ବ୍ରଜରାଜନଗରରେ ବିଜେଡିକୁ ଜିତାଇବ କଂଗ୍ରେସ

ବ୍ରଜରାଜନଗର (ଦ କୁଇଭର): ବ୍ରଜରାଜନଗରରେ ବି ବାଜିମାତ୍ କରିବ ବିଜେଡି । ସବୁ ଉପନିର୍ବାଚନ ଭଳି ବ୍ରଜରାଜନଗର ଉପନିର୍ବାଚନରେ ବିଜୟର ଟିକା ପିନ୍ଧିବ ବିଜୁ ଜନତା ଦଳ । ଏକଥା ଆମେ ଏଥିପାଇଁ କହୁଛୁ । କାରଣ ବ୍ରଜରାଜନଗରରେ କଂଗ୍ରେସ ବିଜେପିକୁ କାଉଣ୍ଟର କରିବ ଏବଂ ବିଜେପି ପାଖରେ ନିଜସ୍ୱ କୌଣସି ମୁଦ୍ଦା ନାହିଁ । କାରଣ ପୂର୍ବରୁ ବିଜେପି-ବିଜେଡି ଭିତରେ ହାତ ମିଳାଇଥିବାର ଅନେକ ଉଦାହରଣ ଦେଖିବାକୁ ମିଳିଛି । ତେଣୁ ବିଜେଡିକୁ ର୍ନିଦ୍ୱନ୍ଦରେ ବିଜୟୀ କରିବାକୁ ଇଏ ହେଉଛି କଂଗ୍ରେସ ଓ ବିଜେପିର ଯୋଜନା ।

ବ୍ରଜରାଜନଗର ଉପନିର୍ବାଚନ ମୈଦାନରେ ୩ ପ୍ରାର୍ଥୀ ସେମାନଙ୍କର ଜୋରଦାର ପ୍ରଚାର ଆରମ୍ କରିଦେଇଛନ୍ତି । ସବୁ ଦଳ ମଧ୍ୟ ସେମାନଙ୍କ ଷ୍ଟାର ପ୍ରଚାରକମାନଙ୍କୁ ନେଇ ପ୍ରଚାର କରିବାକୁ ଅଣ୍ଟା ଭିଡିଲେଣି । କଂଗ୍ରେସର ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକାରେ ଛତିଶଗଡ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ, କହ୍ନେୟା କୁମାର ଓ ଜିଗ୍ନେଶ ମେୱାନୀଙ୍କ ସହ ଅନେକ କରିଷ୍ଠ ନେତା ସାମିଲ ଅଛନ୍ତି । କଂଗ୍ରେସର ଷ୍ଟାର ପ୍ରଚାରକମାନେ ବ୍ରଜରାଜନଗରରେ ବିଜେପିକୁ ଟାର୍ଗେଟ କରିବେ । ଜାତୀୟ ସ୍ତରରେ ଦେଖିଲେ କଂଗ୍ରେସର ଏହି ନେତାମାନେ ସବୁବେଳେ ବିଜେପିକୁ କାଉଣ୍ଟର କରୁଛନ୍ତି । ଏହାବ୍ୟତୀତ ବିଜେଡି ଭଳି ଏକ ଆଂଚଳିକ ଦଳକୁ ଜାତୀୟ ସ୍ତରର ନେତାମାନେ କାଉଣ୍ଟର କରନ୍ତି ନାହିଁ । ତେଣୁ ଜାତୀୟ ହେଉ ବା ରାଜ୍ୟ ସୁବବେଳେ ବିଜେଡି ସପକ୍ଷରେ ଚାଲିଛି କଂଗ୍ରେସ ।

ସେପଟେ ବିଜେପି ମଧ୍ୟ ବିଜେଡିର ପ୍ରତି କଥାରେ ହଁ ମାରୁଥିବାରୁ ଜାଣିଶୁଣି ବ୍ରଜରାଜନଗର ଆସନ ବିଜେଡି ହାତକୁ ଟେକିଦେଇଥିବା ସୂଚନା ମିଳୁଛି । ତେଣୁ ବିଜେଡିକୁ ସେଠାରେ ଜିତିବାପାଇଁ ବିଜେପି ଓ କଂଗ୍ରେସ ପରୋକ୍ଷରେ ସହଯୋଗ କରୁଥିବା ଜଣାପଡୁଛି । ବିଜେପି ଓ କଂଗ୍ରେସ ମଧ୍ୟରେ ଲାଗିଥିବା ଲଢେଇ ମଧ୍ୟରେ ବିଜେଡି ବାଜି ମାରିବାକୁ ଲକ୍ଷ ରଖିଛି । ଓଡ଼ିଶାରେ ଉପନିର୍ବାଚନର ଇତିହାସ ଉପରେ ଯଦି ନଜର ପକାଇବା, ତେବେ ସବୁ ଉପନିର୍ବାଚନରେ ବିଜେଡି ବାଜିମାତ୍ କରିଛି । ସେହିକ୍ରମରେ ବ୍ରଜରାଜନଗର ଆସନ ମଧ୍ୟ ବିଜେଡି ହାତକୁ ଯିବ ବୋଲି ଜଣାପଡ଼ିଛି । କାରଣ ବିଜେଡିକୁ ନିଦ୍ୱନ୍ଦରେ ଜିତାଇବା ପାଇଁ କଂଗ୍ରେସ ଓ ବିଜେପି ପ୍ଲାନ୍ କରୁଛି । ଉପରେ ଉପରେ ନିର୍ବାଚନ ଲଢୁଥିଲେ ମଧ୍ୟ ଭିତରେ ଭିତରେ ବିଜେଡି ସହ ଚୁକ୍ତି କରିଛନ୍ତି । ବର୍ତ୍ତମାନ କେବଳ ନିର୍ବାଚନକୁ ଅପେକ୍ଷା ।

Leave a Reply

Your email address will not be published. Required fields are marked *