ୟୁଏଇର ନୂତନ ରାଷ୍ଟ୍ରପତି: ଶେଖ ମହମ୍ମଦ ବିନ୍ ଜାଏଦ ଅଲ ନାହିୟାନ

(ଦ କୁଇଭର ବ୍ୟୁରୋ): ଶେଖ ମହମ୍ମଦ ବିନ୍ ଜାୟଦ ଅଲ ନାହୟାନ ହେଲେ ୟୁଏଇର ରାଷ୍ଟ୍ରପତି । ୟୁଏଇର ରାଷ୍ଟ୍ରପତିଙ୍କ ଦେହାନ୍ତ ପରେ ନୂତନ ରାଷ୍ଟ୍ରପତି ଘୋଷଣା କରାଯାଇଛି । ଏବେ ଶେଖ ମହମ୍ମଦ ବିନ୍ ଜାୟଦ ଅଲ ନାହୟାନ ୟୁଏଇର ପରବର୍ତ୍ତି ରାଷ୍ଟ୍ରପତି ହେବେ । ତାଙ୍କୁ ୬୧ ବର୍ଷ ବୟସ ହୋଇଛି ଏବଂ ସେ ଦେଶର ତୃତୀୟ ରାଷ୍ଟ୍ରପତି ହେବାକୁ ଯାଉଛନ୍ତି ।

ଶନିବାର ଦିନ ସୂଚନା ପ୍ରଦାନ କରି ଏମିରେଟ୍ସ ନ୍ୟୁଜ୍ ଏଜେନ୍ସି କହିଛି ଯେ ଶେଖ ଖଲିଫିଙ୍କ ମୃତ୍ୟୁ ପରେ ୟୁଏଇର ଫେଡେରାଲ ସୁପ୍ରିମକୋର୍ଟ ଆବୁଧାବିର କ୍ରାଉନ୍ ପ୍ରିନ୍ସ ଶେଖ ମହମ୍ମଦ ବିନ୍ ଜାୟଦ ଅଲ ନାହୟାନଙ୍କୁ ଦେଶର ନୂତନ ରାଷ୍ଟ୍ରପତି ଭାବରେ ମନୋନୀତ କରିଛନ୍ତି। ଏହି ପରିପ୍ରେକ୍ଷୀରେ ଶେଖ ମହମ୍ମଦଙ୍କ ଅଧ୍ୟକ୍ଷତାରେ ଆବୁଧାବିର ଅଲ ମୁଶ୍ରିଫ ପ୍ୟାଲେସରେ ପରିଷଦ ଶନିବାର ଏକ ବୈଠକ କରିଥିଲା ଏବଂ ଏଥିରେ ସେ ପରବର୍ତ୍ତୀ ରାଷ୍ଟ୍ରପତି ଭାବରେ ନିର୍ବାଚିତ ହୋଇଥିଲେ ।

ମେ ୧୩ ତାରିଖରେ ୟୁଏଇର ରାଷ୍ଟ୍ରପତି ଏବଂ ଆବୁ ଧାବିର ଶାସକ ହିଜ ହାଇନେସ ଶେଖ ଖଲିଫା ବିନ ଜୟାଦ ଅଲ ନାହୟାନଙ୍କ ଦେହାନ୍ତ ହୋଇଥିଲା । ୟୁଏଇର ରାଷ୍ଟ୍ରପତି ମାମଲାର ମନ୍ତ୍ରଣାଳୟ ଦୁଃଖ ପ୍ରକାଶ କରିବା ସହ ୪୦ ଦିନର ରାଷ୍ଟ୍ରୀୟ ଶୋକ ଘୋଷଣା କରିଥିଲେ। ଏହା ସହିତ ସମସ୍ତ ସରକାରୀ ଏବଂ ବେସରକାରୀ କାର୍ୟ୍ୟାଳୟ ତିନି ଦିନ ପାଇଁ ବନ୍ଦ ରହିବ ବୋଲି ଘୋଷଣା କରାଯାଇଛି । ଅନ୍ୟପଟେ ଆଜି ଦିଗଙ୍ଗତ ନେତାଙ୍କ ଉଦ୍ଦେଶ୍ୟରେ ଭାରତରେ ଦିନିକିଆ ରାଜକୀୟ ଶୋକ ପାଳନ କରାଯାଉଛି। ନିର୍ଦ୍ଦେଶ ଅନୁସାରେ, ସମସ୍ତ ସରକାରୀ ବିଲ୍ଡିଂରେ ରାଷ୍ଟ୍ରୀୟ ପତାକାକୁ ଅର୍ଧନମ୍ମିତ କରାଯାଇଛି ଏହାସହ ସରକାରୀ ସ୍ତରରେ କୌଣସି ମନୋରଞ୍ଜନ କାର୍ୟ୍ୟକ୍ରମର ଆୟୋଜନା କରାଯିବ ନାହିଁ।

Leave a Reply

Your email address will not be published. Required fields are marked *