Site icon ଦ କୁଇଭର୍ – ପରିବର୍ତ୍ତନର କମ୍ପନ!

ଇତିହାସ ରଚିଲେ ଯଶପ୍ରୀତ ବୁମ୍ରା, ପ୍ରଥମ ଭାରତୀୟ ପେସ୍ ବୋଲର ଭାବରେ ନେଲେ ୨୫୦ ଓ୍ୱିକେଟ

ମୁମ୍ବାଇ: ଟି-୨୦ କ୍ରିକେଟରେ ଇତିହାସ ରଚିଲେ ଯଶପ୍ରୀତ ବୁମ୍ରା । ପ୍ରଥମ ଭାରତୀୟ ପେସ୍ ବୋଲର ଭାବରେ ଟି-୨୦ କ୍ରିକେଟରେ ୨୫୦ ଓ୍ୱିକେଟ ନେଇଛନ୍ତି ଯଶପ୍ରୀତ ବୁମ୍ରା । ସନ୍ ରାଇଜର୍ସ ହାଇଦ୍ରାବାଦ ବିପକ୍ଷ ମ୍ୟାଚରେ ୱାଶିଂଟନ୍ ସୁନ୍ଦରଙ୍କୁ କ୍ଲିନ୍ ବୋଲ୍ଡ କରି ବୁମ୍ରା ଏହି ରେଡର୍କର ଅଧିକାରୀ ହୋଇଛନ୍ତି ।ବୁମ୍ରାଙ୍କ ପରେ ଭୁବନେଶ୍ୱର କୁମାର ଭାରତର ଦ୍ୱିତୀୟ ସଫଳ ଟି-୨୦ ବୋଲର ହୋଇଛନ୍ତି । ଭୁବନେଶ୍ୱର କୁମାର ୨୨୩ ଟି-୨୦ ୱିକେଟ୍ ଅକ୍ତିଆର କରିଛନ୍ତି । ସେହିପରି ଜୟଦେବ ଉନଦାକ୍ତ ୨୦୧ ୱିକେଟ୍ ଏବଂ ବିନୟ କୁମାର ୧୯୪ ୱିକେଟ୍ ଅକ୍ତିଆର କରିଛନ୍ତି ।

ତେବେ ଟି-୨୦ରେ ଭାରତ ପକ୍ଷରୁ ସର୍ବାଧିକ ୱିକେଟ୍ ରବିଚନ୍ଦ୍ରନ୍ ଅଶ୍ୱିନ୍ ହାସଲ କରିଛନ୍ତି । ଅଶ୍ୱିନ୍ ଏପର୍ଯ୍ୟନ୍ତ ୨୭୪ ୱିକେଟ୍ ନେଇଛନ୍ତି ।ସେହିପରି ୟୁଜବେନ୍ଦ୍ର ଚହଲ୍ ୨୧୭ ୱିକେଟ୍, ପୀୟୂଷ ଚାୱଲା ୨୭୦ ୱିକେଟ୍ ଏବଂ ଅମିତ୍ ମିଶ୍ର ୨୬୨ ୱିକେଟ୍ ହାସଲ କରିଛନ୍ତି । ଏହା ବ୍ୟତୀତ ଟି-୨୦ କ୍ରିକେଟରେ ସର୍ବାଧିକ ୱିକେଟ୍ ନେବାରେ ଡ୍ୱେନ୍ ବ୍ରାଭୋ ଆଗରେ ରହିଛନ୍ତି । ବ୍ରାଭୋଙ୍କ ନାଁରେ ୫୭୪ ଟି-୨୦ ୱିକେଟ୍ ରହିଛି । ଆଇପିଏଲରେ ବୁମ୍ରା ଏପର୍ଯ୍ୟନ୍ତ ୧୧୯ ମ୍ୟାଚ୍ ଖେଳି ୧୪୨ ୱିକେଟ୍ ନେଇଛନ୍ତି ।

Exit mobile version