ପାକିସ୍ତାନରେ ଦୁଇ ଶିଖ ଯୁବକଙ୍କୁ ଗୁଳି କରି ହତ୍ୟା

ପେଶାଓ୍ବର (ଦ କୁଇଭର): ପାକିସ୍ତାନରେ ଶିଖ ସମ୍ପ୍ରଦାୟର ଦୁଇ ବ୍ୟକ୍ତିଙ୍କୁ ଗୁଳି କରି ହତ୍ୟା କରାଯାଇଛି । ପେଶାଓ୍ବର ସହରରେ ଏହି ଘଟଣା ଘଟିଛି । ମୃତକ ଦୁଇ ବ୍ୟକ୍ତି ଶିଖ ସମ୍ପ୍ରଦାୟର ହୋଇଥିବାବେଳେ ଜଣେ ୪୨ ବର୍ଷୀୟ ସୁଲଜିତ ସିଂ ଓ ୩୮ ବର୍ଷୀୟ ରଣଜିତ ସିଂ ବୋଲି ସ୍ଥାନୀୟ ପୋଲିସ ପକ୍ଷରୁ ସ୍ପଷ୍ଟ କରାଯାଇଛି । ତେବେ ଅଜଣା ଆତତାୟୀ ଗୁଳି ଚଳାଇବା ପରେ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି ।

ଅଜଣା ଆତତାୟୀଙ୍କର ସ୍ଥାନୀୟ ଅଞ୍ଚଳରେ ଏକ ବ୍ୟବସାୟ ମଧ୍ୟ ରହିଥିଲା । ଘଟଣା ସମ୍ପର୍କରେ ଖବର ପାଇ ପୋଲିସ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ହସ୍ପିଟାଲକୁ ପଠାଇଛି । ଘଟଣାସ୍ଥଳରୁ ମିଳିଥିବା ପ୍ରମାଣ ଓ ସିସିଟିଭିରୁ ମିଳିଥିବା ଫୁଟେଜ ଆଧାରରେ ତଦନ୍ତ ଆରମ୍ଭ ହୋଇଛି ।

Leave a Reply

Your email address will not be published. Required fields are marked *