କାର୍ୟ୍ୟ ସ୍ଥଗିତ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଚାଲିଥିବା ପ୍ରକଳ୍ପ କାର୍ଯ୍ୟକୁ ସ୍ଥଗିତ ରଖିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲା ଇନଟାକ୍ । ଇନଟାକର ସୂଚନା ଅନୁଯାୟୀ ବର୍ତ୍ତମାନ ମାମଲା କୋର୍ଟରେ ବିଚାରାଧୀନ ରହିଛି । ତେଣୁ ଏହି କାର୍ୟ୍ୟକୁ ସରକାର ବନ୍ଦ କରନ୍ତୁ ବୋଲି କୁହାଯାଇଛି । ଏଥି ସହିତ ଏହି ଘଟଣାକୁ ନେଇ ଭକ୍ତଙ୍କ ମଧ୍ୟରେ ଉଦବେଗ ରହିଛି ବୋଲି ଚିଠିରେ ଦର୍ଶାଯାଇଛି । ତାହାଛଡ଼ା ରାୟ ଆସିବା ଯାଏ କାର୍ୟ୍ୟ ବନ୍ଦ କରାଗଲେ ପ୍ରକଳ୍ପ ପାଇଁ କିଛି ଅସୁବିଧା ନାହିଁ ବୋଲି କୁହାଯାଇଛି । ରାୟ ଆସିବା ପର୍ୟ୍ୟନ୍ତ ନିର୍ମାଣ ସ୍ଥଗିତ ରହୁ ବୋଲି ଦାବି କରାଯାଇଛି ।

ଶ୍ରୀମନ୍ଦିର କରିଡର ପ୍ରକଳ୍ପରେ ହେଉଥିବା ବେଆଇନ କାମକୁ ନେଇ ତୁହାକୁ ତୁହା ବଦଳୁଛି ସ୍ଥିତି । କେତେବେଳେ ମାମଲା ସୁପ୍ରିମକୋର୍ଟକୁ ଯିବା ପ୍ରସଙ୍ଗ ଉଠୁଛି ତ, ଆଉ କେତେବେଳେ ନିଷିଦ୍ଧାଞ୍ଚଳ ବାହାରକୁ ନିର୍ମାଣ ସ୍ଥାନାନ୍ତର ହେବ ବୋଲି ଆଲୋଚନା ହେଉଛି । ପଣିପାଗ ପ୍ରତି ମୂହୂର୍ତ୍ତରେ ବଦଳୁଥିବା ବେଳେ ଐତିହ୍ୟ କରିଡରର ଅଞ୍ଚଳ ବଢିବା ନେଇ ସ୍ପଷ୍ଟ ହେବାରେ ଲାଗିଛି । ଏଭଳି ପ୍ରସଙ୍ଗ ଭିତରେ ଚାଲିଥିବା ବେଆଇନ ନିର୍ମାଣର ଭବିଷ୍ୟତ କ’ଣ ହେବ ତାହା ଏବେ ପ୍ରଶ୍ନ ଘେରରେ ରହିଛି ।

Leave a Reply

Your email address will not be published. Required fields are marked *