ବାଣୀବିହାରରୁ ବାଣିଶ୍ରୀ ବାଦ୍ ନପଡ଼ନ୍ତୁ

ଭୁବନେଶ୍ୱର (ଦ କୁଇଭର) ବାଣୀବିହାର ହେଉଛି ଓଡ଼ିଶା ଶିକ୍ଷାର ଐତିହ୍ୟ । ଓଡ଼ିଶା ଶିକ୍ଷାର ଏକ ପରିଚୟ ହେଉଛି ଉତ୍କଳ ବିଶ୍ୱବିଦ୍ୟାଳୟ । ବାଣିଶ୍ରୀ ଅର୍ଥାତ୍ ସରସ୍ୱତୀ । ବାଣୀବିହାରର ଗେଟରେ ସରସ୍ୱତୀ ବିଦ୍ୟମାନ । କିନ୍ତୁ ସରକାରଙ୍କ ପକ୍ଷରୁ ଉତ୍କଳ ବିଶ୍ୱ ବିଦ୍ୟାଳୟରେ ଯେଉଁ ନୂଆ ନକ୍ସା ପ୍ରସ୍ତୁତ କରାଯାଇଛି, ସେହି ନକ୍ସାର ଗେଟରେ ସରସ୍ୱତୀଙ୍କ ସ୍ଥାନ ରଖାଯାଇନାହିଁ । ଏଠାରେ ପ୍ରଶ୍ନ ଉଠୁଛି ବାଣୀବିହାରର ନୂତନ ନକ୍ସାରେ କାହିଁକି ନାହାନ୍ତି ସରସ୍ୱତୀ? କାହିଁକି ସରସ୍ୱତୀଙ୍କୁ ବାଦ୍ ଦିଆଯାଇଛି? ସରସ୍ୱତୀଙ୍କୁ ଅନ୍ୟ କେଉଁଠି ସ୍ଥାପନା କରିବାକୁ ଯୋଜନା କରିଛନ୍ତି କି ସରକାର? ଏହି ପ୍ରଶ୍ନ ଏବେ ସମସ୍ତଙ୍କ ମନରେ । ଏହା ହୁଏତ ଡିଜାଇନରେ ତ୍ରୁଟି ହୋଇଥାଇପାରେ । ଯଦି ଏହା ଜାଣିଶୁଣି କରାଯାଇଥାଏ, ତେବେ ଏହା ଗ୍ରହଣୀୟ ହୋଇନପାରେ ।

