Site icon ଦ କୁଇଭର୍ – ପରିବର୍ତ୍ତନର କମ୍ପନ!

ଆହତ କାରଣରୁ ଆଇପିଏଲ ୨୦୨୨ରୁ ବାଦ୍ ପଡିଲେ ଆଜିଙ୍କ୍ୟ ରାହାଣେ

ମୁମ୍ବାଇ (ଦ କୁଇଭର): ଆଇପିଏଲ ୨୦୨୨ରେ କୋଲକାତା ନାଇଟ୍ ରାଇଡର୍ସକୁ ଲାଗିଛି ବଡ ଝଟକା। ପାଟ୍ କମିନ୍ସଙ୍କ ପରେ ଓପନିଂ ବ୍ୟାଟସମ୍ୟାନ ଆଜିଙ୍କ୍ୟ ରାହାଣେ ଆହାତଜନିତ ସମସ୍ୟା କାରଣରୁ ଟୁର୍ଣ୍ଣାମେଣ୍ଟରୁ ବାଦ୍ ପଡିଛନ୍ତି। ରାହାଣେଙ୍କୁ ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷ ମ୍ୟାଚରେ ହାର୍ମଷ୍ଟ୍ରିଙ୍ଗ ଆଘାତ ଲାଗିଥିଲା ଏବଂ ସେ ଫିଲ୍ଡିଂ ପାଇଁ ମଇଦାନକୁ ଓହ୍ଲାଇନଥିଲେ। କ୍ରିକବଜର ରିପୋର୍ଟ ଅନୁଯାୟୀ, ଆଜିଙ୍କ୍ୟ ରାହାଣେଙ୍କୁ ଗ୍ରେଡ୍ ୩ର ଗୁରୁତର ଆଘାତ ଲାଗିଛି।

ଏବେ ରାହାଣେ ବେଙ୍ଗାଲୁରୁ ସ୍ଥିତ ଜାତୀୟ କ୍ରିକେଟ୍ ଏକାଡେମୀରେ ଯୋଗ ଦେବେ। ଏଠାରେ ସେ ଚାରି ସପ୍ତାହ ରିହାବରେ ରହିବେ। ଆଘାତ କାରଣରୁ ରାହାଣେ ଭାରତର ଇଂଲଣ୍ଡ ଗସ୍ତରୁ ବାଦ୍ ପଡି ପାରନ୍ତି। ଭାରତୀୟ ଟେଷ୍ଟ ଦଳର ପୂର୍ବତନ ଅଧିନାୟକ ରାହାଣେ ପୂର୍ବରୁ ଭାରତୀୟ ଦଳର ଚୂଡାନ୍ତ ଏକାଦଶରୁ ନିଜର ସ୍ଥାନ ହରାଇ ସାରିଛନ୍ତି। ତାଙ୍କର ଏବଂ ଚେତେଶ୍ଵର ପୂଜାରାଙ୍କ ସ୍ଥାନରେ ହନୁମା ବିହାରୀ ଏବଂ ଶ୍ରେୟସ ଆୟରଙ୍କୁ ଦଳରେ ସ୍ଥାନ ମିଳିଥିଲା।

ପୂଜାରା ନିକଟରେ ଇଂଲଣ୍ଡରେ ଖେଳା ଯାଉଥିବା କାଉଣ୍ଟି କ୍ରିକେଟରେ ଦମଦାର ପ୍ରଦର୍ଶନ କରି ଭାରତୀୟ ଦଳକୁ ପ୍ରତ୍ୟାବର୍ତ୍ତନ ପାଇଁ ନିଜର ଦାବି ମଜବୁତ କରିଛନ୍ତି। ମାତ୍ର ରାହାଣେଙ୍କ ପ୍ରତ୍ୟାବର୍ତ୍ତନ ମୁସ୍କିଲ ଲାଗୁଛି। ଆଶା କରାଯାଉଛି ଚଳିତ ସପ୍ତାହରେ ଭାରତର ଇଂଲଣ୍ଡ ଗସ୍ତ ପାଇଁ ଦଳ ଘୋଷଣା ହୋଇପାରେ। ଭାରତ ଜୁନ ୧୬ରେ ଇଂଲଣ୍ଡ ଗସ୍ତ କରିବ।

Exit mobile version