Site icon ଦ କୁଇଭର୍ – ପରିବର୍ତ୍ତନର କମ୍ପନ!

ଉଭେଇ ଯିବେ ସୂର୍ଯ୍ୟ: ୬ ମାସ ପରେ ହେବ ସକାଳ

( କୁଇଭର ବ୍ୟୁରୋ): ଉଭେଇ ଯିବେ ଆଣ୍ଟାର୍କଟିକାରେ ସୂର୍ୟ୍ୟ। ଆଜିଠୁ ୬ ମାସ ଧରି ଲଙ୍ଗ ନାଇଟ୍ । ୬ ମାସ ପରେ ହେବ ସକାଳ। ଆଣ୍ଟାର୍କଟିକାରେ ଆରମ୍ଭ ହୋଇଯିବ ଶୀତ। କିନ୍ତୁ ଏହା ମହାକାଶଚାରୀଙ୍କ ପାଇଁ ଏକ ବିଶେଷ ସୁବିଧା ପ୍ରଦାନ କରିଥାଏ । ଏହି ସମୟରେ ଆଣ୍ଟାର୍କଟିକାରେ ସବୁଠୁ ଅଧିକ ଗବେଷଣା କରାଯାଇଥାଏ। ତେବେ ଏହି ଶୀତ ୪ ମାସ ବୈଜ୍ଞାନିକଙ୍କ ପାଇଁ ଖୁବ୍ ଗୁରୁତ୍ଵପୂର୍ଣ୍ଣ। ଆସନ୍ତା ୬ ମାସ ପର୍ୟ୍ୟନ୍ତ ୟୁରୋପିଆନ୍ ସ୍ପେସ୍ ଏଜେନ୍ସି ଏବଂ ଏହା ସହ ଜଡ଼ିତ ସଂସ୍ଥା ଗୁଡ଼ିକର ବୈଜ୍ଞାନିକମାନେ ଭିନ୍ନ ଭିନ୍ନ ପ୍ରକାରର ଗବେଷଣା କରିବେ।

ମେ ୧୨ରେ ଆଣ୍ଟାର୍କଟିକାରେ ଚଳିତ ବର୍ଷର ଶେଷ ସୂର୍ୟ୍ୟାସ୍ତ ହୋଇଛି। ଏବେ ଏଠାରେ ଆସନ୍ତା ୬ ମାସ ଅନ୍ଧାର ରହିବ। ଏହି ସମୟରେ ଆଣ୍ଟାର୍କଟିକାରୁ ନା କେହି ବାହାରକୁ ବାହାରିବେ ନା କେହି ଦେଶ ଭିତରକୁ ଆସିବେ। କୌଣସି ପ୍ରକାରର ବିମାନ ଉଡାଣ ହେବ ନାହିଁ। ଅର୍ଥାତ୍ ଏଯାବତ୍ ବୈଜ୍ଞାନିକଙ୍କ ନିକଟରେ ଯେଉଁ ଖାଦ୍ୟପେୟ ରହିଛି ତାହାକୁ ଖାଇ ୧୨ ବୈଜ୍ଞାନିକ ୬ ମାସ ଯାଏଁ ରହିବେ। ପ୍ରବଳ ଶୀତ ହେବା କାରଣରୁ ଏଠାରେ ତାପମାତ୍ରା ମାଇନସ୍ ୮୦ ଡିଗ୍ରୀ ସେଲସିଅସ୍ ପର୍ୟ୍ୟନ୍ତ ଛୁଇଁଥାଏ। ଅକ୍ସିଜେନ୍ ସମସ୍ୟା ମଧ୍ୟ ହୋଇଥାଏ।

ଏନେଇ ଇଏସଏର ମେଡିକାଲ ଡକ୍ଟର ଜୋ କହିଛନ୍ତି ଯେ, ଆସନ୍ତା ୬ ମାସ ବୈଜ୍ଞାନିକଙ୍କ ପାଇଁ ଖୁବ୍ ଗୁରୁତ୍ଵପୂର୍ଣ୍ଣ। ଏହି ୬ ମାସ ସେମାନେ ସାରା ଦୁନିଆ ଠାରୁ ବିଚ୍ଛିନ୍ନ ହୋଇ ରହିବେ। ଅନ୍ୟ ଗ୍ରହରେ ବାସ କଲା ଭଳି ଅନୁଭବ ହେବ। ସାରା ଦୁନିଆ ୪ଟି ଅଲଗା ଅଲଗା ଋତୁ ଅନୁଭବ କରୁଥିବା ବେଳେ ଆଣ୍ଟାର୍କଟିକାରେ କେବଳ ୨ଟି ଋତୁ ଅନୁଭୂତ ହୋଇଥାଏ। ଗ୍ରୀଷ୍ମ ଏବଂ ଶୀତ । ପୃଥିବୀର ଶୀତଳ ମାଳଦ୍ୱୀପ ଛଅ ମାସ ପର୍ୟ୍ୟନ୍ତ ସୂର୍ୟ୍ୟକିରଣ ଅନୁଭବ କରୁଥିବାବେଳେ ବର୍ଷର ଦ୍ୱିତୀୟାର୍ଦ୍ଧ ସମ୍ପୂର୍ଣ୍ଣ ଅନ୍ଧକାରରେ ବିତାଇଥାଏ । ଏଠାରେ ୬ ମାସ ଦିନ ଏବଂ ୬ ମାସ ରାତି ହୋଇଥାଏ।

Exit mobile version