ଜାଣନ୍ତୁ କାହିଁକି ସ୍ଥଗିତ ରହିଲା ଆଇଆଇଏଫଏ ଆୱାର୍ଡ ?

ଦୁବାଇ (ଦ କୁଇଭର): ୨୨ତମ ଅନ୍ତରାଷ୍ଟ୍ରୀୟ ଭାରତୀୟ ଚଳଚ୍ଚିତ୍ର ଏକାଡେମୀ (ଆଇଆଇଏଫଏ) ସମ୍ମାନ ପ୍ରଦାନ ସମାରୋହକୁ ସ୍ଥଗିତ କରାଯାଇଛି । ୟୁଏଇ ପୂର୍ବତନ ରାଷ୍ଟ୍ରପତି ଶେଖ ଖଲିଫା ବିନ୍‌ ଜାଏଦ ନାହାୟାନଙ୍କର ଦେହାନ୍ତ ହୋଇଥିବାରୁ ଏପରି ନିଷ୍ପତ୍ତି ନିଆ ଯାଇଛି । ଏହି ସମାରୋହର ଆୟୋଜନ ୟୁଏଇରେ ହୋଇଥାଆନ୍ତା । ଏହା ପୂର୍ବରୁ ମାର୍ଚ୍ଚ ମାସରେ ଆଇଆଇଏଫଏ ସମ୍ମାନ ପ୍ରଦାନ ସମାରୋହ ହୋଇଥାଆନ୍ତା କିନ୍ତୁ ସେତେବେଳେ କରୋନା ମହାମାରୀ ପାଇଁ ସତର୍କତା ଦୃଷ୍ଟିରୁ ଏହାର ଆୟୋଜନକୁ ଘୁଞ୍ଚା ଯାଇଥିଲା।

ଏହି ସମ୍ମାନ ପ୍ରଦାନ ସମାରୋହ ଚଳିତ ମେ ୨୦,୨୧ତାରିଖ ହେବାର ଥିଲା। କିନ୍ତୁ ଏବେ ଏହା ଜୁଲାଇ ୧୪, ୧୫, ୧୬ ରେ ଆବୁଧାବିରେ ଅନୁଷ୍ଠିତ ହେବ। ଆଇଆଇଏଫଏ ତରଫରୁ ୟୁଏଇ ରାଷ୍ଟ୍ରପତିଙ୍କ ମୃତ୍ୟୁରେ ଟୁଇଟ୍‌ କରି କୁହାଯାଇଛିଯେ ‘‘ସଂଯୁକ୍ତ ଆରବ ଏମିରେଟ୍‌ସର ମହାମହିମ ରାଷ୍ଟ୍ରପତି ଶେଖ୍‌ ଖଲିଫା ବିନ୍‌ ଜାଏଦ ନାହାୟାନଙ୍କ ମୃତ୍ୟୁରେ ଆମେ ଦୁଃଖିତ। ଆମେ ତାଙ୍କ ପରିବାର ଓ ୟୁଏଇର ନାଗରିକମାନଙ୍କୁ ଗଭୀର ସମବେଦନା ଜ୍ଞାପନ କରୁଛୁ। ଭଗବାନ ତାଙ୍କୁ ଶାନ୍ତି ଦିଅନ୍ତୁ”।

ବଲିଉଡ୍‌ ପାଇଁ ଆଇଆଇଏଫଏ ସମ୍ମାନ ପ୍ରଦାନ ସମାରୋହ ଏକ ବଡ଼ ଉତ୍ସବ। ଏଥିରେ ହିନ୍ଦି ଚଳଚ୍ଚିତ୍ର ଜଗତର ବର୍ଷୀୟାନ ଅଭିନେତା ଓ ଅଭିନେତ୍ରୀମାନେ ମଞ୍ଚ ପରିବେଷଣ କରନ୍ତି । ଏଥର ଏହି କାର୍ଯ୍ୟକ୍ରମରେ ସଲ୍‌ମନ୍‌ ଖାନ୍‌, ସାରା ଅଲ୍ଲୀ ଖାନ୍‌, ରମୀବୀର ସିଂହ, କାର୍ତ୍ତିକ ଆରୟଙ୍କ ସହିତ ଅନ୍ୟ ବଲିଉଡ୍‌ କଳାକାରମାନେ ପରବେଷଣ କରିବେ। କିନ୍ତୁ କାର୍ଯ୍ୟକ୍ରମରେ ଡେରି ହେଉଥିବାରୁ ସେମାନେ ତାଙ୍କ ବ୍ୟସ୍ତ ବହୁଳ କାର୍ଯ୍ୟସୂଚୀରୁ ସମୟ ବାହାର କରିବେ।

ସୂଚନା ଅନୁସାରେ, ଚଳିତ ମେ ୧୩ରେ ୟୁଏଇର ପୂର୍ବତନ ରାଷ୍ଟ୍ରପତି ଶେଖ୍‌ ଖଲିଫା ବିନ୍‌ ଜାଏଦ ନାହାୟାନଙ୍କ ୭୩ ବର୍ଷରେ ଦେହାନ୍ତ ହୋଇଛି।

Leave a Reply

Your email address will not be published. Required fields are marked *