ଭାରତ ବିପକ୍ଷ ଟି-୨୦ ସିରିଜ୍ ପାଇଁ ଦଳ ଘୋଷଣା କଲା ଦକ୍ଷିଣ ଆଫ୍ରିକା

(ଦ କୁଇଭର): ଆଇପିଏଲ ୨୦୨୨ ପରେ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ । ଜୁନ ୯ରୁ ଜୁନ ୧୯ ମଧ୍ୟରେ ଏହି ସିରିଜ ଭାରତରେ ଖେଳାଯିବ । ଏହି ସିରିଜ୍ ପାଇଁ ଦକ୍ଷିଣ ଆଫ୍ରିକା ୧୬ ଜଣିଆ ଦଳ ଘୋଷଣା କରିଛି। ତେମ୍ବା ବାଭୁମାଙ୍କୁ ଦଳର ନେତୃତ୍ଵ ଦାୟିତ୍ଵ ଦିଆଯାଇଛି। ଦଳକୁ ଏନରିକ ନର୍କିଆ ପ୍ରତ୍ୟାବର୍ତ୍ତନ କରିଛନ୍ତି । ସେହିପରି ଷ୍ଟ୍ରିଷ୍ଟନ ଷ୍ଟବ୍ସଙ୍କୁ ପ୍ରଥମ ଥର ଦଳରେ ସୁଯୋଗ ମିଳିଛି। ପ୍ରାୟ ସମସ୍ତ ଅଭିଜ୍ଞ ଖେଳାଳିଙ୍କୁ ଦଳରେ ସ୍ଥାନ ମିଳିଛି। ୧୬ ଜଣିଆ ଦଳର ଅଧିକାଂଶ ଖେଳାଳି ସଂପ୍ରତି ଆଇପିଏଲ ଖେଳୁଛନ୍ତି।

ଦକ୍ଷିଣ ଆଫ୍ରିକା ଟି-୨୦ ଦଳ

ତେମ୍ବା ବାଭୁମା(ଅଧିନାୟକ), କ୍ଵିଣ୍ଟନ ଡିକକ, ରିଜା ହେଣ୍ଡରିକ୍ସ, ହେନରିକ କ୍ଲାସେନ, କେଶବ ମହାରାଜ,ଆଡନ ମାରକ୍ରମ, ଡେଭିଡ୍ ମିଲର, ଲୁଙ୍ଗି ଏନଙ୍ଗିଡି, ଏନରିକ ନୋର୍ତ୍ତଜେ, ଓ୍ଵେନ ପାର୍ଣ୍ଣେଲ, ଡ୍ଵେନ ପ୍ରିଟୋରିୟସ, କାଗିସୋ ରାବଡା, ତବରେଜ ସମ୍ସି, ଟ୍ରିଷ୍ଟନ ଷ୍ଟବ୍ସ, ରସି ଭାନ ଡର ଡସେନ, ମାର୍କୋ ଜନସେନ।

ତେବେ ଏହି ସିରିଜ୍ ପାଇଁ ମେ ୨୨ରେ ଭାରତୀୟ ଦଳ ଘୋଷଣା ହେବାର ସମ୍ଭାବନା ରହିଛି । ଦକ୍ଷିଣ ଆଫ୍ରିକା ବିପକ୍ଷ ଶୃଙ୍ଖଳାରୁ ଭାରତୀୟ ଦଳର ଅନେକ ବରିଷ୍ଠ ଖେଳାଳିଙ୍କୁ ବିଶ୍ରାମ ମିଳିପାରେ। ଆଗାମୀ ଇଂଲଣ୍ଡ ଗସ୍ତକୁ ଦୃଷ୍ଟିରେ ରଖି ବିସିସିଆଇ ବରିଷ୍ଠ ଖେଳାଳିଙ୍କୁ ବିଶ୍ରାମ ଦେବାକୁ ବିଚାର କରୁଛି। ଦଳରେ ଆଇପିଏଲର ଯୁବ, ଅନୁଭବ ଏବଂ ଚମତ୍କାର ପ୍ରଦର୍ଶନ କରିଥିବା ଖେଳାଳିଙ୍କୁ ସୁଯୋଗ ମିଳିବ। ସେହିପରି ଶିଖର ଧାଓ୍ଵନ, ହାର୍ଦ୍ଦିକ ପାଣ୍ଡ୍ୟା, ଦିନେଶ କାର୍ତ୍ତିକ ଏବଂ ଭୁବନେଶ୍ଵର କୁମାରଙ୍କ ପରି ଅଭିଜ୍ଞ ଖେଳାଳିଙ୍କୁ ଟି-୨୦ ଦଳରେ ସ୍ଥାନ ମିଳିପାରେ। ଧାଓ୍ଵନଙ୍କୁ ପୁଣି ଥରେ ଦଳର ନେତୃତ୍ଵ ଦାୟିତ୍ଵ ଦିଆଯାଇପାରେ।

Leave a Reply

Your email address will not be published. Required fields are marked *