Site icon ଦ କୁଇଭର୍ – ପରିବର୍ତ୍ତନର କମ୍ପନ!

ହିମାଳୟ ପାଣି ପିଅନ୍ତି ଅମିତ ଶାହ

ନୂଆଦିଲ୍ଲୀ (ଦ କୁଇଭର): ହିମାଳୟ ପାଣି ପିଅନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ଆଉ ଅମିତ୍ ଶାହା ପିଉଥିବା ପାଣି ବୋତଲର ଦାମ୍ ହେଉଛି ୮୫୦ ଟଙ୍କା । କଥାଟି ଶୁଣି ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ । କହୁ କହୁ ଏପରି କହିଦେଇଛନ୍ତି ଗୋଆ ଯୋଗାଣ ମନ୍ତ୍ରୀ । ଗୋଆ ପୋଣ୍ଡାରେ କୃଷି ଲାଗି ପ୍ରଶାସନିକ ଭବନର ଉଦଘାଟନ କାର୍ଯ୍ୟକ୍ରମରେ ଯୋଗାଣ ଓ କୃଷି ମନ୍ତ୍ରୀ ରବି ନାୟକ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ପିଉଥିବା ପାଣି ବୋତଲର ମୂଲ୍ୟ ୮୫୦ ଟଙ୍କା ବୋଲି କହିଛନ୍ତି । ଗତ ଗୋଆ ଗସ୍ତ କାଳରେ ସେ ପିଇବା ପାଇଁ ଯେଉଁ ପାଣି ମଗିଥିଲେ, ତାହା ପଣାଜୀ ଠାରୁ ୧୫ କିମି ଦୂର ମାପୁଷାରୁ ମଗାଇ ଅଣାଯାଇଥିଲା ।

ଏବେବି ସ୍ୱଚ୍ଛ ପାନୀୟ ଜଳ ସାତସପନ । ମୁନ୍ଦାଏ ସ୍ୱଚ୍ଛ ପିଇବା ପାଣି ପାଇଁ ଲୋକେ ଡହଳବିକଳ ହେଉଛନ୍ତି, ମାଇଲ ମାଇଲ ବାଟ ଯିବାକୁ ପଡୁଛି । ସେଭଳି ପରିସ୍ଥିତିରେ ଗୃହମନ୍ତ୍ରୀଙ୍କ ଏହି ମହଙ୍ଗା ପାଣି ବୋତଲକୁ ନେଇ ଅସନ୍ତୋଷ ବଢିବାରେ ଲାଗିଛି । କେନ୍ଦ୍ର ଗୃହମନ୍ତ୍ରୀ ଅମିତକ ଶାହ । ଦେଶର ଏକ ଉଚ୍ଛ ପଦବୀର ଅଧିକାରୀ । ତାଙ୍କର ଖାଦ୍ୟ ପାନୀୟ ନିହାତି ଉଚ୍ଚକୋଟୀର । ଉଚ୍ଚକୋଟୀର ହେବା ବି ସ୍ୱଭାବିକ । ଏଠାରେ ସେ କାହିଁକି ଏତେ ମହଙ୍ଗା ପାଣି ବୋତଲର ପାଣି ପିଉଛନ୍ତି, ସେଥିରେ ଆମର କୌଣସି ଆପତ୍ତି ନାହିଁ । କାରଣ ସେ ଦେଶର ଗୃହମନ୍ତ୍ରୀ । ତାଙ୍କ ଉତ୍ତମ ସ୍ୱାସ୍ଥ୍ୟ ଦେଶପାଇଁ ନିହାତି ଆବଶ୍ୟକ । କିନ୍ତୁ ଦେଶରେ ଉପୁଜିଥିବା ଜଳ ସଙ୍କଟକୁ ମଧ୍ୟ ସମାଧାନ କରିବା ନିହାତି ଆବଶ୍ୟକ ।

ଅବଶ୍ୟ କେନ୍ଦ୍ରରେ ମୋଦୀ ସରକାର ଆସିବା ପରେ ପ୍ରତି ଘରେ ପାଇପ୍ ପାଣି ସଂଯୋଗ ପହଞ୍ଚାଇବାରେ ସଫଳ ହୋଇଛନ୍ତି । କିନ୍ତୁ ଏବେ ବି ଏମିତି ଅନେକ ସ୍ଥାନ ଅଛି ଯେଉଁଠି ପାଣି ପାଇପ୍ ତ ପହଞ୍ଚିବା ଦୂରର କଥା ମୁନ୍ଦାଏ ସ୍ୱଚ୍ଛ ପାଣି ପାଇଁ ପ୍ରତିଦିନ ସଂଘର୍ଷ କରୁଛନ୍ତି ଲୋକେ । ଏପରିକି ପିଇବା ପାଣି ପାଇଁ ଚୁଆ ପାଣି ଉପରେ ନିର୍ଭର କରିବାକୁ ପଡ଼ୁଛି । ଯାହାଦ୍ୱାରା ଅନେକ ଅଜଣା ରୋଗର ଶିକାର ହୋଇ ଅକାଳ ମୃତ୍ୟୁକୁ ନିମନ୍ତ୍ରଣ କରିବାକୁ ବାଧ୍ୟ ହେଉଛନ୍ତି । ଏଭଳି ସ୍ଥିତିରେ କେନ୍ଦ୍ର ଗୃହମନ୍ତ୍ରୀ ଏ ବିଷୟ ଉପରେ ଧ୍ୟାନ ଦେବାକୁ ସାଧାରରଣରେ ଦାବି ହେଉଛି ।

ଏମିତିରେ ଦେଶର ଲଗଜୁରୀ ହୋଟେଲ ମାନଙ୍କରେ ପାଣି ବୋତଲମାନଙ୍କର ମୂଲ୍ୟ ଦେଢ ଶହରୁ ୨ଶହ ଟଙ୍କା ପଡ଼ିଯାଉଛି । କିନ୍ତୁ କେନ୍ଦ୍ର ଗୃହମନ୍ତ୍ରୀ ଯେଉଁ ହିମାଳୟ ପାଣି ପିଉଛନ୍ତି, ତାହା ବେଶ୍ ମହଙ୍ଗା ବୋଲି ରବି ନାୟକଙ୍କ ବୟାନରୁ ଜଣାପଡ଼ୁଛି । ଯଦିଓ ଏକଥା ସେ ଖୋଲାଖୋଲିଭାବେ କହିନାହାନ୍ତି, ଅଧିକାରୀଙ୍କ ସହ ଆଲୋଚନା ପ୍ରସଙ୍ଗରେ ଏକଥା କହିଥିବା ଜଣାପଡ଼ିଛି । ଏଠାରେ ଆମେ କହିବାକୁ ଚାହୁଁଛୁ, ହିମାଳୟ ପାଣି ପିଇବାରେ କୌଣସି ଆପତ୍ତି ନାହିଁ, କିନ୍ତୁ ଲୋକମାନେ କିଭଳି ମୁନ୍ଦାଏ ସ୍ୱଚ୍ଛପାଣି ପାଇପାରିବେ, ସେ ନେଇ ବ୍ୟବସ୍ଥା ମଧ୍ୟ କରିବା ଦରକାର ।

Exit mobile version