ରାଜ୍ୟର ନମ୍ବର ୱାନ ବିଶ୍ୱ ବିଦ୍ୟାଳୟ ଉତ୍କଳ ବିଶ୍ୱବିଦ୍ୟାଳୟ । ଯେଉଁଠୁ ଶିକ୍ଷାଲାଭ କରି ଦେଶ ଓ ରାଜ୍ୟର ବଡ଼ ବଡ଼ ପଦପଦବୀରେ ପହଞ୍ଚିପାରିଛନ୍ତି । ଦେଶର ଉଭୟ କେନ୍ଦ୍ର ଓ ରାଜ୍ୟର ଶିକ୍ଷାମନ୍ତ୍ରୀ ଏହି ବିଶ୍ୱବିଦ୍ୟାଳୟର ଛାତ୍ର । ଏଭଳି ପୁରୁଖା ନେତୃତ୍ୱ ବା ଆଇଏଏସ, ଆଇପିଏସ ଦେଇଥିବା ଏହି ବିଶ୍ୱବିଦ୍ୟାଳୟ ଆଜି ଅବହେଳିତ । ଯେଉଁମାନେ ଗ୍ଲୋବାଲ ଲେଭଲରେ ନିଜର ପରିଚୟ ସ୍ଥାପନା କରିପାରିଛନ୍ତି, ସେଭଳି ବ୍ୟକ୍ତିତ୍ୱ ତିଆରି କରିଥିବା ଏହି ବିଶ୍ୱ ବିଦ୍ୟାଳୟ ଆଜି ଗ୍ଲୋବାଲ ପ୍ଲାଟଫର୍ମରେ ନିଜର ନାଁ ଖୋଜୁଛି । ଅର୍ଥାତ୍ ଗ୍ଲୋବାଲ ପ୍ଲାଟଫର୍ମରେ ଉତ୍କଳ ବିଶ୍ୱବିଦ୍ୟାଳୟର ପରିଚୟ ମିଳୁନି । ଯାହାକୁ ନେଇ ଗତ ମେ’ ୪ ତାରିଖରେ ଖବର ପ୍ରସାରଣ କରି ସରକାରଙ୍କ ନଜରକୁ ଆଣିଥିଲା ଦ କୁଇଭର । ସରକାର ଏଥିପ୍ରତି ଦୃଷ୍ଟି ଦେବାକୁ କହିଥିଲୁ । ଦେଶ ଓ ରାଜ୍ୟର ଶିକ୍ଷାମନ୍ତ୍ରୀ ଉତ୍କଳ ବିଶ୍ୱବିଦ୍ୟାଳୟର ହୋଇଥିଲେ ମଧ୍ୟ ନିଜ ପଢିଥିବା ବିଶ୍ୱବିଦ୍ୟାଳୟ ପ୍ରତି ଦୃଷ୍ଟି ଦେଇନଥିଲେ । ଯାହାକୁ ପ୍ରଥମେ ଦ କୁଇଭର ସାମ୍ନାକୁ ଆଣିଥିଲା ଏବଂ ୨ ଜଣ ମନ୍ତ୍ରୀଙ୍କର ପାରିବାପଣିଆ ଉପରେ ପ୍ରଶ୍ନ ଉଠାଇଥିଲା ।

ଶେଷରେ ସରକାର ଚେତିଛନ୍ତି । ନମ୍ବର ୱାନ ବିଶ୍ୱବିଦ୍ୟାଳୟ ବୋଲାଉଥିବା ବାଣୀବିହାର ନାଁ ଗ୍ଲୋବାଲ ପ୍ଲାଟଫର୍ମରେ ନ ଆସିବା ଖବରକୁ ଦେଖିବା ପରେ ଏହାକୁ ବିଶ୍ୱସ୍ତରୀୟ କରିବାକୁ ଯୋଜନା ଆରମ୍ଭ କରିଛନ୍ତି । ଉତ୍କଳ ବିଶ୍ୱ ବିଦ୍ୟାଳୟକୁ ସିନା ବିଶ୍ୱସ୍ତରୀୟ କରିଦେଲେ କିନ୍ତୁ ଯାହାଙ୍କ ପାଇଁ ଆଜି ବାଣୀବିହାର ପରିଚିତ । ସେ ହେଉଛନ୍ତି ବାଣିଶ୍ରୀ ବା ସରସ୍ୱତୀ । କିନ୍ତୁ ନୂଆ ନକ୍ସାରେ ତାଙ୍କର ସ୍ଥାନ ନାହିଁ । ଏତେ ବଡ଼ ଭୁଲ କିପରି କରିବାକୁ ଯାଉଛନ୍ତି ସରକାର? ସରକାର ବିଶ୍ୱସ୍ତରୀୟ ଆଳରେ ସରସ୍ୱତୀଙ୍କ ମୂର୍ତ୍ତୀକୁ ସ୍ଥାନିତ କରିବାକୁ କିପରି ଭୁଲିଗଲେ? ନା ଅନ୍ୟ କେଉଁଠି ସ୍ଥାପନା କରିବାକୁ ନିଷ୍ପତ୍ତି ନେଇଛନ୍ତି ସରକାର । ତାହା ସ୍ପଷ୍ଟ କରିବା ଉଚିତ୍ ।

Leave a Reply

Your email address will not be published. Required fields are marked *